ଏନ୍‌ଆର୍‌ଟିର ସଫଳ ପରୀକ୍ଷଣ

ଭୁବନେଶ୍ୱର,୧୪।୮: କଟକ ଏସ୍‌ସିବି ଡେଣ୍ଟାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଏକ ଅନନ୍ୟ କ୍ଲିନିକାଲ ପରୀକ୍ଷା ଅଭ୍ୟାସଗତ ତମାଖୁ ସେବନକାରୀଙ୍କ ଅଭ୍ୟାସକୁ ସଫଳତାର ସହ ଛଡାଇବାରେ ଫଳପ୍ରଦ ନିକୋଟିନ ରିପ୍ଲେସମେଣ୍ଟ ଥେରାପି (ଏନଆରଟି) ଉପରେ ତଥ୍ୟ ପ୍ରକାଶ ପାଇଛି। ଉକ୍ତ ଅଧ୍ୟୟନ ନିଶ୍ଚିତ କରିଛି, ଆଚରଣଗତ ହସ୍ତକ୍ଷେପ ସହିତ ମିଳିତ ଭାବେ ସଫଳତାର ସହ ଧୂମପାନ ବନ୍ଦ କରିବାର ସମ୍ଭାବନାକୁ ଏହା ଯଥେଷ୍ଟ ବୃଦ୍ଧି କରିଥାଏ। ସେହିଭଳି ୯୩% ଅଂଶଗ୍ରହଣକାରୀଙ୍କ ଉପରେ କରାଯାଇଥିବା ଏହି ପରୀକ୍ଷଣରେ ପ୍ରାୟ ୭୦% ତମାଖୁ ଦ୍ରବ୍ୟ ସେବନକାରୀ ଥିଲେ। ଏପରିକି ଅଂଶଗ୍ରହଣକାରୀଙ୍କୁ ୨ଟି ସମାନତା ଥିବା ଦଳରେ ବିଭକ୍ତ କରାଯାଇଥିଲା। ପ୍ରଥମ ଦଳ ନିକୋଟିନ ଗମ୍‌ ସେବନ କରୁଥିବାବେଳେ ଦ୍ୱିତୀୟ ଦଳ ନିକୋଟିନ ପ୍ୟାଚ ବ୍ୟବହାର କରୁଥିଲେ। ସେହିପରି ଆଚରଣଗତ ପରାମର୍ଶ ଦ୍ୱାରା ନିକୋଟିନ ପ୍ୟାଚ ଏବଂ ନିକୋଟିନ ଗମ୍‌ ଗ୍ରହଣ କରିଥିବା ଦଳ ଯଥାକ୍ରମେ ୫.୨ ଏବଂ ୪.୬ ଗୁଣା ଥିଲେ। ଫାଇଲର ତଥ୍ୟ ଅନୁସାରେ ଆଚରଣଗତ ପରାମର୍ଶ ଦ୍ୱାରା ସମ୍ପୃକ୍ତ ଦଳଙ୍କଠାରେ ଅନ୍ୟ ଦଳଙ୍କ ଅପେକ୍ଷା ଅଭ୍ୟାସ ଛାଡିବାର ସଫଳତା ସମ୍ଭାବନା ଅଧିକ ରହିଥିଲା। ଏ ସମ୍ପର୍କରେ ଫୋରମ ଫର ଇଟିଂଗ୍ରେଟେଡ ଡେଭଲପମେଂଟଆଣ୍ଡ ରିସର୍ଚ୍ଚର ମେଣ୍ଟର ଚାରୁଦତ ପାଣିଗ୍ରାହୀ କହଥିିଲେ, ଏହି ପରୀକ୍ଷା ହେଉଛି ବ୍ୟାପକ ସମାଧାନ ଦିଗରେ ଏକ ଅନନ୍ୟ ସଫଳତା, ଯାହା ଜୀବନ ରକ୍ଷା କରିପାରିବ। ଏନଆରଟି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଅଭ୍ୟାସଗତ ଆଚରଣକୁ ବନ୍ଦ କରିବାକୁ ସୁନିଶ୍ଚିତ କରିଥାଏ। ବିଶେଷ କରି ଆମର ଯୁବବର୍ଗମାନଙ୍କ ପାଇଁ ଏହା କେବଳ ଏକ ପସନ୍ଦଯୋଗ୍ୟ ନୁହେଁ, ବରଂ ସେମାନଙ୍କର ସ୍ବାସ୍ଥ୍ୟ ଏବଂ ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ନିଶା ମୁକ୍ତ ଭାବେ ଏକ ମୁଖ୍ୟ ଦାୟିତ୍ୱ ତୁଲାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?