Posted inଜାତୀୟ

ପୋଲିସ ଅଟକ ରଖି ଛାଡିବା ପରେ ବି ଥାନା ଛାଡି ଯିବାକୁ ନା ରାଜ ଟିଏମସି ନେତା

କୋଲକାତା,୯।୪: ଲୋକ ସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ବାହାରେ ଟିଏମସି ନେତାଙ୍କ ପ୍ରଦର୍ଶନ ଜାରି ରହିଛି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ), ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ), ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଏବଂ ଆୟକର ବିଭାଗ ଆଦିର ମୁଖ୍ୟଙ୍କ ବଦଳି ଦାବିରେ ସୋମବାର ଦିଲ୍ଲୀର ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ବାହାରେ ବସିଥିବା ଟିଏମସି ନେତାଙ୍କୁ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ କରାଯାଇଥିଲା। ତେବେ କିଛି ସମୟ ପରେ ପୋଲିସ ତାଙ୍କୁ ମୁକ୍ତ କରିଥିଲା, କିନ୍ତୁ ଟିଏମସି ନେତା ପୋଲିସ ଷ୍ଟେଶନରୁ ବାହାରକୁ ଯିବାକୁ ରାଜି ହୋଇନଥିଲେ। ମଙ୍ଗଳବାର ମଧ୍ୟ ଟିଏମସି ପ୍ରତିନିଧି ପୋଲିସ ଷ୍ଟେଶନରେ ରହିଥିଲେ।

ବର୍ତ୍ତମାନ ଟିଏମସି ନେତାମାନେ ମନ୍ଦିର ମାର୍ଗ ପୋଲିସ ଷ୍ଟେଶନ ଭିତରେ ରହିଛନ୍ତି। ଦିଲ୍ଲୀ ପୋଲିସର ଏସିପି ର଼୍ୟାଙ୍କର ଅଧିକାରୀ ଟିଏମସି ନେତାମାନଙ୍କୁ ସେହି ସ୍ଥାନରୁ ଦୂରେଇ ଯିବାକୁ କହୁଛନ୍ତି କିନ୍ତୁ ସେମାନେ ଏପର୍ଯ୍ୟନ୍ତ ସେ ସ୍ଥାନ ଛାଡି ନାହାଁନ୍ତି।
ଗିରଫ ହେବାର କିଛି ଘଣ୍ଟା ପରେ ସୋମବାର ଦଳର ନେତାମାନେ କହିଥିଲେ ଯେ ସେମାନେ ମନ୍ଦିର ମାର୍ଗ ପୋଲିସ ଷ୍ଟେଶନରେ ନିଜର ବିରୋଧ ଜାରି ରଖିବେ। ଅନ୍ୟପକ୍ଷରେ କୋଲକାତାରେ ବରିଷ୍ଠ ତ୍ରୁଣମୂଳ କଂଗ୍ରେସ (ଟିଏମସି) ନେତା ଅଭିଷେକ ବାନାର୍ଜୀ ସାରେ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି.ଆନନ୍ଦ ବୋଷଙ୍କ ନିକଟକୁ ଯାଇ ଦିଲ୍ଲୀ ପୋଲିସ ପକ୍ଷରୁ ଦଳର ନେତାଙ୍କ ଗିରଫଦାରୀ ସମ୍ପର୍କରେ ଅଭିଯୋଗ ଆଣିଥିଲେ। ଟିଏମସି ସୂତ୍ର ଅନୁଯାୟୀ ଅଭିଷେକ ବାନାର୍ଜୀଙ୍କ ନେତୃତ୍ୱରେ ଏକ ୧୧ ଜଣିଆ ପ୍ରତିନିଧି ଦଳ ରାତି ପ୍ରାୟ ୯ଟା ସମୟରେ ରାଜ୍ୟପାଳଙ୍କ ବାସଭବନକୁ ଯାଇଥିଲେ। ଅଭିଷେକ ବାନାର୍ଜୀ କହିଛନ୍ତି ଯେ ଏହା ହେଉଛି ଗଣତନ୍ତ୍ରର ହତ୍ୟା। ସେ ଦିଲ୍ଲୀ ପୋଲିସର କାର୍ଯ୍ୟକୁ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri