ଜୀବନ ନେବା ପରେ ବି ପଶୁନି ଚେତା

ଭୁବନେଶ୍ୱର,୧୦।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ କାୟା ବିସ୍ତାର ଆରମ୍ଭ କଲାଣି। ସରକାରୀ ଭାବେ ସହରରୁ ମାତ୍ର ୫/୬ଜଣ ରୋଗୀ ଚିହ୍ନଟ ହୋଇଥିବା କୁହାଯାଉଥିବାବେଳେ ବେସରକାରୀ ସଂଖ୍ୟା ଶତକ ପାର୍‌ କରିଥିବା ଜଣାପଡିଛି। ବିଶେଷକରି ବସ୍ତି ଅଞ୍ଚଳରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହୁଛି। ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ଅବସ୍ଥାରେ ଜଣେ ସଂକ୍ରମିତ ମୃତ୍ୟୁ ପରେ ସାଧାରଣ ଲୋକଙ୍କ ମନରେ ଛନକା ପଶିଛି। ମୃତକ ହେଉଛନ୍ତି ପୂର୍ବତନ ଅତିରିକ୍ତ ଡିସିପି ସୁଦର୍ଶନ ସେଠୀ। ସେ ନିଳାଦ୍ରୀବିହାର ଅଞ୍ଚଳରେ ରହୁଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ବୁଧବାର ତାଙ୍କର ପରଲୋକ ହୋଇଛି। ଗତ ବର୍ଷ ମଧ୍ୟ ବିଏମ୍‌ସି ମଧ୍ୟ ଏଥିରେ ଅବହେଳା କରିବା ସହିତ ଆବଶ୍ୟକ ପଦକ୍ଷେପ ନେଇ ନ ଥିଲା। ଫଳରେ ଡେଙ୍ଗୁ ସ୍ଥିତି ଅଣାୟତ୍ତ ହୋଇ ପଡିଥିଲା। ଜାନୁୟାରୀରୁ ଜୁନ୍‌ ୨୯ ମଧ୍ୟରେ ୧୦ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ ଅବହେଳା ଯୋଗୁ ସେପ୍ଟେମ୍ବର ୬ ସୁଦ୍ଧା ଏହି ସଂଖ୍ୟା ୨୨୧୨ରେ ପହଞ୍ଚତ୍ଥିଲା। ଆଗକୁ ବର୍ଷା ଆସୁଛି। ସ୍ଥିତି ଅଣାୟତ୍ତ ହେବାକୁ ବସିଥିବାବେଳେ ବିଏମ୍‌ସି କିନ୍ତୁ ଖାମଖିଆଲ ଭାବେ ବସି ରହିଛି। ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସେପରି କୌଣସି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ଚିନ୍ତା ବଢ଼ିଛି।
ତେବେ ମେୟର ସୁଲୋଚନା ଦାସ କହିଛନ୍ତି, ଏବର୍ଷ ଭୁବନେଶ୍ୱରରେ ମାତ୍ର ୨ଟି କେସ୍‌ ରହିଛି। ଡମଣା ଓ ନିଳାଦ୍ରୀବିହାର ଅଞ୍ଚଳରୁ ଜଣେ ଲେଖାଏ ଡେଙ୍ଗୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିପାଇଁ ବିଏମ୍‌ସି ସଚେତନ ଅଛି ଓ ବିଭିନ୍ନ କାର୍ଯ୍ୟ କରାଯାଉଛି। ଲୋକଙ୍କୁ ସଚେତନ କରିବା ସହିତ ଟାୟାର, ପଇଡ ଖୋଳ ଆଦିରେ ଯେପରି ପାଣି ଜମି ନ ରୁହେ ସେଥିପ୍ରତି ଦୃଷ୍ଟି ଦିଆଯାଉଛି। ଏହାସହିତ ମଶାଧୁଆଁ, ସଫେଇ କାର୍ଯ୍ୟ ଜାରି ରହିଥିବା ମେୟର କହିଛନ୍ତି। ମାତ୍ର ବିଏମ୍‌ସିର ସିଟି ହେଲ୍‌ଥ ଅଫିସର ବସନ୍ତ ମିଶ୍ରଙ୍କ ସୂଚନା ଅନୁଯାୟୀ, ଚଳିତ ମାସରେ ଚନ୍ଦ୍ରଶେଖରପୁରରୁ ୨ଜଣ, ଡମଣାରୁ ୨ଜଣ ଓ ଶ୍ରୀ ବିହାରରୁ ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ତେବେ ସଂକ୍ରମିତ ବା ଲକ୍ଷଣ ଥିବା ଅଧିକାଂଶ ବ୍ୟକ୍ତି ଘରୋଇ ହସ୍ପିଟାଲରେ ଟେଷ୍ଟ କରୁ ଥିବାରୁ ବିଏମ୍‌ସି ପାଖରେ ଖବର ପହଞ୍ଚତ୍ପାରୁ ନାହିଁ। ଘରୋଇ ହସ୍ପିଟାଲଗୁଡିକରେ କେବଳ କାର୍ଡ ଟେଷ୍ଟ କରାଯାଉଥିବାରୁ ଠିକ୍‌ ରିପୋର୍ଟ ମଧ୍ୟ ମିଳୁନାହିଁ। ସରକାରଙ୍କ ଦ୍ୱାରା କ୍ୟାପିଟାଲ ହସ୍ପିଟାଲ ଏବଂ ଆର୍‌ଏମ୍‌ଆର୍‌ସିରେ ଡେଙ୍ଗୁ ଟେଷ୍ଟ ପାଇଁ ବ୍ୟବସ୍ଥା ରହିଥିବାବେଳେ ଏଠାରେ ଠିକ୍‌ ରିପୋର୍ଟ ମିଳିଥାଏ। ଅପରପକ୍ଷେ ଯେଉଁ ଘରୁ ସଂକ୍ରମିତ ଚିହ୍ନଟ ହୋଇଥାନ୍ତି, ତାହାର ପାଖାପାଖି ୩୦ରୁ ୪୦ ଘର ପର୍ଯ୍ୟନ୍ତ ଆଣ୍ଟି ଲାର୍ଭା ଆକ୍ଟିଭିକ୍ଟି କରାଯାଏ। ପାଣି ନ ଜମିବା ପାଇଁ ପ୍ରତି ୭ଦିନରେ ଥରେ ସଫେଇ କରାଯିବା ସହ ବିଏମ୍‌ସିର ସ୍ବତନ୍ତ୍ର ଟିମ୍‌ ଲୋକଙ୍କୁ ସଚେତନ କରାଇଥାନ୍ତି। ସେହିପରି ମଶାତେଲ (କେମେଫୋସ୍‌) ସିଞ୍ଚନ କରାଯାଏ। ଏମ୍‌ଏଚ୍‌ୟୁଙ୍କ ଦ୍ୱାରା ମଧ୍ୟ ଡେଙ୍ଗୁ ମଶା ନ ବ୍ୟାପିବା ପାଇଁ ସଚେତନ କରାଯାଏ। ତେବେ ମେୟର ଓ ଅଧିକାରୀଙ୍କ କଥାରେ ତାଳମେଳ ରହୁ ନ ଥିବାରୁ ବିଏମ୍‌ସି ପାଖରେ ସଂକ୍ରମିତଙ୍କ ଠିକ୍‌ ତଥ୍ୟ ନ ଥିବା ବାରିହୋଇ ପଡୁଛି। ଏଭଳି ଖାମଖିଆଲି ସହରବାସୀଙ୍କ ପାଇଁ ଆଗକୁ ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?