ପୁଅକୁ ହରାଇବାର ଦେଢ଼ ମାସ ପରେ ବି ନ୍ୟାୟ ମାଗୁଛନ୍ତି ବାପା

ପିପିଲି,୨୦।୪(ସ୍ବ.ପ୍ର.): ପିପିଲିର ଗୁଡ଼ିଆପୋଖରୀ ଛକ ନିକଟସ୍ଥ ନିଶା ନିବାରଣ ସଂସ୍ଥା ଦିଶା ଫାଉଣ୍ଡେଶନରେ ମାନସିକ ବିକାରଗ୍ରସ୍ତ ଯୁବକ ଗୌତମ ମଲ୍ଲିକଙ୍କ ମୃତ୍ୟୁ ଘଟଣା ଏବେ ବି ରହସ୍ୟାବୃତ୍ତ ହୋଇ ରହିଛି। ଏହି କେନ୍ଦ୍ରରେ ସମ୍ପୃକ୍ତ ଯୁବକଙ୍କ ହାତଗୋଡ଼ ବାନ୍ଧି ନିର୍ମମ ଭାବେ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ସମ୍ବଲପୁର ଜିଲା ବରଗଡ଼ ଅଞ୍ଚଳର ଗୋଲଖ ବିହାରୀ ମଲ୍ଲିକ ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ତେବେ ଦେଢ଼ ମାସ ପରେ ବି ପୁଅକୁ ନ୍ୟାୟ ମିଳି ନ ଥିବା ଗୋଲଖ କହିଛନ୍ତି। ପିପିଲି ଥାନା ପୋଲିସ କେବଳ ୫ ଜଣ ଅନ୍ତେବାସୀଙ୍କୁ ଗିରଫ କରିଥିବାବେଳେ ଉକ୍ତ କେନ୍ଦ୍ରର ଅବହେଳା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।
ସୂଚନା ଅନୁଯାୟୀ, ୨୪ ବର୍ଷୀୟ ପୁଅ ଗୌତମଙ୍କ ମାନସିକ ଅବସ୍ଥା ଭଲ କରିବା ପାଇଁ ତାଙ୍କୁ ଗୋଲଖ ଦିଶା ଫାଉଣ୍ଡେଶନକୁ ଆଣିଥିଲେ। ଏଠାରେ ପୁଅକୁ ରଖାଇବା ପରେ ସେବା ଯତ୍ନ ଆଦି ବାବଦରେ ଫାଉଣ୍ଡେଶନକୁ ପ୍ରତି ମାସରେ ୮ହଜାର ଟଙ୍କା ପଇଠ କରୁଥିଲେ। ପ୍ରତ୍ୟେକ ଦିନ ସେ ଗୌତମଙ୍କ ସହିତ ଫୋନ୍‌ରେ କଥା ହୋଇ ଭଲମନ୍ଦ ବୁଝୁଥିଲେ। ମାର୍ଚ୍ଚ ୧ରେ ଗୌତମଙ୍କ ସହିତ କଥା ହେବା ପାଇଁ ଗୋଲଖ ଉକ୍ତ କେନ୍ଦ୍ରକୁ ଫୋନ କରିଥିଲେ। ତେବେ କେନ୍ଦ୍ର ପକ୍ଷରୁ କଥାବାର୍ତ୍ତା ପାଇଁ ମନା କରିଦିଆଯିବା ସହ ଫୋନ କଲ୍‌ କାଟିଦିଆଯାଇଥିଲା। ତେବେ ପରଦିନ ଅର୍ଥାତ ମାର୍ଚ୍ଚ ୨ରାତି ୯ଟା ୩୦ରେ କେନ୍ଦ୍ର ପକ୍ଷରୁ ଗୋଲଖଙ୍କୁ ଫୋନରେ କୁହାଯାଇଥିଲା ଯେ, ଗୌତମଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି। ତେଣୁ ଶୀଘ୍ର ଆସି ଦେଖା କର। କିଛି ସମୟ ପରେ ପୁଣି ଫୋନ କରି ପୁଅର ମୃତ୍ୟୁ ହୋଇଯାଇଥିବା ସୂଚନା ଦିଆଯାଇଥିଲା। ଏହା ଶୁଣି ଗୋଲଖ ଧାଇଁଆସିଥିଲେ। ଏଠାରେ ପହଞ୍ଚି ଗୌତମଙ୍କ ଦୁଇ ହାତ ଓ ଗୋଡ଼ରେ ରଶି ବନ୍ଧା ଦାଗ ଥିବା ଦେଖିବାକୁ ପାଇଥିଲେ। ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣି ସେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଥାନାରେ ଏତଲା ଦେଇଥିଲେ। ଏ ନେଇ ପୋଲିସ ଏକ କେସ୍‌ (ନଂ. ୧୭୭/୨୧) ରୁଜୁ କରି ସିସିଟିଭି ଫୁଟେଜ ଆଧାରରେ କେନ୍ଦ୍ରର ୫ଜଣ ଅନ୍ତେବାସୀଙ୍କୁ ଗିରଫ କରିଥିଲା। ସେମାନେ ହେଲେ ବାଲିଅନ୍ତା ଥାନା ଯଶୁଆପୁର ଗ୍ରାମର ହରିବୋଲ ମହାପାତ୍ର, ପିପିଲି ଥାନା ସୁନାପଦା ଗ୍ରାମର ବିଶ୍ୱଜିତ୍‌ ପ୍ରଧାନ, ରଘୁନାଥପୁର ଥାନା ପଦ୍ମପୁର ଗ୍ରାମର ସୁକାନ୍ତ ସାହୁ, ପିପିଲି ଥାନା ବିଶୋଇ ସାହି ଗ୍ରାମର ରାଜୀବ୍‌ ବିଶୋଇ ଏବଂ ଭଞ୍ଜନଗର ଥାନା କୁମ୍ଭାରସାହି ଗ୍ରାମର ଶ୍ରୀକୃଷ୍ଣ ଜେନା। ତେବେ ପୋଲିସ ଦେଢମାସ ପରେ ବି କେନ୍ଦ୍ର କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ନ ଥିବାରୁ ଗୋଲକ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୁଅର ନ୍ୟାୟ ପାଇଁ କେନ୍ଦ୍ରର ପରିଚାଳନା ନିର୍ଦ୍ଦେଶକଙ୍କୁ ଗିରଫ କରିବା ସହ ଉକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି। ଉକ୍ତ ସଂସ୍ଥାରେ ଚପଲ, ବେଲ୍ଟ ପ୍ରବେଶ ମନା ଥିବାବେଳେ ଗୌତମଙ୍କୁ କେମିତି ହତ୍ୟା କରାଗଲା ଓ ପରିଚାଳନା କର୍ମଚାରୀ ସେ ସମୟରେ କ’ଣ କରୁଥିଲେ ବୋଲି ଗୋଲକ ପ୍ରଶ୍ନ କରିଛନ୍ତି। ଗୌତମଙ୍କ ହତ୍ୟା ସମ୍ବନ୍ଧରେ ଫୋନ ଯୋଗେ ଭୁଲ ତଥ୍ୟ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି। ପୋଲିସ ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ସେ ଥାନା ସମ୍ମୁଖରେ ଧାରଣା ଦେବେ ବୋଲି ଗୋଲଖ କହିଛନ୍ତି। ତେବେ ପିପିଲି ଥାନାଧିକାରୀ ଗୌରାଙ୍ଗ ଚରଣ ପୃଷ୍ଟି କହିଛନ୍ତି, ଏତଲା ଆଧାରରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସଂସ୍ଥା ବିରୋଧରେ ସିଧାସଳଖ କିଛି ଅଭିଯୋଗ ଆସିନାହିଁ। ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅନ୍ୟପକ୍ଷରେ ଉକ୍ତ କେନ୍ଦ୍ରର ପରିଚାଳନା ନିର୍ଦ୍ଦେଶକ ପ୍ରତାପ କୁମାର ମହାନ୍ତିଙ୍କୁ ପଚାରିବାରେ ‘ଥାନାରେ ଯାହା ଅଭିଯୋଗ ଅଛି, ସେ ଅନୁଯାୟୀ ପୋଲିସ ତଦନ୍ତ କରୁଥିବାରୁ ଅଧିକ କିଛି କହିପାରିବି ନାହିଁ’ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ

ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଝିଅ ବାହାଘର ପାଇଁ ଗୁଆ ନିମନ୍ତ୍ରଣ ଦେବାକୁ ଯାଉଥିଲେ, ସାମ୍ନାରୁ ପିଟିଲା ବାଇକ୍‌; ଚାଲିଗଲା…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ସମବାୟ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟାରେ ରେ ୨…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଆବାସ କିସ୍ତି କରିଦେବାକୁ ମାଗିଥିଲେ ଲାଞ୍ଚ: ଦୋଷୀ ସାବ୍ୟସ୍ତ ହେଲେ ପୂର୍ବତନ ପିଇଓ, ୩ ବର୍ଷ ଜେଲଦଣ୍ଡ ସହ ୫୦ ହଜାର…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଗୋପାଳପୁର ପଞ୍ଚାୟତର ପୂର୍ବତନ ପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) କ୍ଷମା ପ୍ରସାଦ ଦୁରିଆ ୨୦୨୧…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ଭଞ୍ଜନଗରରେ ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ: ବୈଜ୍ଞାନିକ ଓ କୃଷକ ସମନ୍ବୟ ରହିଲେ…

ଭଞ୍ଜନଗର,୧୭ା୨(ବାବୁଲା ପ୍ରଧାନ): ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରର ୩୪ତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବୈଜ୍ଞାନିକ ଏବଂ ଚାଷୀମାନେ ଯୋଗଦେଇଥିଲେ। କୃଷି…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri