ନ୍ୟୁଜିଲାଣ୍ଡ୍‌ରେ ଲାଗୁ ହେଲା ଇଛାମୃତ୍ୟୁ ଆଇନ…

ଓ୍ବିଲିଂଟନ୍‌,୭।୧୧: ନ୍ୟୁଜିଲାଣ୍ଡରେ ରବିବାରଠାରୁ ଇଛାମୃତ୍ୟୁ (ୟୁଥାନ୍ସିିଆ) ଆଇନ କାର୍ଯ୍ୟକାରୀ ହୋଇଛି। ଏହି ଆଇନ ପ୍ରଣୟନ ହେବା ସହିତ ନ୍ୟୁଜିଲାଣ୍ଡ ୟୁଥାନ୍ସିିଆକୁ ଏକ ଆଇନଗତ ମାନ୍ୟତା ପ୍ରଦାନ କରିଥିବା ଦେଶଙ୍କ ସହିତ ସାମିଲ ହୋଇଛି। ପୂର୍ବରୁ କେବଳ ସ୍ବିଜରଲାଣ୍ଡ, ନେଦରଲାଣ୍ଡ, ସ୍ପେନ, ବେଲଜିୟମ, ଲକ୍ସେମବର୍ଗ, କାନାଡା, ଅଷ୍ଟ୍ରେଲିଆ, କଲମ୍ବିଆରେ ଇଛାମୃତ୍ୟୁକୁ ଆଇନଗତ ମାନ୍ୟତା ଦିଆଯାଇଛି। ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଡାକ୍ତରଙ୍କ ସାହାଯ୍ୟରେ ଗୁରୁତର ତଥା ଆରୋଗ୍ୟ ହେଉନଥିବା ରୋଗରେ ପୀଡିତ ବ୍ୟକ୍ତିଙ୍କ ଜୀବନକୁ ଇଛାମୃତ୍ୟୁ ଦ୍ୱାରା ଡାକ୍ତରଙ୍କ ସହାୟତାରେ ଶେଷ କରିବା ହେଉଛି ୟୁଥାନ୍ସିିଆର ଅର୍ଥ।

ୟୁଥାନ୍ସିିଆ ମୂଳତଃ ଏକ ଗ୍ରୀକ ଶବ୍ଦ। ଯେଉଁଥିରେ ଇୟୁ ଅର୍ଥ ଭଲ ଏବଂ ଥାନାଟୋସ୍‌ ଅର୍ଥ ମୃତ୍ୟୁ। ଏହାକୁ ଦୟା ହତ୍ୟା (ମର୍ସି କିଲିଂ) ମଧ୍ୟ କୁହାଯାଏ। ସମଗ୍ର ବିଶ୍ୱରେ ୟୁଥାନ୍ସିିଆକୁ ଅନୁମତି ଦେବାର ଚାହିଦା ଏବେ ଚିକିତ୍ସା ବିଜ୍ଞାନରେ ବୃଦ୍ଧି ପାଇବାରେ ଲାଗିଛି।

ନ୍ୟୁଜିଲାଣ୍ଡକୁ ମିଶାଇ ଏବେ ପୃଥିବୀର ୯ ଦେଶରେ ଇଛାମୃତ୍ୟୁ ଆଇନ ମାନ୍ୟତା ଲାଭ କରିଛି। ନ୍ୟୁଜିଲାଣ୍ଡର ଇଛାମୃତ୍ୟୁ ଆଇନ ଅନୁସାରେ ୬ ମାସ ଜୀବନ ଥିବା ବ୍ୟକ୍ତି ଶାରୀରିକ ସମସ୍ୟା ଯୋଗୁ ଅସହ୍ୟ ଯନ୍ତ୍ରଣା ଭୋଗୁଥିଲେ ସେମାନଙ୍କୁ ଇଛାମୃତ୍ୟୁ ଦିଆଯାଇପାରିବ। କୌଣସି ବ୍ୟକ୍ତି ସ୍ବେଚ୍ଛାକୃତ ଭାବେ ମରିବା ପାଇଁ ଚାହୁଁଥିଲେ ଅତିକମରେ ଦୁଇ ଜଣ ଡାକ୍ତରଙ୍କ ସମ୍ମତି ଆବଶ୍ୟକ।

ଇଛାମୃତ୍ୟୁ ଆଇନ କାର୍ଯ୍ୟକାରୀ କରିବା ପାଇଁ ନ୍ୟୁଜିଲାଣ୍ଡରେ ଏକ ଜନମତ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଜନମତରେ ୬୫ ପ୍ରତିଶତ ଲୋକ ଏହି ଆଇନ ସପକ୍ଷରେ ଭୋଟ ଦେଇଥିଲେ।

ଭାରତରେ ଉଭୟ ଇଛାମୃତ୍ୟୁ ଏବଂ ଦୟା ମୃତ୍ୟୁ ବେଆଇନ। ଏହା ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୩୦୯ ଅନୁଯାୟୀ ଆତ୍ମହତ୍ୟା କରିବା ଅପରାଧ। କିନ୍ତୁ ବର୍ତ୍ତମାନ ସୁପ୍ରିମକୋର୍ଟ ନିଷ୍କ୍ରିୟ ଇଛାମୃତ୍ୟୁକୁ ଅନୁମତି ଦେଇଛନ୍ତି।

ଆମେରିକାରେ ସକ୍ରିୟ ଇଛାମୃତ୍ୟୁ ବେଆଇନ। କିନ୍ତୁ ଡାକ୍ତରଙ୍କ ପରାମର୍ଶ ଏବଂ ସାହାଯ୍ୟରେ ଓରେଗନ, ୱାଶିଂଟନ ଏବଂ ମୋଣ୍ଟାନା ରାଜ୍ୟରେ ଉଛାମୃତ୍ୟୁ ଅନୁମତି ପାଇଛି।

ସ୍ବିଜରଲ୍ୟାଣ୍ଡରେ ବିଷାକ୍ତ ଇଞ୍ଜେକଶନରେ ଆତ୍ମହତ୍ୟା କରିବାକୁ ଅନୁମତି ଦିଆଯାଇଛି। ଯଦିଓ ଏଠାରେ ଉଛାମୃତ୍ୟୁ ବେଆଇନ।

ନେଦରଲାଣ୍ଡରେ ଡାକ୍ତରଙ୍କ ହାତରେ ସକ୍ରିୟ ଇଛାମୃତ୍ୟୁକୁ ମାନ୍ୟତା ମିଳିଛି। ଏଠାରେ ଯନ୍ତ୍ରଣା ଭୋଗୁଥିତ୍ବା ରୋଗୀଙ୍କ ସ୍ବେଚ୍ଛାକୃତ ମୃତ୍ୟୁ ଏକ ଦଣ୍ଡନୀୟ ଅପରାଧ ନୁହେଁ।

ବେଲଜିୟମରେ ସେପ୍ଟେମ୍ବର ୨୦୦୨ ଠାରୁ, ଇଛାମୃତ୍ୟୁକୁ ଆଇନଗତ ମାନ୍ୟତା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ

ନୂଆଦିଲ୍ଲୀ/ଢାକା,୨୨।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ବଡ଼ ଧରଣର ଅବନତି ଘଟିଛି। ଗୋଟିଏ ପଟେ ଭାରତ ଚଟ୍ଟଗ୍ରାମରେ ଭିସା ସେବା ସ୍ଥଗିତ ରଖିଥିବା...

ହାଇଦ୍ରାବାଦରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଚିଠି ଏପରି କହିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୨।୧୨: ଓଡ଼ିଶା ରାଜ୍ୟ ପଛୁଆ ବର୍ଗ କମିଶନ (OSCBC) ର ପୁନର୍ଗଠନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବ୍ୟକ୍ତିଗତ...

ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍, ନିଯୁକ୍ତି ପାଇବେ…

ଭୁବନେଶ୍ବର,୨୨।୧୨:  ଓଡ଼ିଶା ହେବ ପୁଞ୍ଜିନିବେଶ ହବ୍ । ଫାର୍ମା ଓ ଡିଫେନ୍ସ ସହ ବୈଠକ ହୋଇଥିବା ବେଳେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ହୃଦୟ ବିଦାରକ… ଝିଅ ଖୋଲିଦେଲା ଗୁମର, ପୁରୁଷ ବନ୍ଧୁଙ୍କ ସହ ମିଶି ସ୍ବାମୀଙ୍କୁ ହତ୍ୟା ପରେ ଗ୍ରାଇଣ୍ଡିଂ କରିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୨: ଉତ୍ତର ପ୍ରଦେଶର ସମ୍ଭାଲ ଜିଲାର ଚନ୍ଦୌସି ଥାନା ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଜଣେ ମହିଳା ତାଙ୍କ ପ୍ରେମିକ ଏବଂ...

ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବତୀଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

ବଣାଇଁ, ୨୨/୧୨(ପ୍ରଦୀପ ତ୍ରିପାଠୀ):- ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନାର ବିରତୋଳା ମନ୍ଦିର ନିକଟରେ ବ୍ରାହ୍ମଣି ନଦୀରେ ଅଭାବନୀୟ ଘଟଣା । ବ୍ରାହ୍ମଣି ନଦୀରେ ବୁଡି ଯୁବତୀଯୁବକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri