ଅବଧିର ୪ ବର୍ଷ ପରେ ବି ସରିଲାନି ନିର୍ମାଣ

ଯାଜପୁର ଅଫିସ,୧୪ା୮: ପରସେଣ୍ଟେଜ୍‌(ପିସି) କାରବାରର ଅବସାନ ଏବଂ ପ୍ରଶାସନର ସ୍ବଚ୍ଛତା ପାଇଁ ରାଜ୍ୟ ସରକାର ସ୍ଲୋଗାନ ଦେଇ ଚାଲିଥିବାବେଳେ ଏହାର ବିପରୀତ ଦୃଶ୍ୟ ଯାଜପୁର ଜିଲା ଗ୍ରାମ୍ୟ ନିର୍ମାଣ ବିଭାଗରେ ଦେଖିବାକୁ ମିଳୁଛି। ଏହି ବିଭାଗରେ ବାର୍ଷିକ ବିପୁଳ କୋଟି ଟଙ୍କା ଉନ୍ନୟନ କାର୍ଯ୍ୟ ପାଇଁ ସରକାର ବ୍ୟୟବରାଦ କରୁଥିବାରୁ ପିସି ଆକାରରେ ସିଂହଭାଗ ବାଟମାରଣା ହୋଇଯାଉଛି। ଜଣେ ଠିକାଦାରଙ୍କ କହିବା ଅନୁସାରେ ଏହି ବିଭାଗରେ ନିରୂପିତ ଅର୍ଥରୁ ପ୍ରାୟ ୧୫% କମ୍‌ରେ ଟେଣ୍ଡର ଭରିଲେ ଯାଇ କାମ ମିଳେ। ଏହାବାଦ ରାଜନୈତିକ ନେତୃବର୍ଗ ୫%, ନିର୍ବାହୀ ଯନ୍ତ୍ରୀ ୧%, ଏସ୍‌ଡିଓ ୧%, କନିଷ୍ଠ ଯନ୍ତ୍ରୀ ୧.୫%, କିରାଣି ଓ ଅନ୍ୟମାନେ ମିଶି ୧% ପିସି ଆକାରରେ ନେଇଥାନ୍ତି। ଏଭଳି ଭାବେ ନିରୂପିତ ଅର୍ଥରୁ ପ୍ରାୟ ୩୦% କମ୍‌ ଓ ପିସି ଆକାରରେ ଯାଉଥିବାରୁ ନିମ୍ନମାନର କାର୍ଯ୍ୟ ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହାବାଦ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା ଏବଂ ଅବହେଳା କାରଣରୁ ନିର୍ଦ୍ଧାରିତ ସମୟରେ ଅଧିକାଂଶ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇପାରୁନାହିଁ ବୋଲି ଅଭିଯୋଗ ହେଉଛି। ଯାଜପୁର ବ୍ଲକ ଝାଲପଡ଼ା-ବ୍ରହ୍ମବରଦାକୁ ସଂଯୋଗ କରୁଥିବା ବ୍ରାହ୍ମଣୀ ନଦୀ ଉପରେ ସେତୁ କାର୍ଯ୍ୟ, ବନ୍ୟା ଆଶ୍ରୟସ୍ଥଳୀ ଏବଂ ନାବାର୍ଡ ଅନୁଦାନରେ ୫ଟି ରାସ୍ତା ପ୍ରକଳ୍ପକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ।
ପ୍ରଭାବଶାଳୀଙ୍କ ଛତ୍ରଛାୟା ତଳେ ରହି କେତେଜଣ ନିର୍ଦ୍ଦିଷ୍ଟ ଠିକାଦାର ଗ୍ରାମ୍ୟ ନିର୍ମାଣ ବିଭାଗର ଉନ୍ନୟନ ଅର୍ଥକୁ ଯୋଜନାବଦ୍ଧ ଭାବେ ହଡ଼ପ କରୁଥିବା ଅଭିଯୋଗ ହେଉଛି। କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ବିଳମ୍ବ ହେଲେ ବଢ଼ିବ ଦର। ଏହି ନୀତିରେ ଯାଜପୁର ଜିଲା ଗ୍ରାମ୍ୟ ନିର୍ମାଣ ଡିଭିଜନରେ ଏକାଧିକ ଉନ୍ନୟନ କାର୍ଯ୍ୟ ଚାଲିଛି। ସମ୍ପୃକ୍ତ ଠିକାଦାର ଓ ଯନ୍ତ୍ରୀ ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ନିର୍ମାଣ ଶେଷ ନ କରି ଜାଣିଶୁଣି ଦିନ ଘୁଞ୍ଚାଇ ଚାଲିଛନ୍ତି। ଏପରି କି ନିଜ ଉପରୁ ଦୋଷ ଛଡ଼ାଇବାକୁ ଯାଇ ସମ୍ପୃକ୍ତ ଠିକାଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ପୁଣି ନୀରବୀ ଯାଉଥିବା ଦେଖିବାକୁ ମିଳିଛି। ଏହିକ୍ରମରେ ରାଜ୍ୟ ମଜୁରି ନିର୍ଦ୍ଧାରଣ ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ ବର୍ଷକୁ ବର୍ଷ ହେଉଥିବା ଶ୍ରମିକଙ୍କ ବର୍ଦ୍ଧିତ ମଜୁରି ଓ ନିର୍ମାଣ ସାମଗ୍ରୀର ଅତିରିକ୍ତ ଅର୍ଥକୁ ବିଭାଗୀୟ ଅଧିକାରୀ ଓ ଠିକାଦାର ମିଶି ହଡ଼ପ କରିବାରେ ଲାଗିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଝାଲପଡ଼ା-ବ୍ରହ୍ମବରଦା ରାସ୍ତାର ବ୍ରାହ୍ମଣୀ ନଦୀ ଉପରେ ବିଜୁ ସେତୁ ନିର୍ମାଣର ଅବଧି ଶେଷହେବାର ପ୍ରାୟ ୪ ବର୍ଷ ପରେ ବି ପୋଲ ଖୁଣ୍ଟ କାର୍ଯ୍ୟ ଶେଷ ହୋଇନି। ଏହି ପ୍ରକଳ୍ପ ୨୦୧୬ ଡିସେମ୍ବରରୁ ଆରମ୍ଭ ହୋଇ ୨୦୧୯ ଏପ୍ରିଲରେ ଶେଷହେବାକୁ ନିର୍ଦ୍ଧାରଣ ହୋଇଥିଲା। ଏଥିରେ ୮ଟି ଖୁଣ୍ଟରୁ ୭ଟି ଶେଷ ହୋଇଥିବାବେଳେ ଅନ୍ୟ ୧ ଖୁଣ୍ଟର ନିର୍ମାଣ କାର୍ଯ୍ୟ ବର୍ଷେ ହେଲା ଚାଲୁ ରହିଛି। ଏଭଳି ବିଳମ୍ବକୁ ଦେଖି ସମ୍ପୃକ୍ତ ଅଞ୍ଚଳବାସୀ ଅସହ୍ୟ ହୋଇପଡ଼ିଲେଣି। ଏହି ସେତୁ ଉପରେ ୩ ପଞ୍ଚାୟତର ପ୍ରାୟ ୧୫ ହଜାର ଲୋକ ନିର୍ଭର କରିବେ ବୋଲି ଆଶା କରାଯାଉଛି। ବିଶେଷକରି ରୁଦ୍ରପୁର, ଝାଲପଡ଼ା, ମେଣ୍ଢ, ସୁଜନପୁର ଅଞ୍ଚଳବାସୀ ବ୍ରହ୍ମବରଦା ପଞ୍ଚାୟତର ହାଟବଜାର, ଡାକ୍ତରଖାନା, ବ୍ୟାଙ୍କ, ବିଦ୍ୟାଳୟ, କଲେଜ, ଥାନା ଭଳି ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନକାରୀ ଅନୁଷ୍ଠାନ ଉପରେ ନିର୍ଭର କରନ୍ତି। ଏହିକ୍ରମରେ ବର୍ଷାଋତୁରେ ୪ରୁ ୫ ମାସ ଅଞ୍ଚଳବାସୀ ନାନା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ରୁଦ୍ରପୁର ଓ ଝାଲପଡ଼ା ପଞ୍ଚାୟତବାସୀ ପ୍ରତିଦିନ ଡଙ୍ଗା ପାର ହୋଇ ନିଜ ଜୀବନକୁ ବାଜି ଲଗାଇ ବ୍ରହ୍ମବରଦାକୁ ଆସିଥାନ୍ତି। ତେଣୁ ଉକ୍ତ ସେତୁଟିକୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଅଞ୍ଚଳବାସୀ ଦାବି କରିଆସୁଥିଲେ ହେଁ କେହି କର୍ଣ୍ଣପାତ କରୁନାହାନ୍ତି। ଠିକାଦାର ବିଭିନ୍ନ ଆଳ କରି ଖସିଯାଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।
ସେହିପରି ନାବାର୍ଡ ଅନୁଦାନରୁ ସୁଜନପୁରଠାରୁ କୁକୁଡିକୁଦା ରାସ୍ତା, ଶଙ୍ଖଚିଳାଠାରୁ ବରେଇ ଭାୟା ତଣ୍ଡରା ରାସ୍ତା, ମଙ୍ଗଳପୁରଠାରୁ ବଡକୁଆଁଳ ପିଏଚ୍‌ସି ରାସ୍ତା, ବୁଢ଼ାଘାଟଠାରୁ ଉଆସାହି ରାସ୍ତା, ଶାନ୍ତିବଜାରଠାରୁ ଅବଦନ ପ୍ରଭୃତି ରାସ୍ତା ଅଧାପନ୍ତରିଆ ହୋଇ ପଡ଼ିରହିଛି। ଏହିସବୁ ରାସ୍ତା କାର୍ଯ୍ୟର ଅଗ୍ରଗତି ଅତି ନୈରାଶ୍ୟଜନକ ହେଉଥିବାରୁ ଚିଫ୍‌ ଇଞ୍ଜିନିୟର(ରାସ୍ତା) ଅଗ୍ରଗତିରେ ତତ୍ପରତା ପ୍ରକାଶ କରିବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାବାଦ୍‌ ଜୟଚଣ୍ଡୀ ହାଇସ୍କୁଲ, ବିସିଜେ ହାଇସ୍କୁଲ, ଶ୍ରୀବନ୍ତ ହାଇସ୍କୁଲ, ଟିଣା ହାଇସ୍କୁଲ ଇତ୍ୟାଦି ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କାର୍ଯ୍ୟର ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ସେଗୁଡ଼ିକ ସମ୍ପୂର୍ଣ୍ଣ ହୋଇପାରିନାହିଁ। ସେହିପରି ମାଙ୍କଡିଆ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ କଲୋନୀରେ ବ୍ୟାପକ ଅନିୟମିତତା ହୋଇଥିବା ଲୋକାୟୁକ୍ତରେ ମାମଲା ରୁଜୁ ହୋଇଛି। ଏହିସବୁ ଅବହେଳା ଓ ଦୁର୍ନୀତିର ପ୍ରମୁଖ କାରଣ ପିସି କାରବାର ବୋଲି ମତପ୍ରକାଶ ପାଉଛି। ଅନ୍ୟପକ୍ଷରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଜ୍ଞାନରଞ୍ଜନ ନାୟକ କୁହନ୍ତି, ଯେଉଁ ଠିକାଦାରମାନେ କାର୍ଯ୍ୟରେ ଅବହେଳା କରୁଛନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ଜରିମାନା ଆଦାୟ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି। ଆବଶ୍ୟକସ୍ଥଳେ ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ପଦକ୍ଷେପ ନିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri