୫୫ବର୍ଷ ପରେ ବି ହେଉନି ସମାଧାନ: ସ୍କୁଲରେ ତାଲା ପକାଇଲେ ଅଭିଭାବକ

କେନ୍ଦୁଝର,୧୨।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ପଞ୍ଚାୟତ ଅଧୀନ ବଡ଼କମଣ୍ଡରା ପ୍ରାଥମିକ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଅଭିଭାବକମାନେ ସୋମବାର ସ୍କୁଲରେ ତାଲା ପକାଇ ଦେଇଛନ୍ତି। ୧୯୬୬ରେ ପ୍ରତିଷ୍ଠିତ ଏହି ସ୍କୁଲରେ ଶିକ୍ଷକ ଅଭାବ ସହିତ ଶ୍ରେଣୀ କକ୍ଷର ମଧ୍ୟ ଅଭାବ ରହିଛି। ସ୍କୁଲକୁ ଯିବାକୁ ଭଲ ରାସ୍ତାଟିଏ ମଧ୍ୟ ନାହିଁ। ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୧୧୧ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ତେବେ ଏହି ସ୍କୁଲରେ ମାତ୍ର ୨ଜଣ ଶିକ୍ଷୟିତ୍ରୀ ନିଯୁକ୍ତି ପାଇଥିବା ବେଳେ ଜଣେ ଶିକ୍ଷୟିତ୍ରୀ ପ୍ରାୟ ୪ମାସ ହେଲା ଛୁଟିରେ ଅଛନ୍ତି। ଫଳରେ ମାତ୍ର ଜଣେ ଶିକ୍ଷୟିତ୍ରୀ ପାଞ୍ଚଟି ଶ୍ରେଣୀର ପିଲାଙ୍କୁ କିପରି ପାଠ ପଢ଼ାଉଛନ୍ତି ସେନେଇ ଅଭିଭାବକ ଚିନ୍ତା ପ୍ରକଟ କରିଛନ୍ତି।

ସରକାରଙ୍କ ନିୟମାନୁଯାୟୀ ୩୦ପିଲାରେ ଜଣେ ଶିକ୍ଷକ ହିସାବରେ ୪ଜଣ ଶିକ୍ଷକ ନିଯୁକ୍ତି ପାଇବା ଜରୁରୀ ବୋଲି ଅଭିଭାବକମାନେ କହିଛନ୍ତି। ତେଣୁ ତୁରନ୍ତ ଶିକ୍ଷକ ନିଯୁକ୍ତି ସହିତ ରାସ୍ତାକୁ କଂକ୍ରିଟ କରିବା, ଅଧିକ ଶ୍ରେଣୀ କକ୍ଷ ନିର୍ମାଣ କରିବା ଓ ପରିସରକୁ ସୁରକ୍ଷିତ କରିବା ଆଦି ନେଇ ଅଭିଭାବକମାନେ ଦାବି କରିଛନ୍ତି। ଏନେଇ ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି, ସ୍କୁଲରେ ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ବିଇଓଙ୍କୁ କୁହାଯାଇଛି। ସେହିପରି ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବାକୁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧବାର ରାତି ୮ଟା ୨୦ରୁ ପାକତ୍ୟାଗ; ରାତିତମାମ ଉଜାଗର ରହିବେ ମହାପ୍ରଭୁ

ପୁରୀ ଅଫିସ, ୨୪ା୧୨: ଆସନ୍ତା ୨୬ ତାରିଖ ପୌଷ ଅମାବାସ୍ୟାରେ ହେବ ଖଣ୍ଡଗ୍ରାସ କେତୁଗ୍ରସ୍ତ ସୂର୍ଯ୍ୟୋପରାଗ। ଗୁରୁବାର ସକାଳ ୮ଘଣ୍ଟା ୨୦ ମିନିଟ୍‌ ୮ ସେକେଣ୍ଡରେ...

ମୁଖ୍ୟ ଚିକିତ୍ସାଳୟ ପରିସର ଏବେ ଡମ୍ପିଂୟାର୍ଡ

ଖୋର୍ଦ୍ଧା ଅଫିସ,୨୯ା୯: ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍‌ଏଚ୍‌) ମୁକ୍ତ ଡମ୍ପିଂୟାର୍ଡ ପାଲଟିଛି। ମେଡିକାଲ ବର୍ଜ୍ୟବସ୍ତୁ ଏଣେତେଣେ ପଡୁଛି। ମୃତଦେହ ବ୍ୟବଚ୍ଛେଦ ଗୃହ ଏବଂ ଟିକାକରଣ...

ଚିନ୍ତାକରି ଭୋଟ ଦେଲେ ଗଣତନ୍ତ୍ର ସୁଦୃଢ଼ ହୋଇପାରିବ: ଜିଲାପାଳ

ଛତ୍ରପୁର,୨୫।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲାସ୍ତରୀୟ ଜାତୀୟ ଭୋଟର ଦିବସ ଶନିବାର ପାଳିତ ହୋଇଯାଇଛି। ପୂର୍ବାହ୍ନରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଭୋଟର ସଚେତନତା ରାଲିକୁ ପତାକା ଦେଖାଇ...

ରାସ୍ତାରେ ଯୁବତୀଙ୍କୁ ପ୍ରେମ ନିବେଦନ ମହଙ୍ଗା ପଡ଼ିଲା, ଗ୍ରାମବାସୀ ଧରି ନିର୍ଧୁମ ଛେଚିଲେ

ଛେଣ୍ଡିପଦା,୨୬।୯(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜନୈକ ଯୁବକ ରାସ୍ତାରେ ଜଣେ ସ୍କୁଲ ଛାତ୍ରୀଙ୍କୁ ପ୍ରେମ ନିବେଦନ କରି ନିର୍ଧୁମ ଛେଚା ଖାଇଛନ୍ତି। ସୂଚନାନୁଯାୟୀ,...

ଆକ୍ସନ ମୁଡ୍‌ରେ ପୁରୀ ପୋଲିସ: ୪୦ ଗାଡ଼ି ଜବତ

ପୁରୀ ଅଫିସ, ୭।୪: କରୋନା ମୁକାବିଲା ପାଇଁ ୨୧ ଦିନିଆ ଲକ୍‌ଡାଉନ ଚାଲିଛି। କୌଣସି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା ଲାଗି...

ବଜାର ଦର ବୃଦ୍ଧି, ଚିନ୍ତାରେ ଖାଉଟି

କେନ୍ଦ୍ରାପଡ଼ା ଅଫିସ, ୧୯ା୧୦: ବଜାର ଦର ବୃଦ୍ଧି ଯୋଗୁ ଚିନ୍ତାରେ ଖାଉଟି ପଡିଛନ୍ତି। କାର୍ତ୍ତିକ ମାସ ଯୋଗୁ ନିରାମିଷ ଖାଇବାକୁ ଲୋକେ ପସନ୍ଦ କରୁଥିବା ବେଳେ...

ଗଞ୍ଜାମ ଜିଲାପରିଷଦ ସଭାପତି ଦାୟିତ୍ୱ ନେଲେ ସ୍ନେହଲତା

ଛତ୍ରପୁର, ୧୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପରିଷଦ ସଭାପତି ଭାବେ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ବିଧାୟକଭାବେ ନିର୍ବାଚିତ ହେବା ପରେ ସୁବାସ...

ଶୁକ୍ରବାରଠୁ ଆରମ୍ଭ ମାଟ୍ରିକ ପରୀକ୍ଷା: ଘଣ୍ଟାଏ ପୂର୍ବରୁ ପହଞ୍ଚିବ ପ୍ରଶ୍ନପତ୍ର

କଟକ ଅଫିସ,୯।୩: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଶୁକ୍ରବାରଠୁ ଆରମ୍ଭ ହେଉଛି। ଏହା ମାର୍ଚ୍ଚ ୧୦ ଅର୍ଥାତ୍‌ ଶୁକ୍ରବାରଠୁ ଆରମ୍ଭ ହୋଇ ମାର୍ଚ୍ଚ ୧୭ ତାରିଖ...

Advertisement
Archives

Model This Week