କରୋନା ପଜିଟିଭ୍‌ ସତ୍ତ୍ୱେ ବାହାରେ ବୁଲିଲେ ଏହି ଅଭିନେତ୍ରୀ: ମାମଲା ରୁଜୁକଲା ବିଏମ୍‌ସି

ବଲିଉଡ୍‌ ଅଭିନେତ୍ରୀ ଗୌହର ଖାନ୍‌ଙ୍କ ଉପରେ କରୋନା ଗାଇଡ୍‌ଲାଇନ୍‌ ଭାଙ୍ଗିବାର ଅଭିଯୋଗ ଲାଗିଛି।
ଖବର ଅନୁଯାୟୀ, ଗତ ମାର୍ଚ୍ଚ ୧୧ରେ ଗୌହରଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ସରକାରୀ ଗାଇଡ୍‌ଲାଇନ୍‌ ଅନୁଯାୟୀ, ତାଙ୍କୁ କ୍ୱାରାଣ୍ଟାଇନ୍‌ରେ ଘରେ ରହିବା କଥା। ମାତ୍ର ଏହା ନ ମାନି ସେ ଖେଲାଖୋଲି ଭାବେ ବାହାରେ ବୁଲୁଥିବାର ଦେଖିବାକୁ ମିଳିଛି। ଏହି ମାମଲାରେ ବିଏମ୍‌ସି ଗୌହରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଏ ନେଇ ବିଏମ୍‌ସି ସୋସିଆଲ ମିଡିଆରେ ଏକ ପୋଷ୍ଟ ମଧ୍ୟ ଶେୟାର କରିଛି। ଏଥିରେ ସେ ଲେଖିଛନ୍ତି, ସହରର ସୁରକ୍ଷା ନେଇ ଅଭିନେତ୍ରୀଙ୍କର କୌଣସି ଚିନ୍ତା ନାହିଁ। ନିୟମ ସମସ୍ତଙ୍କ ପାଇଁ ସମାନ। ଆମେ ନାଗରିକମାନଙ୍କୁ ସମସ୍ତ ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ହେବ। ଏଥିସହ ସହରକୁ କରୋନା ମୁକ୍ତ କରିବାକୁ ଅନୁରୋଧ କରୁଛୁ ବୋଲି ଲେଖାଯାଇଛି।

Share