ମୃତ୍ୟୁର ୨ ବର୍ଷ ପରେ ବି ଶିକ୍ଷକଙ୍କୁ ମିଳୁଥିଲା ଦରମା: ଶିକ୍ଷା ବିଭାଗର ଅକଲ ଗୁଡୁମ୍‌

ଲକ୍ଷ୍ନୌ, ୧୨।୮: ଉତ୍ତରପ୍ରଦେଶ ସରକାର ଶିକ୍ଷା ବିଭାଗକୁ ସଜାଡ଼ିବାର ଉଦ୍ୟମ ଅବ୍ୟାହତ ରଖିଛନ୍ତି। ତେବେ ବି ବିଭାଗରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟୟ ହୋଇପଡ଼ିଛି। ସ୍ଥାନୀୟ ପୋଲିଭିତ ଅଞ୍ଚଳରେ ୨ ବର୍ଷ ତଳେ ମୃତ୍ୟୁ ଘଟିଥିବା ଜଣେ ଶିକ୍ଷକଙ୍କୁ ଶିକ୍ଷା ବିଭାଗ ଦରମା ଦେବା ସହିତ ତାଙ୍କର ନିୟମିତ ଇନକ୍ରିମେଣ୍ଟ୍‌ ମଧ୍ୟ ଜାରି ରଖାଯାଇଥିଲା। ଘଟଣା ଜଣାପଡ଼ିବା ପରେ ଶିକ୍ଷା ବିଭାଗର ଅକଲ ଗୁଡୁମ୍‌ ହୋଇଯାଇଛି। ସୋସିଆଲ୍‌ ମିଡ଼ିଆରେ ଏହା ଭାଇରାଲ ହେବାରେ ଲାଗିଛି। ଶିକ୍ଷା ବିଭାଗ ପକ୍ଷରୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବିଲସଣ୍ଡା ବ୍ଲକ୍‌ରେ ଥିବା ପ୍ରାଥମିକ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ଅରବିନ୍ଦ କୁମାରଙ୍କର ୨୦୧୬ ମେ ୨୨ରେ ମୃତ୍ୟୁ ଘଟିଥିଲା। ତେବେ ତାଙ୍କର ଦରମା ପୂର୍ବ ଭଳି ୨୦୧୮ ନଭେମ୍ବର ପର୍ଯ୍ୟନ୍ତ ଜାରି ରହିଥିଲା। ଏହା ସହିତ ତାଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ଇନକ୍ରିମେଣ୍ଟ ମଧ୍ୟ ପ୍ରଦାନ କରାଯାଇଥିଲା। ଘଟଣା ଜଣା ପଡ଼ିବା ପରେ ଏବେ ଶିକ୍ଷା ବିଭାଗ ନିଜର ଦୋଷ ଲୁଚାଇବା ଆରମ୍ଭ କରିଥିବା ଅଭିଯୋଗ ହେଉଛି।

Share