ଅବଧିର ୪ ବର୍ଷ ପରେ ବି ସରିଲାନି ନିର୍ମାଣ

ଯାଜପୁର ଅଫିସ,୧୪ା୮: ପରସେଣ୍ଟେଜ୍‌(ପିସି) କାରବାରର ଅବସାନ ଏବଂ ପ୍ରଶାସନର ସ୍ବଚ୍ଛତା ପାଇଁ ରାଜ୍ୟ ସରକାର ସ୍ଲୋଗାନ ଦେଇ ଚାଲିଥିବାବେଳେ ଏହାର ବିପରୀତ ଦୃଶ୍ୟ ଯାଜପୁର ଜିଲା ଗ୍ରାମ୍ୟ ନିର୍ମାଣ ବିଭାଗରେ ଦେଖିବାକୁ ମିଳୁଛି। ଏହି ବିଭାଗରେ ବାର୍ଷିକ ବିପୁଳ କୋଟି ଟଙ୍କା ଉନ୍ନୟନ କାର୍ଯ୍ୟ ପାଇଁ ସରକାର ବ୍ୟୟବରାଦ କରୁଥିବାରୁ ପିସି ଆକାରରେ ସିଂହଭାଗ ବାଟମାରଣା ହୋଇଯାଉଛି। ଜଣେ ଠିକାଦାରଙ୍କ କହିବା ଅନୁସାରେ ଏହି ବିଭାଗରେ ନିରୂପିତ ଅର୍ଥରୁ ପ୍ରାୟ ୧୫% କମ୍‌ରେ ଟେଣ୍ଡର ଭରିଲେ ଯାଇ କାମ ମିଳେ। ଏହାବାଦ ରାଜନୈତିକ ନେତୃବର୍ଗ ୫%, ନିର୍ବାହୀ ଯନ୍ତ୍ରୀ ୧%, ଏସ୍‌ଡିଓ ୧%, କନିଷ୍ଠ ଯନ୍ତ୍ରୀ ୧.୫%, କିରାଣି ଓ ଅନ୍ୟମାନେ ମିଶି ୧% ପିସି ଆକାରରେ ନେଇଥାନ୍ତି। ଏଭଳି ଭାବେ ନିରୂପିତ ଅର୍ଥରୁ ପ୍ରାୟ ୩୦% କମ୍‌ ଓ ପିସି ଆକାରରେ ଯାଉଥିବାରୁ ନିମ୍ନମାନର କାର୍ଯ୍ୟ ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହାବାଦ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା ଏବଂ ଅବହେଳା କାରଣରୁ ନିର୍ଦ୍ଧାରିତ ସମୟରେ ଅଧିକାଂଶ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରୁନାହିଁ ବୋଲି ଅଭିଯୋଗ ହେଉଛି। ଯାଜପୁର ବ୍ଲକ ଝାଲପଡ଼ା-ବ୍ରହ୍ମବରଦାକୁ ସଂଯୋଗ କରୁଥିବା ବ୍ରାହ୍ମଣୀ ନଦୀ ଉପରେ ସେତୁ କାର୍ଯ୍ୟ, ବନ୍ୟା ଆଶ୍ରୟସ୍ଥଳୀ ଏବଂ ନାବାର୍ଡ ଅନୁଦାନରେ ୫ଟି ରାସ୍ତା ପ୍ରକଳ୍ପକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ।
ପ୍ରଭାବଶାଳୀଙ୍କ ଛତ୍ରଛାୟା ତଳେ ରହି କେତେଜଣ ନିର୍ଦ୍ଦିଷ୍ଟ ଠିକାଦାର ଗ୍ରାମ୍ୟ ନିର୍ମାଣ ବିଭାଗର ଉନ୍ନୟନ ଅର୍ଥକୁ ଯୋଜନାବଦ୍ଧ ଭାବେ ହଡ଼ପ କରୁଥିବା ଅଭିଯୋଗ ହେଉଛି। କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହେଲେ ବଢ଼ିବ ଦର। ଏହି ନୀତିରେ ଯାଜପୁର ଜିଲା ଗ୍ରାମ୍ୟ ନିର୍ମାଣ ଡିଭିଜନରେ ଏକାଧିକ ଉନ୍ନୟନ କାର୍ଯ୍ୟ ଚାଲିଛି। ସମ୍ପୃକ୍ତ ଠିକାଦାର ଓ ଯନ୍ତ୍ରୀ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ନିର୍ମାଣ ଶେଷ ନ କରି ଜାଣିଶୁଣି ଦିନ ଘୁଞ୍ଚାଇ ଚାଲିଛନ୍ତି। ଏପରି କି ନିଜ ଉପରୁ ଦୋଷ ଛଡ଼ାଇବାକୁ ଯାଇ ସମ୍ପୃକ୍ତ ଠିକାଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ପୁଣି ନୀରବୀ ଯାଉଥିବା ଦେଖିବାକୁ ମିଳିଛି। ଏହିକ୍ରମରେ ରାଜ୍ୟ ମଜୁରି ନିର୍ଦ୍ଧାରଣ ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ ବର୍ଷକୁ ବର୍ଷ ହେଉଥିବା ଶ୍ରମିକଙ୍କ ବର୍ଦ୍ଧିତ ମଜୁରି ଓ ନିର୍ମାଣ ସାମଗ୍ରୀର ଅତିରିକ୍ତ ଅର୍ଥକୁ ବିଭାଗୀୟ ଅଧିକାରୀ ଓ ଠିକାଦାର ମିଶି ହଡ଼ପ କରିବାରେ ଲାଗିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଝାଲପଡ଼ା-ବ୍ରହ୍ମବରଦା ରାସ୍ତାର ବ୍ରାହ୍ମଣୀ ନଦୀ ଉପରେ ବିଜୁ ସେତୁ ନିର୍ମାଣର ଅବଧି ଶେଷହେବାର ପ୍ରାୟ ୪ ବର୍ଷ ପରେ ବି ପୋଲ ଖୁଣ୍ଟ କାର୍ଯ୍ୟ ଶେଷ ହୋଇନି। ଏହି ପ୍ରକଳ୍ପ ୨୦୧୬ ଡିସେମ୍ବରରୁ ଆରମ୍ଭ ହୋଇ ୨୦୧୯ ଏପ୍ରିଲରେ ଶେଷହେବାକୁ ନିର୍ଦ୍ଧାରଣ ହୋଇଥିଲା। ଏଥିରେ ୮ଟି ଖୁଣ୍ଟରୁ ୭ଟି ଶେଷ ହୋଇଥିବାବେଳେ ଅନ୍ୟ ୧ ଖୁଣ୍ଟର ନିର୍ମାଣ କାର୍ଯ୍ୟ ବର୍ଷେ ହେଲା ଚାଲୁ ରହିଛି। ଏଭଳି ବିଳମ୍ବକୁ ଦେଖି ସମ୍ପୃକ୍ତ ଅଞ୍ଚଳବାସୀ ଅସହ୍ୟ ହୋଇପଡ଼ିଲେଣି। ଏହି ସେତୁ ଉପରେ ୩ ପଞ୍ଚାୟତର ପ୍ରାୟ ୧୫ ହଜାର ଲୋକ ନିର୍ଭର କରିବେ ବୋଲି ଆଶା କରାଯାଉଛି। ବିଶେଷକରି ରୁଦ୍ରପୁର, ଝାଲପଡ଼ା, ମେଣ୍ଢ, ସୁଜନପୁର ଅଞ୍ଚଳବାସୀ ବ୍ରହ୍ମବରଦା ପଞ୍ଚାୟତର ହାଟବଜାର, ଡାକ୍ତରଖାନା, ବ୍ୟାଙ୍କ, ବିଦ୍ୟାଳୟ, କଲେଜ, ଥାନା ଭଳି ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନକାରୀ ଅନୁଷ୍ଠାନ ଉପରେ ନିର୍ଭର କରନ୍ତି। ଏହିକ୍ରମରେ ବର୍ଷାଋତୁରେ ୪ରୁ ୫ ମାସ ଅଞ୍ଚଳବାସୀ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ରୁଦ୍ରପୁର ଓ ଝାଲପଡ଼ା ପଞ୍ଚାୟତବାସୀ ପ୍ରତିଦିନ ଡଙ୍ଗା ପାର ହୋଇ ନିଜ ଜୀବନକୁ ବାଜି ଲଗାଇ ବ୍ରହ୍ମବରଦାକୁ ଆସିଥାନ୍ତି। ତେଣୁ ଉକ୍ତ ସେତୁଟିକୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଅଞ୍ଚଳବାସୀ ଦାବି କରିଆସୁଥିଲେ ହେଁ କେହି କର୍ଣ୍ଣପାତ କରୁନାହାନ୍ତି। ଠିକାଦାର ବିଭିନ୍ନ ଆଳ କରି ଖସିଯାଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।
ସେହିପରି ନାବାର୍ଡ ଅନୁଦାନରୁ ସୁଜନପୁରଠାରୁ କୁକୁଡିକୁଦା ରାସ୍ତା, ଶଙ୍ଖଚିଳାଠାରୁ ବରେଇ ଭାୟା ତଣ୍ଡରା ରାସ୍ତା, ମଙ୍ଗଳପୁରଠାରୁ ବଡକୁଆଁଳ ପିଏଚ୍‌ସି ରାସ୍ତା, ବୁଢ଼ାଘାଟଠାରୁ ଉଆସାହି ରାସ୍ତା, ଶାନ୍ତିବଜାରଠାରୁ ଅବଦନ ପ୍ରଭୃତି ରାସ୍ତା ଅଧାପନ୍ତରିଆ ହୋଇ ପଡ଼ିରହିଛି। ଏହିସବୁ ରାସ୍ତା କାର୍ଯ୍ୟର ଅଗ୍ରଗତି ଅତି ନୈରାଶ୍ୟଜନକ ହେଉଥିବାରୁ ଚିଫ୍‌ ଇଞ୍ଜିନିୟର(ରାସ୍ତା) ଅଗ୍ରଗତିରେ ତତ୍ପରତା ପ୍ରକାଶ କରିବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାବାଦ୍‌ ଜୟଚଣ୍ଡୀ ହାଇସ୍କୁଲ, ବିସିଜେ ହାଇସ୍କୁଲ, ଶ୍ରୀବନ୍ତ ହାଇସ୍କୁଲ, ଟିଣା ହାଇସ୍କୁଲ ଇତ୍ୟାଦି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କାର୍ଯ୍ୟର ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ସେଗୁଡ଼ିକ ସମ୍ପୂର୍ଣ୍ଣ ହୋଇପାରିନାହିଁ। ସେହିପରି ମାଙ୍କଡିଆ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ କଲୋନୀରେ ବ୍ୟାପକ ଅନିୟମିତତା ହୋଇଥିବା ଲୋକାୟୁକ୍ତରେ ମାମଲା ରୁଜୁ ହୋଇଛି। ଏହିସବୁ ଅବହେଳା ଓ ଦୁର୍ନୀତିର ପ୍ରମୁଖ କାରଣ ପିସି କାରବାର ବୋଲି ମତପ୍ରକାଶ ପାଉଛି। ଅନ୍ୟପକ୍ଷରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକ କୁହନ୍ତି, ଯେଉଁ ଠିକାଦାରମାନେ କାର୍ଯ୍ୟରେ ଅବହେଳା କରୁଛନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ଜରିମାନା ଆଦାୟ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ଆବଶ୍ୟକସ୍ଥଳେ ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

୫୦ରୁ ଅଧିକ ଫଳ ଦୋକାନ ଜଳି ପୋଡି ପାଉଁଶ: ପରିଦର୍ଶନରେ ଆସି ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର କହିଲେ, ଏଥିପାଇଁ…

ବଲାଙ୍ଗୀର,୮।୧୨( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଯାଇଛି । ଦେଖୁ ଦେଖୁ ହୁ ହୁ ହୋଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri