୧୬ ବର୍ଷ ପରେ ବି ସରୁନି ଛାତ୍ରାବାସ କାର୍ଯ୍ୟ

ଚଣ୍ଡିଖୋଲ,୩୦ା୯(ଡି.ଏନ.ଏ.):ରାଜ୍ୟ ସରକାର ବିଦ୍ୟାଳୟଗୁଡ଼ିକୁ ପୁନରୁଦ୍ଧାର କରି ୫-ଟିରେ ରୂପାନ୍ତରୀକରଣ କରୁଛନ୍ତି। ହେଲେ ଏହି କାର୍ଯ୍ୟରେ ବହୁ ଅନିୟମିତତା ହେଉଛି। ଅନେକ ସ୍ଥାନରେ କେବଳ ରଙ୍ଗ ବୋଳି ଓ ଶ୍ରେଣୀ ଗୃହ ଟାଇଲ୍‌ ବିଛାଇ ବାହାର ଚକ୍‌ଚକ କରାଯାଉଛି। ହେଲେ ଭିତର ଅବସ୍ଥା ବିପର୍ଯ୍ୟସ୍ତ। ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ବଡ଼ଚଣା ବ୍ଲକ ଅନ୍ତର୍ଗତ ଅରଖପୁର ପଞ୍ଚାୟତର ବାଇଶି ମୌଜା ଧନଞ୍ଜୟ ବିଦ୍ୟାପୀଠରେ। ୧୯୬୩ ମସିହାରେ ନିର୍ମିତ ଏହି ବିଦ୍ୟାଳୟରେ ୫୦୦ରୁ ଊଦ୍ଧର୍‌ବ ପିଲା ପଢୁଛନ୍ତି। ୨୦୦୬ରେ ଏଠାରେ ଦଳିତ ଛାତ୍ରୀଛାତ୍ରଙ୍କ ନିମନ୍ତେ ୪୦ ଲକ୍ଷ ଟଙ୍କା ବ୍ୟୟରେ ଛାତ୍ରାବାସ ନିର୍ମାଣ ଆରମ୍ଭ ହୋଇଥିଲା। ତେବେ ଏହା ମଧ୍ୟରେ ବିଦ୍ୟାଳୟକୁ ୫-ଟିରେ ଅନ୍ତର୍ଭୂକ୍ତ କରାଯାଇ ଗତ ଜୁନ ୧୦ରେ ଉଦ୍‌ଘାଟନ କରାଯାଇଛି। ହେଲେ ୧୬ ବର୍ଷ ପରେ ବି ଛାତ୍ରାବାସ କାର୍ଯ୍ୟ ଅଧାପାନ୍ତରିଆ ହୋଇ ପଡ଼ିରହିଛି ବୋଲି ଯାଜପୁର ଜିଲା ବିଜେଡି ପ୍ରାକ୍ତନ ସମ୍ପାଦକ ତଥା ଯୁବନେତା ମନୋରଞ୍ଜନ ଜେନା ଅଭିଯୋଗ କରିଛନ୍ତି।
ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି, ଠିକାଦାର ଏଠାରେ କେବଳ ରଙ୍ଗ ମାରି ଅର୍ଥ ହରିଲୁଟ କରିଛନ୍ତି। ଧନଞ୍ଜୟ ବିଦ୍ୟାପୀଠରେ ଦଳିତ ଛାତ୍ରୀଛାତ୍ରଙ୍କ ନିମନ୍ତେ ନିର୍ମାଣ କରାଯାଇଥିବା ଛାତ୍ରାବାସ ୩ମହଲା ବିଶିଷ୍ଟ କରାଯାଇଛି। ଏଥିରେ ରଙ୍ଗ ଦିଆଯାଇ ଗ୍ରିଲ ଲଗାଯିବା ପରେ ଦିନକ ପାଇଁ ଖୋଲା ଯାଇନାହିଁ। ପାଣି କିମ୍ବା ପାଇଖାନା ବ୍ୟବସ୍ଥା କରାଯାଇ ନାହିଁ। ଏହି କୋଠାକୁ ବିଦ୍ୟୁତ୍‌ ଯୋଗାଣ ହୋଇନାହିଁ କିମ୍ବା ତଳ ଟାଇଲ୍‌ ବିଛା କାର୍ଯ୍ୟ ହୋଇନାହିଁ। ଠିକାଦାର ଜଣକ ରାଜନୈତିକ ବ୍ୟକ୍ତି ହୋଇଥିବା ହେତୁ କାର୍ଯ୍ୟ ନ ସାରି ବିଲ ପାଇଛନ୍ତି। ୫-ଟିରେ ରୂପାନ୍ତରିତ ପରେ ମଧ୍ୟ ବିଦ୍ୟାଳୟରେ ୮ ବଖରା ଟିଣଘର ଅଛି। ଯେଉଁଥିରୁ ବର୍ଷା ଦିନେ ପାଣି ଗଳୁଛି। ବିଦ୍ୟାଳୟ ଚଟାଣଗୁଡ଼ିକ ଫାଟି ଗଲାଣି, ଖଣ୍ଡଖଣ୍ଡ ହୋଇ ସିମେଣ୍ଟ ବାହାରି ଗଲାଣି। ତେଣୁ ଏହାର ବିଧିବଦ୍ଧ ତଦନ୍ତ କରିବାକୁ ଜେନା ଦାବି କରିଛନ୍ତି। ରୂପାନ୍ତରିତ ପ୍ରକ୍ରିୟାରେ ୭୦ ଲକ୍ଷ ଟଙ୍କା କିଭଳି ଖର୍ଚ୍ଚ ହୋଇଛି ସେ ସମ୍ପର୍କରେ ତଦନ୍ତ ଆବଶ୍ୟକ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ବିଡିଓ ଅଜିତ ନାରାୟଣ ଗିରି କହିଛନ୍ତି, ଛାତ୍ରାବାସ ସମ୍ପର୍କରେ ସେ ଅବଗତ ନାହାନ୍ତି। ଅବଗତ ହେଲେ ସୂଚନା ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri