ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ନୂଆଗାଁ,୧୬।୩ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ହରିଶ୍ଚନ୍ଦ୍ର ଯୋଜନାଠାରୁ ଆରମ୍ଭ କରି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ( ଏମ୍‌ଜିଏନ୍‌ଆରଇଜିଏସ୍‌) ଓ ୫-ଟି ଯୋଜନାରେ ସ୍କୁଲ ରୂପାନ୍ତରୀକରଣ କାର୍ଯ୍ୟରେ ଅନିୟମିତତା ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ହେବା ତ ଦୂରର କଥା ତଦନ୍ତ ମଧ୍ୟ ହେଉ ନ ଥିବା ଅଭିଯୋଗ ହେଉଛି ।
ଶ୍ରମିକମାନେ ରୋଜଗାର ପାଇଁ ଦାଦନ ନ ଯାଇ ଗାଁରେ ରହି ପରିବାର ପ୍ରତିପୋଷଣ କରିବା ସକାଶେ ସରକାର ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନା କରିଛନ୍ତି ା
ଉକ୍ତ ଯୋଜନାରେ ସ୍ବଚ୍ଛତା ଆଣିବା ପାଇଁ ବିଭିନ୍ନ ନିୟମ କରିଥିବା ବେଳେ ନୂଆଗାଁ ବ୍ଲକରେ ସବୁ ଆଇନ କାନୁନକୁ ଉଲ୍ଲଂଘନ କରି ଠିକାଦାରଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀମାନେ ମିଳିମିଶି ଅନୁଦାନ ଲୁଟୁଛନ୍ତି ା ଏପରିକି କାମ ନ କରି ଓ ବିନା ସୂଚନା ଫଳରେ ଅନୁଦାନ ଆତ୍ମସାତ୍‌ ହେଉଛି । ଯାହାର ଉଦାହରଣ କାପ୍ତାପଲି ପଞ୍ଚାୟତ ବଡତାମନାଡୁ ଗ୍ରାମର ସୁରକ୍ଷା ପାଇଁ ଟ୍ରେଞ୍ଚ ଖନନ କାର୍ଯ୍ୟ। ବଡତାମନାଡୁ ଗ୍ରାମର ସୁରକ୍ଷା ଦୃଷ୍ଟିରୁ ପାହାଡ଼ ପାଣି ଗାଁ ଭିତରକୁ ନ ପଶିବା ପାଇଁ ପାହାଡ ପାଦଦେଶରେ ଟ୍ରେଞ୍ଚ ଖୋଳିବା ପାଇଁ ଏମ୍‌ଜିଏନ୍‌ଆରଇଜିଏସ୍‌ରେ ତା ୪ା୧ା୨୧ ରିଖରେ ୮ ଲକ୍ଷ ୩୩ ହଜାର ଟଙ୍କା ଅନୁଦାନ ମଞ୍ଜୁର ହୋଇ ତା ୧ା୮ା୨୧ ରିଖରୁ ଜେସିବି ମାଧ୍ୟମର ବିନା ସୂଚନା ଫଳକରେ କାମ ଆରମ୍ଭ କରାଯାଇଥିଲା ।
ସେହି ସମୟରେ ସେହି କାମ ବାବଦକୁ ଠିକାଦାର ପ୍ରାୟ ୩ ଲକ୍ଷ ୨୦ ହଜାର ଟଙ୍କା ବିଲ କରି ନେଇଥିଲେ । ଚଳିତ ବର୍ଷ କୌଣସି କାର୍ଯ୍ୟ ନ କରି ସେହି ୨ ବର୍ଷ ପୂର୍ବରୁ ପୁରୁଣା କାମକୁ ଦେଖାଇ ତା ୧୨ା୧ା୨୩ ରିଖଠାରୁ ୧୮ା୧ା୨୩ ରିଖ ପର୍ଯ୍ୟନ୍ତ ୬୬ ହଜାର ଟଙ୍କା ବିଲ ହୋଇଛି । ସେହିପରି ୫-ଟି ଯୋଜନାରେ ସ୍କୁଲ ରୂପାନ୍ତରୀଣ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଥିଲେ ମଧ୍ୟ କାହାରି ଅଭିଯୋଗ ନ ଶୁଣି ପୂର୍ବଭଳି କାମ କରାଯାଇଥିଲା। ଫଳସ୍ବରୂପ କେଉଁ ସ୍କୁଲର ସିଲିଂ ଖସିଲାଣି ତ କେଉଁ ସ୍କୁଲର କାନ୍ଥ ଫାଟିଲାଣି । ଆଉ କେଉଁ ସ୍କୁଲର କାନ୍ଥରେ ଗଛ ଉଠି କାନ୍ଥ ଫାଟି ଭୁଶୁଡିବାକୁ ବସିଲାଣି । ଚାହାଳି ଓ ଅନ୍ୟାନ୍ୟ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଓ ଭତ୍ତା ଟଙ୍କାରେ ଅନିୟମିତତା ହୋଇଥିବା ଅଭିଯୋଗ ମଧ୍ୟ ହେଉଛି । ନିମ୍ନମାନର କାମ ହେବାଫଳରେ ତିନି ମାସ ନ ହେଉଣୁ ମାଳିସାହି ପଞ୍ଚାୟତର କଂକ୍ରିଟ ରାସ୍ତା ଫାଟି ଆଁ କଲାଣି । ହେଲେ ମାଟିର ଦୋଷ କହି କଥାକୁ ଏଡାଇ ଯାଉଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁଭଶ୍ରୀ ପଣ୍ଡା । ଏତେ ସବୁ ଅଭିଯୋଗ ପରେ ବି ତଦନ୍ତ କିମ୍ବା କାର୍ଯ୍ୟାନୁଷ୍ଠାନ ନ ହେବା ଫଳରେ ଦୁର୍ନିତୀଗ୍ରସ୍ତ କର୍ମଚାରୀ, ଅଧିକାରୀ କାହା ଛତ୍ରଛାୟା ତଳେ ରହି କାମ କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଅଭିଯୋଗ ପରେ ତଦନ୍ତ ନ ହେବା ବାବଦରେ ଜିଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବାସ ଚନ୍ଦ୍ର ରାୟଙ୍କୁ ପଚାରିବାରେ ଅନିୟମିତତାଗୁଡିକୁ ମୋତେ ଲିଖିତ ଭାବେ ଜଣାନ୍ତୁ ା ମୁଁ ତଦନ୍ତ କରିବି ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri