ରେଳ ଡିଭିଜନ ପାଇଁ କୋଇଲାପଡ଼ା ବସ୍ତି ଉଚ୍ଛେଦ

ରାୟଗଡ଼ା ଅଫିସ/ରାୟଗଡ଼ା (ସ୍ବ.ପ୍ର),୨୬।୩: ରାୟଗଡ଼ାରେ ରେଳ ଡିଭିଜନ ନିର୍ମାଣ ଓ ରେଳ ଲାଇନ ସମ୍ପ୍ରସାରଣ ପାଇଁ ରେଲଓ୍ବେ ବିଭାଗ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି। ଶନିବାର ରୟତ କଲୋନୀ ନିକଟସ୍ଥ କୋଇଲାପଡ଼ା ବସ୍ତି ଉଚ୍ଛେଦ କରାଯାଇଛି। ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ରେଲଓ୍ବେ ବିଭାଗ କୋଇଲାପଡ଼ାରେ ଥିବା ୧୨୬ ଘରକୁ ଉଚ୍ଛେଦ କରିବା ସହିତ ଗୋଷ୍ଠୀଗୃହ, ପୂଜାସ୍ଥଳୀ ଆଦି ଜେସିବ ଦ୍ୱାରା ଭଙ୍ଗା ଯାଇଛି। ଜରଦଖଲରୁ ହଟିଯିବା ପାଇଁ ପୂର୍ବରୁ ବାରମ୍ବାର ରେଲୱେ ପକ୍ଷରୁ ବସ୍ତବାସିନ୍ଦାଙ୍କୁ ନୋଟିସ ଦିଆଯାଇଥିଲା ା ହେଲେ ରାଜ୍ୟ ସରକାର ପୌରାଞ୍ଚଳ ମଧ୍ୟରେ ସ୍ଥାନ ନିରୂପଣ କରି ନ ଦେବାରୁ ବସ୍ତିବାସିନ୍ଦା ସେଠାରୁ ଯାଇ ନ ଥିଲେ। ଜବରଦଖଲକାରୀ ସ୍ଥାନ ଖାଲି କରୁ ନ ଥିବାରୁ ରେଲୱେ ଡିଭିଜନ ନିର୍ମାଣ କାର୍ଯ୍ୟ ଏକ ପ୍ରକାର ବନ୍ଦ ରହିଥିଲା ା ତେଣୁ ବାଧ୍ୟ ହୋଇ ବସ୍ତି ଉଚ୍ଛେଦ କରାଗଲା ବୋଲି ରେଲୱେ ୱାଲଟିୟର ଡିଭିଜନ ସହକାରୀ ଯନ୍ତ୍ରୀ ସଞ୍ଜୀବ ଦୀକ୍ଷିତ କହିଛନ୍ତି ା ଏହାପରେ ପର୍ଯ୍ୟାୟକ୍ରମେ ଜବରଦଖଲରେ ରହିଥିବା ରେଲୱେ ଜମିକୁ ଉଚ୍ଛେଦ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ା
ରେଲୱେର ମୋଟ ୧୦୯୩ ଏକର ଜମିରୁ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ସହକାରୀ ଯନ୍ତ୍ରୀ ଦୀକ୍ଷିତ ସୂଚନା ଦେଇଛନ୍ତି ା ରେଳ ଡିଭିଜନ ଓ କାର୍ଯ୍ୟାଳୟ ସହ ରାୟଗଡ଼ାରେ ତୃତୀୟ ରେଳଧାରଣା ଏବଂ ୪ଟି ନୂତନ ପ୍ଲାଟଫର୍ମ ନିର୍ମାଣ ପାଇଁ ଜମିର ଆବଶ୍ୟକତା ରହିଛି। ତେଣୁ ଉଚ୍ଛେଦ କରାଯାଇଛି। ଅନ୍ୟପଟେ ବସ୍ତିବାସିନ୍ଦା କହିଛନ୍ତି, ଦୀର୍ଘ ୩୦ବର୍ଷରୁ ଅଧିକ ସମୟ ଧରି ସେମାନେ ସେଠାରେ ରହି ଆସୁଥିଲେ। ସମସ୍ତେ ଦିନ ମଜୁରିଆ ଓ ଗରିବ ଶ୍ରେଣୀର। ରାଜ୍ୟ ସରକାର ଥଇଥାନ ପାଇଁ କୌଣସି ସୁବିଧା ନ କରି ନ ଥିବାରୁ ଏବେ ହନ୍ତସନ୍ତ ହେବୁ ବୋଲି କହିଛନ୍ତି ା ବସ୍ତିବାସିନ୍ଦାଙ୍କର କିଛି ଅସୁବିଧା ହେଲେ ଏଥିପାଇଁ ଜିଲା ପ୍ରଶାସନ ଦାୟୀ ରହିବ ବୋଲି ଉଚ୍ଛେଦ ବେଳେ ସେଠାରେ ଉପସ୍ଥିତ ଥିବା ଭାଜପା କାଉନସିଲର ମଞ୍ଜୁଳା ମିଣିଆକା କହିଛନ୍ତି। ଜିଲା ପ୍ରଶାସନ ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ କୌଣସି ସୁବିଧା ନ କଲେ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। କୋଇଲାପଡ଼ା ବସ୍ତି ଉଚ୍ଛେଦ ସମୟରେ ସେ ପ୍ରଶାସନିକ ଅଧିକାରୀଙ୍କୁ ଫୋନ୍‌ କରି ଅସନ୍ତୋଷ ଜଣାଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

ମ୍ୟାଚ୍‌ ଜିତିଲା ଇଂଲଣ୍ଡ, ହୃଦୟ ଜିତିଲା ନେପାଳ

ମୁମ୍ବାଇ,୮ା୨- ଚଳିତ ଟି୨୦ ବିଶ୍ୱକପ୍‌ରେ ରବିବାର ଖେଳାଯାଇଥିବା ଏକ ରୋମାଞ୍ଚକ ପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ୪ ରନରେ ନେପାଳକୁ ହରାଇ ଦେଇଛି। ଇଂଲଣ୍ଡ ଦ୍ୱାରା ପ୍ରଦତ୍ତ ୧୮୫…

ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟରେ ବୈଭବ ସୂର୍ଯ୍ୟବଂଶୀ

ଦୁବାଇ, ୮ା୨: ଆଇସିସି ୧୬ ବର୍ଷରୁ କମ୍‌ ବିଶ୍ୱକପ୍‌ ଉଦ୍‌ଯାପିତ ହେବା ପରେ ଟିମ୍‌ ଅଫ୍‌ ଦି ଟୁର୍ନାମେଣ୍ଟ ମନୋନୀତ କରାଯାଇଛି। ଏଥିରେ ସ୍ଥାନ ପାଇଥିବା ୩ଜଣ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

ପୁଅଙ୍କୁ ଛୁରି ଭୁସି ମାରିଦେଲେ ପିଶାଚ ବାପା

କାମାକ୍ଷାନଗର,୮।୨: ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କମ୍ପୁଲେଇ ପୁରୁଣାସାହି ଗାଁରେ ରବିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବାପା ନିଜ ପୁଅଙ୍କୁ ଛୁରି ଭୁସି…

ବିଦ୍ୟାଳୟରୁ ଛାତ୍ର ନିଖୋଜ ଘଟଣା: ନିଆଁ ପୁଉଁଥିବାବେଳେ ଏମିତି ପଡ଼ିଲେ ଧରା

ଦାରିଙ୍ଗବାଡ଼ି,୮ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ନବମ ଛାତ୍ର ନିଖୋଜ ଛାତ୍ର କିଷାନ ବେହେରା ୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri