ଛାଡ଼ପତ୍ର ପରେ ବି ନିଜକୁ ଏହି ଅଭିନେତ୍ରୀ କୁହନ୍ତି ଅବିବାହିତା

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ ୨୦୦୩ ମସିହାରେ ଫିଲ୍ମ ‘ଖ୍ବାହିଶ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ପ୍ରଥମ ଚଳଚ୍ଚିତ୍ରରେ ୧୭ଟି ଚୁମ୍ବନ ଦୃଶ୍ୟ ସହିତ ମଲ୍ଲିକା କ୍ୟାରିୟର ଆରମ୍ଭ କରିଥିଲେ। ତେବେ ମଲ୍ଲିକା ଫିଲ୍ମ ‘ମର୍ଡର’ରୁ ଖ୍ୟାତି ଅର୍ଜନ କରିଥିଲେ। କେବଳ ଫିଲ୍ମର ଗୀତ ସୁପରହିଟ ହୋଇ ନ ଥିଲା, ମଲ୍ଲିକା-ଇମ୍ରାନଙ୍କ ଯୋଡିକୁ ପ୍ରଶଂସକ ବହୁତ ପସନ୍ଦ କରିଥିଲେ।
ତେବେ ମଲ୍ଲିକାଙ୍କ ପ୍ରକୃତ ନାମ ହେଉଛି ରିମା ଲାମ୍ବା। ସେ ତାଙ୍କ ନାମ ରିମାରୁ ମଲ୍ଲିକାକୁ ପରିବର୍ତ୍ତନ କରିଥିଲେ। ଏହା ସହିତ ତାଙ୍କ ବିଷୟରେ ମଧ୍ୟ କୁହାଯାଇଛି ଯେ, ମଲ୍ଲିକା ବଲିଉଡରେ ଡେବ୍ୟୁ ପୂର୍ବରୁ ବିବାହ କରିଥିଲେ। ପରେ ତାଙ୍କର ଛାଡପତ୍ର ହୋଇଥିଲା।

ପଢ଼ା ଶେଷ କରିବା ପରେ ମଲ୍ଲିକା ଜଣେ ଏୟାରହୋଷ୍ଟେସ ଭାବରେ କାମ କରିଥିବା କୁହାଯାଉଛି। ଯେଉଁଠାରେ ସେ ପାଇଲଟ କରଣ ସିଂ ଗିଲଙ୍କୁ ଭେଟିଥିଲେ। କରଣଙ୍କଠାରୁ ବନ୍ଧୁତା ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହି ବନ୍ଧୁତା ପ୍ରେମରେ ପରିଣତ ହେଲା। ପରେ ବିବାହ। କିନ୍ତୁ ପ୍ରାୟ ଏକ ବର୍ଷ ପରେ ମଲ୍ଲିକା ଏବଂ କରଣଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଆସିଲା। ଉଭୟ ପରସ୍ପରକୁ ଛାଡପତ୍ର ଦେଇଥିଲେ । ତଥାପି, ମଲ୍ଲିକା ଏହାକୁ କେବେ ପ୍ରକାଶ କରିନାହାନ୍ତି । ସେ ଏପରି ପ୍ରଶ୍ନର କୌଣସି ଉତ୍ତର ଦିଅନ୍ତି ନାହିଁ। ସର୍ବଦା ନିଜକୁ ଅବିବାହିତା କହିଥାନ୍ତି।

Share