ସ୍ବାଧୀନତାର ୭ ଦଶନ୍ଧି ପରେ ବି ପରାଧୀନ

ଭବାନୀପାଟଣା,୨୦।୨(ସ୍ବ.ପ୍ର.): ଦେଶ ସ୍ବାଧୀନତା ପୂର୍ବରୁ ଛୁଆଁଅଛୁଆଁ ଭେଦଭାବ ରହିଥିଲା। ସେହି ସମୟରେ ଆଦିବାସୀଙ୍କୁ ଏକ ଭିନ୍ନ ଚକ୍ଷୁରେ ଦେଖାଯାଉଥିଲା। ଆଦିବାସୀଙ୍କୁ ଘୃଣା କରିବା ସହ ନିର୍ଯାତନା ମଧ୍ୟ ଦେଉଥିଲେ। ସେହି ସମୟରେ ଅକଥନୀୟ ନିର୍ଯାତନା ସହି ନ ପାରି ସରଳି ଆଦିବାସୀମାନେ ଜଙ୍ଗଲ ମଧ୍ୟକୁ ଚାଲିଆସି ସେଠାରେ ବାସ କରୁଥିଲେ। ଜଙ୍ଗଲଜାତ ଦ୍ରବ୍ୟ ଖାଉଥିଲେ ଓ ଝରଣା ପାଣି ପିଉଥିଲେ। ଦେଶ ସ୍ବାଧୀନ ହୋଇ ୭୫ ବର୍ଷ ହେଲେ ଆଜି ବି ଆଦିବାସୀମାନେ ଜଙ୍ଗଲରେ ପରାଧୀନ ଜୀବନ ଅତିବାହିତ କରୁଛନ୍ତି। ଏମାନଙ୍କ ପାଇଁ ସରକାରୀ ଯୋଜନା ସବୁ ଫେଲ ମାରିଛି। କେବଳ ନିର୍ବାଚନ ସମୟରେ ମାଳମାଳ ରାଜନେତା ଯାଇ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନ ପରେ ଆଦିବାସୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲି ଯାଆନ୍ତି। କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦେଦର ପଞ୍ଚାୟତ ବଣପାହାଡ଼ ଘେରାରେ ରହିଛି କୁସୁମବରା ଗାଁ। ଏହି ଗାଁ କେଉଁ ଆବାହମାନ କାଳରୁ ଥିବାବେଳେ ଏହା ସରକାରଙ୍କ ରାଜସ୍ବ ଗ୍ରାମ ମାନ୍ୟତା ମିଳିଛି। ଏହି ଗାଁରେ ୨୦ଟି ଆଦିବାସୀ ପରିବାର ବସ କରୁଛନ୍ତି। ଏହି ଆସିବାସୀମାନେ ଶାନ୍ତସ୍ବଭାବର ହୋଇଥିବା ବେଳେ ଏମାନେ ସବୁ ବେଳେ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। ଜଙ୍ଗଲ କାଠକୁ ପୋଡି କୋଇଲା ପ୍ରସ୍ତୁତ କରି ସେହି କୋଇଲାକୁ ବିକ୍ରି କରି ଏମାନେ ପରିବାର ପ୍ରତିପୋଷଣ କରିଥାନ୍ତି। ଗାଁରେ ଫେଲ ମାରିଛି ଆବାସ ଯୋଜନା। ଗାଁର ଆଦିବାସୀମାନଙ୍କ ମଧ୍ୟରୁ କାହାକୁ କିଛି ମଧ୍ୟ ଆବାସ ଯୋଜନାରେ ସାମିଲ କରାଯାଇନାହିଁ। ଫଳରେ ଏମାନେ ଏବେବି ଚାଳ ଘରେ ବସବାସ କରୁଛନ୍ତି। କୁସୁମବରା ଗ୍ରାମର ଆଦିବାସୀମାନଙ୍କ ପାଇଁ ରାସ୍ତା ଟିଏ ନାହିଁ। ଏମାନେ ଜଙ୍ଗଲରେ ପାଦଚଲା ରାସ୍ତାରେ ଯିବାଆସିବା କରିଥାନ୍ତି। ରାସ୍ତା ନ ଥିବା ଯୋଗୁ ଗର୍ଭବତୀ କିମ୍ବା ପ୍ରସୂତି ଅବା ଅନ୍ୟ କୌଣସି ରୋଗାଗ୍ରସ୍ତ ଲୋକଙ୍କୁ ଡାକ୍ତରଖାନାକୁ ନେବାକୁ ହେଲେ ୫ କି.ମି. ଖଟିଆରେ ବୋହି ବୋଣ୍ଡୋଗୁଡା ଗାଁକୁ ନେଇଥାନ୍ତି। ସେଠାରୁ ଆମ୍ବୁଲାନ୍ସରେ ଡାକ୍ତରଖାନାକୁ ନିଅନ୍ତି। ଗାଁରେ ନେଟୱାର୍କ ନ ଥିବା ଯୋଗୁ ଯୋଗାଯୋଗ ହୋଇପାରେ ନାହିଁ। ସ୍ବାଧୀନତାର ୭ ଦଶନ୍ଧି ପରେ ଆଜି ବି ବିକାଶ ଅପହଞ୍ଚ ହୋଇଥିବା ବେଳେ କେବେ ଏହି ଦୁର୍ଗମ କୁସୁମବରା ଗାଁ ବିକାଶର ଶିଖର ପହଞ୍ଚତ୍ବ, କେବେ ଏହି ଗାଁକୁ ଗମନାଗମନ ପାଇଁ ରାସ୍ତା, ସ୍ବଚ୍ଛ ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ମିଳିବ ତାହା ଦେଖବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପିନ୍‌ରେ ଦମ୍‌ ଦେଖାଇଲା ଶ୍ରୀଲଙ୍କା

କଲମ୍ବୋ,୮ା୨- ଟି୨୦ ବିଶ୍ୱକପ୍‌ରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଦ୍ୱାରା ପ୍ରଦତ୍ତ ୧୬୪ ରନର ଟାର୍ଗେଟକୁ ପିଛା…

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri