ତଦନ୍ତର ୧୫ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ

ଖଇରା,୧୩।୬: ବାଲେଶ୍ୱର ଜିଲା ଖଇରା ବ୍ଲକ ନୟାଖଣ୍ଡି ପଞ୍ଚାୟତ କଡମିଆଁସ୍ଥିତ ରାଧାଶ୍ୟାମ ଏମ୍‌ଇ ସ୍କୁଲ ପ୍ରଧାନଶିକ୍ଷକଙ୍କ ଦ୍ୱାରା ଆର୍ଥତ୍କ ଅନିୟମିତତା ହୋଇଥିବା ନେଇ ସମୂହ ଗ୍ରାମବାସୀ ବାଲେଶ୍ୱର ଜିଲାପାଳ ଓ ବିଇଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଏବିଇଓ ଶ୍ରୀଧର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍‌ ତଦନ୍ତ କରି ଅଭିଯୋଗର ସତ୍ୟାସତ୍ୟ ଉପଲବ୍ଧି କରି ତାଙ୍କର ରିପୋର୍ଟ ବିଇଓଙ୍କୁ ପ୍ରଦାନ କରିଥିଲେ। ହେଲେ ତଦନ୍ତର ୧୫ଦିନ ଅତିକ୍ରମ କରିଥିଲେ ହେଁ ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ଖଇରା ବ୍ଲକ ଶିକ୍ଷାବିଭାଗର ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିକଟରେ ଅବସର ଗ୍ରହଣ କରିଥିବା ଉକ୍ତ ପ୍ରଧାନଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ଗ୍ରାମର ମଧୁସୂଦନ ନାୟକ, ସିଦ୍ଧେଶ୍ୱର ନାୟକ, ଧନେଶ୍ୱର ରାଉତ, ଜଗବନ୍ଧୁ ସ୍ବାଇଁ, ଅଭିରାମ ରାଉତ, ସର୍ବେଶ୍ୱର ନାୟକ, ତାପସ କୁମାର ନାୟକ, ରଞ୍ଜନ କୁମାର ରାଉତ ଓ ତ୍ରିଲୋଚନ ବାରିକ ପ୍ରମୁଖ ଚେତାବନୀ ଦେଇଛନ୍ତି। ଏଥିସହ ଉକ୍ତ ଅନିୟମିତତାର ଭିଜିଲାନ୍ସ ତଦନ୍ତ କରାଯିବାକୁ ସେମାନେ ଦାବି କରିଛନ୍ତି ା
ଅଭିଯୋଗ ଅନୁଯାୟୀ ବିଦ୍ୟାଳୟକୁ ଆସିଥିବା ଏସ୍‌ଆଇଜି, ରାମ୍ପ୍ସ, ଦିବ୍ୟାଙ୍ଗ ପାଇଖାନା, ପିଲାଙ୍କ ଷ୍ଟାଇପେଣ୍ଡ ଭଳି ବିଭିନ୍ନ ଗ୍ରାଣ୍ଟ ଖର୍ଚ୍ଚରେ ବ୍ୟାପକ ଅନିୟମିତତା ଗ୍ରାମବାସୀଙ୍କ ନଜରକୁ ଆସିଥିଲା ା ଏ ସମ୍ପର୍କରେ ଗ୍ରାମବାସୀ ବିଇଓଙ୍କ କାର୍ଯ୍ୟାଳୟରେ ଅଭିଯୋଗ ପରେ ମେ’ ୨୬ ତାରିଖରେ ଏବିଇଓଙ୍କ ଶ୍ରୀଧର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍‌ ବିଦ୍ୟାଳୟକୁ ଯାଇ ଘଟଣାର ତଦନ୍ତ କରିଥିଲେ ା ହେଲେ ପ୍ରଧାନଶିକ୍ଷକ ଆବଶ୍ୟକ କାଗଜପତ୍ର ଦେଖାଇବାକୁ ଅକ୍ଷମ ଥିଲେ। ଏ ସମ୍ପର୍କରେ ଶ୍ରୀଧର ବେହେରାଙ୍କୁ ଯୋଗାଯୋଗ କରିବାରେ ସେ ତାଙ୍କର ରିପୋର୍ଟ ବିଇଓଙ୍କୁ ପ୍ରଦାନ କରିସାରିଛନ୍ତି ା ସେ ଯାହା ନିଷ୍ପତ୍ତି ନେବେ। ଏଭଳି ପରିସ୍ଥିତିରେ ଗତ ୩୧ତାରିଖରେ ସେ ଅବସର ଗ୍ରହଣ କରିବା ପରେ ଏବେ ଅନ୍ୟ କୌଣସି ଶିକ୍ଷକ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦାୟିତ୍ୱ ଗ୍ରହଣ କରିବାକୁ ରାଜି ହେଉ ନ ଥିବାରୁ ବିଦ୍ୟାଳୟରେ ଅଚଳାବସ୍ଥା ଲାଗିରହିଛି। ବିଇଓ ଗୋଲକ ପ୍ରସାଦ ପାଢୀଙ୍କୁ ଯୋଗାଯୋଗ କରିବାରେ ସମ୍ପୃକ୍ତ ଶିକ୍ଷକ ଜଣକ ଆବଶ୍ୟକ ରେକର୍ଡ ପ୍ରସ୍ତୁତ କରି ୩ଦିନ ତଳେ ତାଙ୍କୁ ଦେଇସାରିଥିବା କହିଛନ୍ତି। ଉକ୍ତ ଶିକ୍ଷକଙ୍କ ଏଭଳି ଜାଲିଆତିରେ ଶିକ୍ଷା ବିଭାଗର ବହୁ କର୍ମଚାରୀ ସମ୍ପୃକ୍ତ ଥିବାରୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଭାଗ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଗ୍ରାମବାସୀ କହିଛନ୍ତି ା ସମ୍ପୃକ୍ତ ଶିକ୍ଷକଙ୍କୁ ଯୋଗାଯୋଗ କରିବାରେ ସେ ଅସୁସ୍ଥ ଥିବାରୁ କିଛି କହିପାରିବେ ନାହିଁ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ: ୧୮ ପଦବୀ ପାଇଁ ୩୫ ପ୍ରାର୍ଥୀ

ବାଲେଶ୍ୱର,୨୮ା୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର୍‌ ଆସୋସିଏଶନ ନିର୍ବାଚନ ଶନିବାର ଅନୁଷ୍ଠିତ ହେଉଛି। ନିର୍ବାଚନରେ ୧୮ ପଦବୀ ପାଇଁ ୩୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସଭାପତି ପଦବୀ…

ଚିକିତ୍ସା ପାଇଁ ଯାଉଥିଲେ ହେଲେ ରାସ୍ତାରେ ଜୀବନ ନେଲା ଦୁର୍ଘଟଣା : ଆଖିବୁଜିଲେ…

ସିମୁଳିଆ,୨୭।୩(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ଥାନା ବାଲିଖଣ୍ଡ-ରାଣିତାଲ ରାସ୍ତାର ଗୌରଗଡି ନିକଟରେ ଅଟୋ(ଓଡି ୨୨ଇ ୪୦୭୬) ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ରତ୍ନମଣୀ ପୃଷ୍ଟି(୪୫) ନାମକ…

ଫରେଷ୍ଟଗାର୍ଡଙ୍କୁ ନିର୍ଦ୍ଧୁମ ପିଟିଲେ କୁଲଡିହା ACF, କାରଣ ଜାଣିଲେ……

ନୀଳଗିରି,୨୬ା୩,(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧିନ କୁଲଡିହା ଏ.ସି.ଏଫଙ୍କ ମାଡ଼ରେ ଫରେଷ୍ଟଗାର୍ଡ ଗୁରୁତର ହୋଇଛନ୍ତି । ଗୁରୁତର ବନ କର୍ମଚାରୀଙ୍କୁ ଉଦ୍ଧାର କରାଯାଇ…

ଖାଉଥିଲେ ପରିବାର ଲୋକେ: ହଠାତ୍‌ ଘରେ ପଶିଲେ ୬ ଲୋକ, ଆଉ ତା’ପରେ ଘଟିଗଲା…

ନୀଳଗିରି,୨୬।୩(ପ୍ରଶାନ୍ତ କୁମାର ବିଶ୍ବାଳ):ବାଲେଶ୍ୱର ଜିଲାର ନୀଳଗିରିରେ ଏକ ଅଜବ ଚୋରି ଘଟଣା ଦେଖିବାକୁ ମିଳିଛି। ବୁଧବାର ରାତିରେ ପରିବାର ଲୋକେ ଘର ଭିତରେ ଖାଉଥିଲେ। ହଠାତ୍‌ ୬ଜଣ…

ଅଲୋଡ଼ାଙ୍କୁ ଭରସା: ସରଗରମ ବାଲେଶ୍ୱର ରାଜନୀତି

ବାଲେଶ୍ୱର,୨୬ା୩(ବାଞ୍ଛାନିଧି ଦେ):ବାଲେଶ୍ୱର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ଗତ କିଛିଦିନ ଧରି ଜିଲାର ରାଜନୈତିକ ବାତାବରଣ ସରଗରମ ରହିଛି। ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନା ଭାଜପାରେ…

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ପୁଅର ବର୍ବରକାଣ୍ଡ: ବାପାଙ୍କୁ ବାଡେଇ ବାହାରୁ ତାଲାଦେଇ ଘର ଭାଙ୍ଗିଲେ ପୁଅ

ଖଇରା,୨୪।୩(ଉତ୍କଳ ବନ୍ଧୁ ପଣ୍ଡା ): ବାଲେଶ୍ବର ଜିଲା ଖଇରା ଥାନା ଝିଙ୍କିରିଆ ପଞ୍ଚାୟତ ଅଧୀନ ମୁସ୍ତଫାବାଦ ଗ୍ରାମରେ ପୁଅର ଆକ୍ରମଣରେ ବାପା ଲହୁଲୁହାଣ ହେବା ପରେ ବାପାର…

ବାଲେଶ୍ଵର ଅରଡ ବଜାରରେ ଗୁଳିକାଣ୍ଡ, ଦୁଇ ଯୁବକ…

ବାଲେଶ୍ଵର,୨୪।୩( ବାଞ୍ଛାନିଧି ଦେ): ଅଶାନ୍ତ ହୋଇପଡିଛି ବାଲେଶ୍ଵର ସହର । ସହଦେଵଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଅଞ୍ଚଳରେ ପୁଣିଥରେ ଗୁଳିକାଣ୍ଡ ହୋଇଛି। ସୋମବାର ମଧ୍ୟରାତିରେ ଫୁଟିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri