ଡୋଜ୍‌ ନେଲା ପରେ ବି ହେଉଛି କରୋନା: ବଢୁଛି ଚିନ୍ତା…

ଓ୍ବାଶିଂଟନ/ଲଣ୍ଡନ/ନୂଆଦିଲ୍ଲୀ,୧୬।୬: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଆତଙ୍କ ଦେଖାଦେଇଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଭାକ୍ସିନ୍‌ର ଦୁଇ ଡୋଜ୍‌ ନେବା ପରେ ବି ଲୋକେ କରୋନାରେ ପୁଣି ଆକ୍ରାନ୍ତ ହେଉଛନ୍ତି। ତେଣୁ ସୁରକ୍ଷା ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ୨୦୨୦ ଡିସେମ୍ବରରେ ବ୍ରିଟେନ୍‌ରେ ପ୍ରଥମ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା। ଇତିମଧ୍ୟରେ ୭ ମାସ ବିତିଛି। ପୃଥିବୀର ବିଭିନ୍ନ ଦେଶର ବୈଜ୍ଞାନିକ ୧୦୦ରୁ ଅଧିକ ଭାକ୍ସିନ୍‌ ତିଆରି କରିବାରେ ବ୍ୟସ୍ତ ଅଛନ୍ତି। ଇତିମଧ୍ୟରେ ୨୩୦ କୋଟି ଲୋକଙ୍କୁ ଭାକ୍ସିନ୍‌ର ଡୋଜ୍‌ ପ୍ରଦାନ କରାଯାଇଛି। ଭାରତରେ ଜୁନ୍‌ ୧୫ ସୁଦ୍ଧା ୨୬ କୋଟି ୧୯ ଲକ୍ଷ ୭୨ ହଜାର ୧୪ ଲୋକଙ୍କୁ ଟିକାଦାନ କରାଯାଇ ସାରିଛି। ମୋଟ ଜନସଂଖ୍ୟାର ୩.୫ ପ୍ରତିଶତ ଅର୍ଥାତ୍‌ ୪.୭୨ କୋଟି ଲୋକଙ୍କୁ ଭାକ୍ସିନ୍‌ର ଉଭୟ ଡୋଜ୍‌ ଦିଆଯାଇଛି। କରୋନା ମହାମାରୀର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନାରେ ଇତିମଧ୍ୟରେ ୯୦ କୋଟି ଡୋଜ୍‌ ପ୍ରଦାନ କରାଯାଇଛି। ଟିକାଦାନରେ ଏହାପଛକୁ ଆମେରିକା ରହିଛି। ଆମେରିକାରେ ୩୧ କୋଟିରୁ ଅଧିକ ଡୋଜ୍‌ ପ୍ରଦାନ କରାଯାଇ ସାରିଛି। ଏଠାରେ ଦେଶର ୪୪ ପ୍ରତିଶତ ଜନସଂଖ୍ୟାଙ୍କୁ ଭାକ୍ସିନ୍‌ର ଦୁଇ ଡୋଜ୍‌ ଦିଆଯାଇଛି। ସେହିପରି ଇସ୍ରାଏଲ୍‌ରେ ୫୭ ପ୍ରତିଶତଙ୍କୁ ଭାକ୍ସିନ୍‌ର ଦୁଇ ଡୋଜ୍‌ ଦିଆଯାଇଛି। ଏଠାରେ ୭.୧୭ କୋଟି ଟିକା ଦିଆଯାଇଛି। ବ୍ରିଟେନ୍‌ରେ ୪୫ ପ୍ରତିଶତ ଜନସଂଖ୍ୟା ଅର୍ଥାତ୍‌ ୩ କୋଟିରୁ ଅଧିକଙ୍କୁ ଟିକାଦାନ କରାଯାଇଛି। ଫ୍ରାନ୍ସ୍‌ରେ ୪.୪୩ କୋଟିଙ୍କୁ ଭାକ୍ସିନ୍‌ ଦିଆଯାଇଛି। ଏଠାରେ ୨୧.୪ ପ୍ରତିଶତ ଜନସଂଖ୍ୟା ଅର୍ଥାତ୍‌ ୧.୪୪ କୋଟିଙ୍କଠାରେ ଦୁଇ ଡୋଜ୍‌ ଟିକାକରଣ ସମ୍ପନ୍ନ ହୋଇଛି। ରୁଷିଆରେ ୩.୨୯ କୋଟିଙ୍କୁ ଭାକ୍ସିନ୍‌ ଦିଆଯାଇଥିବାବେଳେ ୯.୯ ପ୍ରତିଶତ ଅର୍ଥାତ୍‌ ୧.୪୩ କୋଟିଙ୍କୁ ଉଭୟ ଡୋଜ୍‌ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…

ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

ଟି-୨୦ ବିଶ୍ୱକପ୍: ଆହତ ହେଲେ ଅଷ୍ଟ୍ରେଲିଆ ଅଧିନାୟକ, ଷ୍ଟିଭ୍ ସ୍ମିଥ୍‌ଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆର ଅସୁବିଧା ଥମିବାର ନାଁ ନେଉନାହିଁ। ଜସ୍ ହାଜେଲଉଡ୍ ଏବଂ ପ୍ୟାଟ୍ କୁମିନ୍ସ ଆଗରୁ ଆହତ ଥିବାବେଳେ ଏବେ ଅଧିନାୟକ ମିଚେଲ ମାର୍ଶ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

ଝାଡ଼େଶ୍ୱର ବାବାଙ୍କୁ ଜଳ ଅର୍ପଣ କଲେ ଗାୟକ ସୋନୁ ନିଗମ, ବିମାନବନ୍ଦରରୁ…

ଝାରସୁଗୁଡା,୧୧।୨(ଆଶିଷ ରଞ୍ଜନ ଦାଶ): ହିନ୍ଦୀ ସହିତ ବିଭିନ୍ନ ଭାଷାରେ ଲୋକପ୍ରିୟ ଭଜନ, ଦେଶାତ୍ମବୋଧକ ତଥା ପ୍ରସିଦ୍ଧ ଚଳଚ୍ଚିତ୍ରରେ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ ସୋନୁ ନିଗମ ବୁଧବାର…

ଥାଇଲ୍ୟାଣ୍ଡ ସ୍କୁଲରେ ଫୁଟିଲା ଗୁଳି, ବହୁ ପରିଶ୍ରମ ପରେ ବନ୍ଧୁକଧାରୀଙ୍କୁ ଧରିଲା ପୋଲିସ

ବ୍ୟାଙ୍କକ,୧୧।୨: ବୁଧବାର ସାରେ ଥାଇଲ୍ୟାଣ୍ଡର ଦକ୍ଷିଣ ପ୍ରଦେଶ ସୋଙ୍ଗ୍ଖଲାର ଏକ ସ୍କୁଲରେ ଗୁଳି ଚଳାଇ ଅନେକ ଛାତ୍ର ଏବଂ ଶିକ୍ଷକଙ୍କୁ ବନ୍ଧକ କରିନେଇଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ ସୋସିଆଲ…

ଷ୍ଟ୍ରବେରୀ ତୋଳିଲେ ଉପମୁଖ୍ୟମନ୍ତ୍ରୀ, ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରୟାସକୁ ପ୍ରଶଂସା କରି କହିଲେ…

ଦାରିଙ୍ଗବାଡ଼ି,୧୧ା୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡି ଅଞ୍ଚଳ ଏକ ପର୍ଯ୍ୟଟନକ୍ଷେତ୍ର ଭାବେ ଦେଶ ଓ ଦେଶ ବାହାରେ ପରିଚିତ। ପୂର୍ବରୁ ଜୈବିକ ପଦ୍ଧତିରେ ଚାଷ ହୋଇଥିବା କଫି…

କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ନିର୍ବାଚନୀ ମାମଲା ଉପରେ ରୋକ…

କଟକ,୧୧।୨:  କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି । ତାଙ୍କ ବିରୋଧରେ ହାଇକୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଏହା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri