୩ ବର୍ଷ ପରେ ବି କାର୍ଯ୍ୟକ୍ଷମ ହେଲାନି ମଡେଲ ମଶାଣି

ଜଗତ୍‌ସିଂହପୁର, ୯ା୪ (ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ପୌରାଞ୍ଚଳରେ ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଅନେକ ସମୟରେ କୌଣସି ନା କୌଣସି ୱାର୍ଡରେ ଲୋକଙ୍କ ମୃତ୍ୟୁ ହେଉଛି। କିନ୍ତୁ ଶବଦାହ ପାଇଁ ଅନେକ ସମୟରେ ଅସୁବିଧା ହେଉଛି। ବିଶେଷକରି ବର୍ଷାଦିନେ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟା ଦୂର ପାଇଁ ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ସହରର ୧୦ ନଂ. କେନାଲ ଆରପଟେ ଏକ ମଡେଲ ମଶାଣି ନିର୍ମାଣ କରିବାକୁ ୨୦୨୧ରେ ନିଷ୍ପତ୍ତି ହୋଇଥିଲା। ଏନେଇ ପାଖାପାଖି ୧ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। କାମ ମଧ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ମଶାଣିଟି ଏପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ହୋଇପାରି ନାହିଁ। ଫଳରେ ଏହା ଉଦ୍‌ଘାଟନ ହୋଇପାରୁନାହିଁ। ମଶାଣି ଆରମ୍ଭରେ ଲୋକଙ୍କ ଭିତରେ ଯେଉଁ ଖୁସି ଅନୁଭବ ହେଉଥିଲା ବିଳମ୍ବ କାରଣରୁ ତାହା ମଉଳିବାରେ ଲାଗିଲାଣି।
ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଥିଲେ, ମଶାଣିଟି ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ସହରରେ ଶବଦାହଜନିତ ସମସ୍ୟା ଦୂର ହୋଇଯିବ। ଏଠାରେ ସାଧାରଣ ବ୍ୟବହାର ଯଥା ଗାଧୁଆ ଘର, ବସ୍ତ୍ର ବଦଳାବଦଳି ଗୃହ, ଅପେକ୍ଷା ଗୃହ, ଶୌଚାଳୟ, ପାଦଚଲା ରାସ୍ତା ଆଦି ରହିବ। କେବଳ ଏତିକି ନୁହେଁ କେୟାର ଟେକର୍‌ ଗୃହ, ଲକ୍କର, ପୂଜା ସାମଗ୍ରୀ, କାଠ ଆଦି ରଖାଯିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ। ବିଶେଷକରି ଏହି ପରିସର ଯେପରି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ହୋଇପାରିବ ସେଥିପ୍ରତି ଧ୍ୟାନ ଦିଆଯିବ ବୋଲି କୁହାଯାଉଛି। ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ମଡେଲ ମଶାଣିଟି କଲେଜ ଛକ ପୋଲ ଆରପଟ (କଲଭର୍ଟ ନିକଟ) ପାଖାପାଖି ୧୦୦ ମିଟର କେନାଲ ବାମ ପାର୍ଶ୍ୱ ୧ ଏକର ଜମିରେ ନିର୍ମାଣ ଆପାତତଃ ସରିଛି। ଏହି ଜମି ଉଚ୍ଚ ନୀଚ ରହିଛି, ଗୋଟିଏ ପଟେ କେନାଲ ବନ୍ଧ ଓ ବିପରୀତ ଦିଗରେ ମୃତ ଅଳକା ନଦୀ ରହିଛି। ତେଣୁ ମାଟି ନ ଖସିବା ପାଇଁ ରିଟେନିଂ ୱାଲ୍‌ କରାଯିବା ଲକ୍ଷ୍ୟ ରଖାଯାଇଥିଲା। ଏ ବାବଦରେ ୯,୦୯,୧୨୪ ଟଙ୍କା ଖର୍ଚ୍ଚ ଆକଳନ ହୋଇଥିଲା। ଜମି ଚାରିପଟେ ପାଚେରି (କମ୍ପାଉଣ୍ଡ ୱାଲ୍‌) ନିର୍ମାଣ ପାଇଁ ୧୧,୫୯,୦୯୬ ଟଙ୍କା ଖର୍ଚ୍ଚ ବ୍ୟବସ୍ଥା ହୋଇଥିଲା। ତା’ପରେ ଏହି ପରିସରରେ ମଶାଣି ଗୃହ (ଶବଦାହ) ନିର୍ମାଣ ପାଇଁ ୧୨,୯୦,୪୨୩ ଟଙ୍କା ଖର୍ଚ୍ଚ ବରାଦ କରାଯାଇଥିଲା। ସାଧାରଣ ବ୍ୟବହାର ଉଦ୍ଦେଶ୍ୟରେ ହେବାକୁ ଥିବା ଗୃହରେ ୨୦,୯୧,୩୨୫, ଗାଧୁଆ ଓ ବଦଳାବଦଳି (ମହିଳା ଓ ପୁରୁଷ) ଗୃହ ବାବଦରେ ୨,୩୧,୫୭୭ ଟଙ୍କା ଖର୍ଚ୍ଚ ବ୍ୟବସ୍ଥା ହୋଇଥିଲା। ଏହା ଭିତରେ ସଂଯୋଗୀକରଣ ରାସ୍ତା (ଆପ୍ରୋଚ୍‌ ରୋଡ୍‌) ଓ ପାଦଚଲା ରାସ୍ତା ମଧ୍ୟ ହୋଇ ସାରିଲାଣି; ଯେଉଁ ବାବଦରେ ୫,୮୫,୪୧୫ ଟଙ୍କା ଖର୍ଚ୍ଚ କରାଯିବା ଲକ୍ଷ୍ୟ ରଖାଯାଇଥିଲା। ମଶାଣି ପରିସରକୁ ପ୍ରାକୃତିକ ବୈଶିଷ୍ଟ୍ୟ ପରିପୂର୍ଣ୍ଣ ସୁନ୍ଦର ଓ ମନୋରମ (ଲାଣ୍ଡସ୍କେପିଂ) କରିବା ପାଇଁ ୧୦,୮୧,୫୬୦ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ଏସବୁ ବାବଦରେ ମୋଟ ୮୧,୨୪,୪୯୮ ଟଙ୍କା ଖର୍ଚ୍ଚ ବରାଦ ହୋଇଥିଲା। ଏହାବାଦ୍‌ ମଶାଣି ଭିତର ଓ ବାହାରେ ବିଦ୍ୟୁତୀକରଣ ବାବଦରେ ୧,୯୧,୦୭୨ ଟଙ୍କା ଖର୍ଚ୍ଚ ହେବ। ଅନୁରୂପ ଭାବେ ପାଣି ଓ ସାନିଟାରୀ ଆଦି କାମ ପାଇଁ ମଶାଣି ଭିତରେ ୧,୬୨,୨୯୬ ଓ ବାହାରେ ୩,୭୦,୯୩୯ ଏହିପରି ମୋଟ ୫,୩୩,୨୩୫ ଟଙ୍କା ଖର୍ଚ୍ଚ କରାଯିବା ଅଟକଳ କରାଯାଇଛି। ମୋଟାମୋଟି ଭାବରେ ମଡେଲ ମଶାଣି ନିର୍ମାଣରେ ୯୯,୯୯,୦୦୦ଟଙ୍କା ଖର୍ଚ୍ଚ କରାଯିବା ସ୍ଥିର ହୋଇଛି। କାମ ଆପାତତଃ ସରିଲାଣି। ଆଉ କମ୍‌ ଦିନ ଭିତରେ ମଶାଣି କାର୍ଯ୍ୟକ୍ଷମ ହେବ ବୋଲି ପରିଷଦ କନିଷ୍ଠ ଯନ୍ତ୍ରୀ ବିଭୂତି ତ୍ରିପାଠୀ ପ୍ରତିକ୍ରିୟାରେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri