୨ ମାସ ପରେ ବି କାମ ଆରମ୍ଭ ହେଲାନି

ଯାଜପୁର ଅଫିସ,୩୧।୧୨: ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ ଅଧୀନରେ ଥିବା ଶଙ୍ଖଚିଳା ଠାରୁ ବରେଇ ଭାୟା ତଣ୍ଡରା ରାସ୍ତା ଅତି ଶୋଚନୀୟ ହୋଇ ପଡିଛି। ଏହାର ମରାମତି କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଏକାଧିକ ଥର ଦାବି କରିବା ପରେ ୨୦୨୨-୨୩ରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା(ଏମଏମ୍‌ଏସ୍‌ୱାଇ) ରାସ୍ତାର ଉନ୍ନତିକରଣ ପାଇଁ ସାମିଲ କରାଯାଇଛି। ସ୍ବତନ୍ତ୍ର ଶ୍ରେଣୀ ଠିକାଦାର ପ୍ରଦୀପ୍ତ କୁମାର ରାୟଙ୍କୁ ଏହି ନିର୍ମାଣ ଦାୟିତ୍ୱ ଦିଆଯାଇଛି। ୧୦ା୧୦ା୨୦୨୨ରେ ଉକ୍ତ ରାସ୍ତା କାମ ଆରମ୍ଭ କରାଯାଇ ୯ା୧୦ା୨୦୨୩ରେ ସମ୍ପୂର୍ଣ୍ଣ କରିବାକୁ ଠିକାଦାରଙ୍କ ସହ ଚୁକ୍ତି ହୋଇଛି। ହେଲେ କାଯର୍‌ୟ ଆରମ୍ଭ ନିର୍ଦ୍ଧାରିତ ତାରିଖର ପ୍ରାୟ ୨ ମାସ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ କାମ ଆରମ୍ଭ କରାଯାଇ ନାହିଁ। ତେଣୁ ଗ୍ରାମ୍ୟ ନିର୍ମାଣ ବିଭାଗର ନିର୍ବାହୀ ଯନ୍ତ୍ରୀ ସମ୍ପୃକ୍ତ ଠିକାଦାରଙ୍କୁ ତାଗିଦ କରିବା ସହ ତୁରନ୍ତ କାମ ଆରମ୍ଭ କରି ନିର୍ଦ୍ଧାରିତ ସମୟ ସୀମାରେ ଶେଷ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହାବାଦ୍‌ ଏହି ଡିଭିଜନ ଅଧୀନରେ ୧୬ଟି ନୂତନ ଏମଏମଏସ୍‌ୱାଇ ରାସ୍ତା ନିର୍ମାଣ ହାତକୁ ନିଆଯାଇଛି।
ସହରାଞ୍ଚଳର ବିକାଶ ସହିତ ଗ୍ରାମାଞ୍ଚଳକୁ ସାମିଲ କରିବା ଉଦ୍ଦେଶ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ଅଗ୍ରାଧିକାର ଦେଇ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପ୍ରଣୟନ କରିଛନ୍ତି ା ତେବେ ବାକି ରହିଥିବା ବସତିଙ୍କ ଉଦ୍ଦେଶ୍ୟରେ ରାଜ୍ୟରେ ୨୦୧୪-୧୫ ବର୍ଷରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ ହୋଇଛି ା ଗ୍ରାମ୍ୟ ରାସ୍ତାକୁ ସୁଦୃଢ ପକ୍କା ଏବଂ ଦୀର୍ଘସ୍ଥାୟୀ ରାସ୍ତା ନିର୍ମାଣ କରିବା ଏହି ଯୋଜନାର ଲକ୍ଷ୍ୟ ା ଯାଜପୁର ନିର୍ମାଣ ଡିଭିଜନ ଅଧୀନରେ ୮୫୩.୫୬ କିମି ରାସ୍ତା ଏବଂ ୬୩ଟି ପୋଲ ରହିଛି। ଯାଜପୁର ଜିଲାର ମନୋନୟନ କମିଟି ତରଫରୁ ପଞ୍ଚାୟତ ରାଜ ବିଭାଗର ୨୭ଟି ରାସ୍ତା ଏବଂ ଜଳସେଚନ ବିଭାଗର ୬ଟି ରାସ୍ତା ଗ୍ରାମ୍ୟ ନିର୍ମାଣ ବିଭାଗକୁ ହସ୍ତାନ୍ତରିତ କରିବାକୁ ପ୍ରସ୍ତାବ ରହିଛି। ଏହି କ୍ରମରେ ୫.୭୨୦ କିମି ବିଶିଷ୍ଟ ଶଙ୍ଖଚିଳାଠାରୁ ବରେଇ ଭାୟା ତଣ୍ଡରା ରାସ୍ତା ପାଇଁ ୭ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ହେଲେ ସଂପୃକ୍ତ ଠିକାଦାରଙ୍କ ମନମୁଖି ଏବଂ ଆନ୍ତରିକତାର ଅଭାବ ଯୋଗୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାରେ ଅବହେଳା ପ୍ରଦର୍ଶନ କରି ଆସୁଛନ୍ତି। ଜଣେ ପ୍ରଭାବଶାଳୀ ରାଜନେତାଙ୍କ ଆଶୀର୍ବାଦ ରହିଥିବାରୁ ଏହି ଠିକାଦାର ଜଣକ ବିଭାଗୀୟ ତାଗିଦକୁ ମଧ୍ୟ ଅଣଦେଖା କରୁଥିବା ଅଭିଯୋଗ ହୋଇଛି। ଫଳରେ ଏହି ରାସ୍ତା ଉପରେ ନିର୍ଭରଶୀଳ ପ୍ରାୟ ୧୫ ଗ୍ରାମବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ତୁରନ୍ତ ରାସ୍ତା କାର୍ଯ୍ୟ ଆରମ୍ଭ କରିବା ସହ ବ୍ୟୟ ଅଟକଳ ଅନୁସାରେ ସୁଦୃଢ ରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏଥିରେ ବ୍ୟତିକ୍ରମ ଘଟିଲେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri