୩୦ ବର୍ଷ ପରେ ବି ନିଜସ୍ବ କୋଠା ନାହିଁ

ସୋନପୁର,୬।୭(ମୃତ୍ୟୁଞ୍ଜୟ ଶତପଥୀ)ଅପରାଧୀଙ୍କୁ ଧରିବା ସହ ଲୋକଙ୍କୁ ସୁରକ୍ଷା ଦେବା ପୋଲିସର କର୍ତ୍ତବ୍ୟ। କିନ୍ତୁ ଲୋକଙ୍କୁ ସୁରକ୍ଷା ଦେଉଥିବା ପୋଲିସ କର୍ମଚାରୀଙ୍କ ପାଇଁ ସର୍ବନିମ୍ନ ସୁବିଧା ନାହିଁ। ସୁବର୍ଣ୍ଣପୁର ଜିଲା ହରଡଖୋଲ ବିଟ୍‌ରେ ଏଭଳି ସ୍ଥିତ ଦେଖିବାକୁ ମିଳିଛି। ଏହି ବିଟ୍‌ରେ ଜଣେ ଏଏସଆଇ, ୪ ଜଣ କନଷ୍ଟେବଳ ନିଯୁକ୍ତ ଅଛନ୍ତି। ସୋନପୁର ଥାନା ଅନ୍ତର୍ଗତ ମୟୁରଊଡାନ, ହରଡଖୋଲ, ବିଶିମୁଣ୍ଡା, ମଲ୍ଳିକମୁଣ୍ଡା ଓ ଖରଜୁରା ପଞ୍ଚାୟତକୁ ନେଇ ହରଡଖୋଲ ବିଟ୍‌ ଗଠିତ। ପୋଲିସ ପାଟ୍ରୋଲିଂ ଓ ସୁରକ୍ଷା ଦୃଷ୍ଟିରୁ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି ପୋଲିସ ବିଟ୍‌ ଖୁବ୍‌ ଗୁରୁତ୍ୱ ବହନ କରେ। କିନ୍ତୁ ଏହି ବିଟ୍‌ ହାଉସର ନିଜସ୍ବ ଜମି ନାହିଁ। ଫଳରେ ଏପର୍ଯ୍ୟନ୍ତ କୋଠା ନିର୍ମାଣ ହୋଇପାରୁନି। ପୋଲିସ କର୍ମଚାରୀମାନେ ସରକାରୀ ଜମିରେ ନିର୍ମିତ ଏକ ଆଜବେଷ୍ଟସ ଘରେ ରହି ଅସୁରକ୍ଷିତ ଭାବେ ନିଜର ଦାୟିତ୍ୱ ସମ୍ପାଦନ କରୁଛନ୍ତି।
୧୯୯୩ରେ ଜିଲା ଗଠନ ହେବା ଦିନଠାରୁ ସ୍ଥାପିତ ହୋଇଥିବା ଏହି ବିଟ୍‌ ହାଉସ ୨୭ ବର୍ଷ ଧରି ଏକ ଭଡା ଘରେ ଚାଲିଥିଲା। ହରଡଖୋଲ ମାର୍କେଟ୍‌ରେ ଏକ ଭଙ୍ଗା ଟାଇଲ ଘରେ ଅଫିସ ଚାଲି ଆସିଥିଲା। ତେବେ ବର୍ଷା ଋତୁରେ ପାଣି ଗଳିବାରୁ ଅଫିସର କାଗଜପତ୍ର ଓଦା ହୋଇଥିଲା। ୩ ବର୍ଷ ପୂର୍ବରୁ ଏକ ସରକାରୀ ଜାଗାରେ ନିର୍ମିତ ଆଜବେଷ୍ଟସ୍‌ ଘରକୁ ବିଟ୍‌ ହାଉସ ସ୍ଥାନାନ୍ତର ହୋଇଛି। ଇତିମଧ୍ୟରେ ଦୀର୍ଘ ୩୦ ବର୍ଷ ବିତି ଯାଇଥିଲେ ମଧ୍ୟ ବିଟ୍‌ ହାଉସର ନିଜସ୍ବ କୋଠା ନିର୍ମାଣ ହୋଇପାରିନି। ଆବଶ୍ୟକ ପାଚେରି ଅଭାବରୁ ଜବତ ହୋଇଥିବା ଗାଡି, ସାଇକେଲ ସବୁ ପଡିଛି ଖୋଲା ଆକାଶ ତଳେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଏଠାରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ କୌଣସି ଶୌଚାଳୟ ବ୍ୟବସ୍ଥା ନ ଥିବାରୁ କର୍ମଚାରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଭଳି ପ୍ରତିକୂଳ ପରିସ୍ଥିତିରେ ବିଟ୍‌ ହାଉସ ମଧ୍ୟରେ ଥିବା ଅପରାଧୀମାନଙ୍କର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର କେତେ ସୁରକ୍ଷିତ ସ୍ପଷ୍ଟ ଅନୁମେୟ। ତେବେ ଏହି ସମସ୍ୟା ନେଇ ଅଞ୍ଚଳର ଜନସାଧାରଣ ଏକ ନୂତନ ବିଟ୍‌ ହାଉସ ନିର୍ମାଣ ପାଇଁ ବାରମ୍ବାର ଦାବି କରିବା ସହ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ମଧ୍ୟ ଦେଇ ସାରିଛନ୍ତି। ତଥାପି ଏହି ସମସ୍ୟାର ସମାଧାନ ହୋଇ ପାରିନାହିଁ। ସୂଚନା ଅନୁଯାୟୀ, ବିଟ୍‌ ହାଉସ ପାଇଁ ବହୁ ପୂର୍ବରୁ ସାହାଜପିଟା ମୌଜା ଗ୍ରୀଡ୍‌ ସମ୍ମୁଖରେ ଏକ ଏକର ଜମି ମୌଖିକ ଭାବରେ ଚିହ୍ନଟ ହୋଇଥିଲା। ହେଲେ ଏ ପର୍ଯ୍ୟନ୍ତ ତହସିଲଦାର ସେହି ଜମିକୁ ପୋଲିସ ବିଭାଗକୁ ହସ୍ତାନ୍ତର କରୁନାହାନ୍ତି । ଜମି ନ ଥିବାରୁ ନୂତନ କୋଠା ନିର୍ମାଣ ହୋଇପାରୁନି। ଅନ୍ୟପକ୍ଷରେ ବିଟ୍‌ ହାଉସ ପାଇଁ ଆବଶ୍ୟକ ଜମି ପାଇଁ ଆରକ୍ଷୀ ଅଧୀକ୍ଷକ ତାଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୩୫୯୫/୧୩.୧୨.୧୮ରେ ସୋନପୁର ତହସିଲଦାରଙ୍କ ସମେତ ରାଜସ୍ବ ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ। ତେବେ ଏ ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିବା ପରେ ଶେଷରେ ବିଟ୍‌ ହାଉସର ଶୋଚନୀୟ ଅବସ୍ଥାକୁ ହୃଦୟଙ୍ଗମ କରି ପୁନର୍ବାର ଆରକ୍ଷୀ ଅଧୀକ୍ଷକ ତାଙ୍କ କାର୍ଯ୍ୟାଳୟର ପତ୍ରସଂଖ୍ୟା ୧୭୯୭/୨୪ା୬ା୧୯ ଅନୁସାରେ ହରଡଖୋଲ ପଞ୍ଚାୟତରେ ଥିବା ରାଜୀବ ଭବନ ଖାଲି ପଡିଥିବାରୁ ନୂତନ ବିଟ୍‌ ହାଉସ ନିର୍ମାଣ ପର୍ଯ୍ୟନ୍ତ ସେଠାରେ ବିଟ୍‌ ହାଉସ ଅସ୍ଥାୟୀ ଭାବେ କାର୍ଯ୍ୟ କରିବାକୁ ଜିଳାପାଳଙ୍କୁ ଅନୁରୋଧ କରିଥିଲେ। ଇତିମଧ୍ୟରେ ଦୀର୍ଘ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଜିଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଫଳରେ ଏହାକୁ ନେଇ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ଜିଲା ପ୍ରଶାସନ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri