Categories: ଜାତୀୟ

ରକ୍ତପାତ ପରେ ବି ସମାଧାନ ନାହିଁ, ଲୋକ ସଭାରେ ଜୟଶଙ୍କରଙ୍କ ଉତ୍ତର…

ନୂଆଦିଲ୍ଲୀ, ୬।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନେଇ ବହିର୍ବ୍ୟାପାରମନ୍ତ୍ରୀ ଏସ୍‌.ଜୟଶଙ୍କର ବୁଧବାର ଲୋକ ସଭାରେ ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ଭାରତ ୟୁକ୍ରେନ୍‌ରେ ଜାରି ରହିଥିବା ଯୁଦ୍ଧକୁ ବିରୋଧ କରୁଛି। ଏଠାରେ ରକ୍ତପାତ ପରେ ବି ସମାଧାନ ହୋଇ ପାରୁନି। ବହୁ ନିରୀହ ଲୋକଙ୍କ ଜୀବନ ଅଯଥାରେ ଯାଇଛି।

ତେବେ ଯେକୌଣସି ସମସ୍ୟାର ସମାଧାନ ଆଲୋଚନା ଏବଂ କୂଟନୈତିକସ୍ତରରେ କରାଯାଇ ପାରିବ ବୋଲି ସେ କହିଛନ୍ତି। ଏହି ଯୁଦ୍ଧ ବିଶ୍ୱ ତଥା ଜାତୀୟ ଅର୍ଥନୀତିକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ଜାତୀୟସ୍ତରରେ ଦେଶ ପାଇଁ ଉପଯୋଗୀ ପଦକ୍ଷେପ ଗ୍ରହଣ କରୁଛନ୍ତି।

Share