ଜୀବନ ନେବା ପରେ ବି ପଶୁନି ଚେତା

ଭୁବନେଶ୍ୱର,୧୦।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ କାୟା ବିସ୍ତାର ଆରମ୍ଭ କଲାଣି। ସରକାରୀ ଭାବେ ସହରରୁ ମାତ୍ର ୫/୬ଜଣ ରୋଗୀ ଚିହ୍ନଟ ହୋଇଥିବା କୁହାଯାଉଥିବାବେଳେ ବେସରକାରୀ ସଂଖ୍ୟା ଶତକ ପାର୍‌ କରିଥିବା ଜଣାପଡିଛି। ବିଶେଷକରି ବସ୍ତି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି। ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ଜଣେ ସଂକ୍ରମିତ ମୃତ୍ୟୁ ପରେ ସାଧାରଣ ଲୋକଙ୍କ ମନରେ ଛନକା ପଶିଛି। ମୃତକ ହେଉଛନ୍ତି ପୂର୍ବତନ ଅତିରିକ୍ତ ଡିସିପି ସୁଦର୍ଶନ ସେଠୀ। ସେ ନିଳାଦ୍ରୀବିହାର ଅଞ୍ଚଳରେ ରହୁଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ବୁଧବାର ତାଙ୍କର ପରଲୋକ ହୋଇଛି। ଗତ ବର୍ଷ ମଧ୍ୟ ବିଏମ୍‌ସି ମଧ୍ୟ ଏଥିରେ ଅବହେଳା କରିବା ସହିତ ଆବଶ୍ୟକ ପଦକ୍ଷେପ ନେଇ ନ ଥିଲା। ଫଳରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ ହୋଇ ପଡିଥିଲା। ଜାନୁୟାରୀରୁ ଜୁନ୍‌ ୨୯ ମଧ୍ୟରେ ୧୦ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଅବହେଳା ଯୋଗୁ ସେପ୍ଟେମ୍ବର ୬ ସୁଦ୍ଧା ଏହି ସଂଖ୍ୟା ୨୨୧୨ରେ ପହଞ୍ଚତ୍ଥିଲା। ଆଗକୁ ବର୍ଷା ଆସୁଛି। ସ୍ଥିତି ଅଣାୟତ୍ତ ହେବାକୁ ବସିଥିବାବେଳେ ବିଏମ୍‌ସି କିନ୍ତୁ ଖାମଖିଆଲ ଭାବେ ବସି ରହିଛି। ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସେପରି କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଚିନ୍ତା ବଢ଼ିଛି।
ତେବେ ମେୟର ସୁଲୋଚନା ଦାସ କହିଛନ୍ତି, ଏବର୍ଷ ଭୁବନେଶ୍ୱରରେ ମାତ୍ର ୨ଟି କେସ୍‌ ରହିଛି। ଡମଣା ଓ ନିଳାଦ୍ରୀବିହାର ଅଞ୍ଚଳରୁ ଜଣେ ଲେଖାଏ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିପାଇଁ ବିଏମ୍‌ସି ସଚେତନ ଅଛି ଓ ବିଭିନ୍ନ କାର୍ଯ୍ୟ କରାଯାଉଛି। ଲୋକଙ୍କୁ ସଚେତନ କରିବା ସହିତ ଟାୟାର, ପଇଡ ଖୋଳ ଆଦିରେ ଯେପରି ପାଣି ଜମି ନ ରୁହେ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ଏହାସହିତ ମଶାଧୁଆଁ, ସଫେଇ କାର୍ଯ୍ୟ ଜାରି ରହିଥିବା ମେୟର କହିଛନ୍ତି। ମାତ୍ର ବିଏମ୍‌ସିର ସିଟି ହେଲ୍‌ଥ ଅଫିସର ବସନ୍ତ ମିଶ୍ରଙ୍କ ସୂଚନା ଅନୁଯାୟୀ, ଚଳିତ ମାସରେ ଚନ୍ଦ୍ରଶେଖରପୁରରୁ ୨ଜଣ, ଡମଣାରୁ ୨ଜଣ ଓ ଶ୍ରୀ ବିହାରରୁ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ତେବେ ସଂକ୍ରମିତ ବା ଲକ୍ଷଣ ଥିବା ଅଧିକାଂଶ ବ୍ୟକ୍ତି ଘରୋଇ ହସ୍ପିଟାଲରେ ଟେଷ୍ଟ କରୁ ଥିବାରୁ ବିଏମ୍‌ସି ପାଖରେ ଖବର ପହଞ୍ଚତ୍ପାରୁ ନାହିଁ। ଘରୋଇ ହସ୍ପିଟାଲଗୁଡିକରେ କେବଳ କାର୍ଡ ଟେଷ୍ଟ କରାଯାଉଥିବାରୁ ଠିକ୍‌ ରିପୋର୍ଟ ମଧ୍ୟ ମିଳୁନାହିଁ। ସରକାରଙ୍କ ଦ୍ୱାରା କ୍ୟାପିଟାଲ ହସ୍ପିଟାଲ ଏବଂ ଆର୍‌ଏମ୍‌ଆର୍‌ସିରେ ଡେଙ୍ଗୁ ଟେଷ୍ଟ ପାଇଁ ବ୍ୟବସ୍ଥା ରହିଥିବାବେଳେ ଏଠାରେ ଠିକ୍‌ ରିପୋର୍ଟ ମିଳିଥାଏ। ଅପରପକ୍ଷେ ଯେଉଁ ଘରୁ ସଂକ୍ରମିତ ଚିହ୍ନଟ ହୋଇଥାନ୍ତି, ତାହାର ପାଖାପାଖି ୩୦ରୁ ୪୦ ଘର ପର୍ଯ୍ୟନ୍ତ ଆଣ୍ଟି ଲାର୍ଭା ଆକ୍ଟିଭିକ୍ଟି କରାଯାଏ। ପାଣି ନ ଜମିବା ପାଇଁ ପ୍ରତି ୭ଦିନରେ ଥରେ ସଫେଇ କରାଯିବା ସହ ବିଏମ୍‌ସିର ସ୍ବତନ୍ତ୍ର ଟିମ୍‌ ଲୋକଙ୍କୁ ସଚେତନ କରାଇଥାନ୍ତି। ସେହିପରି ମଶାତେଲ (କେମେଫୋସ୍‌) ସିଞ୍ଚନ କରାଯାଏ। ଏମ୍‌ଏଚ୍‌ୟୁଙ୍କ ଦ୍ୱାରା ମଧ୍ୟ ଡେଙ୍ଗୁ ମଶା ନ ବ୍ୟାପିବା ପାଇଁ ସଚେତନ କରାଯାଏ। ତେବେ ମେୟର ଓ ଅଧିକାରୀଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ବିଏମ୍‌ସି ପାଖରେ ସଂକ୍ରମିତଙ୍କ ଠିକ୍‌ ତଥ୍ୟ ନ ଥିବା ବାରିହୋଇ ପଡୁଛି। ଏଭଳି ଖାମଖିଆଲି ସହରବାସୀଙ୍କ ପାଇଁ ଆଗକୁ ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri