Categories: ଖେଳ

୫ ଉଇକେଟ୍‌ ନେବା ପରେ ବି ଏମିତି ଭୁଲ୍‌ କରିଦେଲେ ଅକ୍ଷର

କାନପୁର,୨୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା କାନପୁର ଟେଷ୍ଟର ତୃତୀୟ ଦିନରେ ଭାରତୀୟ ସ୍ପିନର୍‌ ଅକ୍ଷର ପଟେଲ ୫ଟି ଉଇକେଟ ନେଇଥିଲେ। ଚତୁର୍ଥ ଟେଷ୍ଟ ଖେଳୁଥିବା ଅକ୍ଷର ପଞ୍ଚମ ଥର ପାଇଁ ଗୋଟିଏ ଇନିଂସରେ ୫ ଉଇକେଟ ନେଇଥିଲେ। ସେ ୬୨ ରନ ଦେଇ ନ୍ୟୁଜିଲାଣ୍ଡର ୫ ଜଣ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ। ତାଙ୍କର ତୀକ୍ଷ୍ଣ ବୋଲିଂ ହେତୁ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ଭାରତର ୩୪୫ ରନ ଜବାବରେ ୨୯୬ ରନ ସଂଗ୍ରହ କରିଥିଲା। କାନପୁରରେ ୫ ଉଇକେଟ ନେବା ସହିତ ଆକ୍ସର୍‌ ୪ ଟି ଟେଷ୍ଟରେ ୩୨ ଉଇକେଟ ନେଇଛନ୍ତି। ପ୍ରକାଶ ଥାଉକି, ଦ୍ରୁତତମ ୫ ଥର ପାଇଁ ୫ ଉଇକେଟ ନେବା ପରେ ମଧ୍ୟ ଅକ୍ଷୟ ଏକ ଭୁଲ କରିଥିଲେ, ଯାହା ପୂର୍ବତନ ଭାରତୀୟ ଓପନର୍‌ ୱାସିମ ଜାଫରଙ୍କ ଦ୍ୱାରା ଧରାପଡିଯାଇଥିଲା।
ସାଧାରଣତଃ ଯେତେବେଳେ ବି ଜଣେ ବୋଲର ଏକ ଟେଷ୍ଟରେ ୫ ଉଇକେଟ ନିଅନ୍ତି, ସେତେବେଳେ ସେ ମ୍ୟାଚ୍‌ ବଲ୍‌ ତାଙ୍କ ପାଖରେ ବଲ ରଖନ୍ତି ଏବଂ ଏଥିରେ ତାରିଖ ସହ ଦସ୍ତଖତ କରନ୍ତି। ଟିମ ଇଣ୍ଡିଆର ‘ବାପୁ’ ଅର୍ଥାତ୍‌ ଅକ୍ଷର ପଟେଲ ମଧ୍ୟ ସମାନ କାର୍ଯ୍ୟ କରିଥିଲେ। କିନ୍ତୁ ଏହି ସମୟରେ ସେ ଏକ ଭୁଲ କରିଥିଲେ। ସେ ବଲରେ ଭୁଲ ତାରିଖ ଲେଖିଥିଲେ। ଏହା ପରେ ଜାଫର ଟୁଇଟ୍‌ ଯୋଗେ ଅକ୍ଷରଙ୍କ ସହ ମ୍ୟାଚ୍‌ ବଲ୍‌ର ଏକ ଫଟୋ ପୋଷ୍ଟ କରି ଲେଖିଥିଲେ, ଅକ୍ଷରଙ୍କ ଏକମାତ୍ର ଭୁଲ ହେଉଛି ମ୍ୟାଚର ବଲରେ ଭୁଲ ତାରିଖ ରଖିବା। ଏହା ୨୭ ନଭେମ୍ବର, ବାପୁ। ଅକ୍ଷର କିନ୍ତୁ ଖୁବ ଶୀଘ୍ର ସ୍ପଷ୍ଟ କରିଛନ୍ତି ଯେ ଭୁଲ ତାଙ୍କ ଦ୍ୱାରା ନୁହେଁ, ବରଂ ତାଙ୍କର ଘନିଷ୍ଠ ବନ୍ଧୁ ସୂର୍ଯ୍ୟକୁମାର ଯାଦବଙ୍କ ଦ୍ୱାରା କରାଯାଇଛି।

Share