ଡବଲ ଡୋଜ୍‌ ଭାକ୍ସିନ ପରେ ବି ହୋଇପାରେ କରୋନା

ଭୁବନେଶ୍ୱର,୧୯।୬(ବ୍ୟୁରୋ): ‘ଡବଲ ଡୋଜ୍‌ ଭାକ୍ସିନ ନେବା ପରେ ମଧ୍ୟ ହୋଇପାରେ କରୋନା। ତେଣୁ କୋଭିଡ ଗାଇଡ୍‌ଲାଇନକୁ ଠିକ ଭାବେ ପାଳନ କରନ୍ତୁ।’ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଶନିବାର ଏହି କଥା କହିଛନ୍ତି।
ସେ କହିଛନ୍ତି, ଏଯାବତ୍‌ କୌଣସି କୋଭିଡ ଭାକ୍ସିନ ଶତ ପ୍ରତିଶତ କାମ କରିଥିବାର ତଥ୍ୟ ମିଳିପାରିନି। ବିଭିନ୍ନ ଭାକ୍ସିନ ୭୦ରୁ ୯୦ ପ୍ରତିଶତ ଭିତରେ କାର୍ଯ୍ୟ କରୁଛି। ଭାକ୍ସିନ ନେବା ଦ୍ୱାରା ଆମ ଦେହରେ କୋଭିଡ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି। କିନ୍ତୁ ଆମ ପରିବେଶରେ ଯେହେତୁ ସଂକ୍ରମଣ ରହିଛି, ତେଣୁ ସଂକ୍ରମଣ ହେବ। ମାତ୍ର ଭାକ୍ସିନର ଡବଲ ଡୋଜ୍‌ ନେବା ପରେ ଗୁରୁତର ହେବା ଆଶଙ୍କା କମି ଯାଉଛି। ତେଣୁ ଟିକା ନେବା ପରେ ବି ସମସ୍ତେ କରୋନା ଗାଇଡ୍‌ଲାଇନକୁ ଠିକ ଭାବେ ପାଳନ କରନ୍ତୁ। ଆମ ରାଜ୍ୟ ଏବେ ଭଲ ସ୍ଥିତିରେ ଅଛି। ଆମେ ସ୍ଥିର ସ୍ତରକୁ ଯାଉଛେ।