ନ୍ୟୁଜିଲାଣ୍ଡ୍‌ରେ ଲାଗୁ ହେଲା ଇଛାମୃତ୍ୟୁ ଆଇନ…

ଓ୍ବିଲିଂଟନ୍‌,୭।୧୧: ନ୍ୟୁଜିଲାଣ୍ଡରେ ରବିବାରଠାରୁ ଇଛାମୃତ୍ୟୁ (ୟୁଥାନ୍ସିିଆ) ଆଇନ କାର୍ଯ୍ୟକାରୀ ହୋଇଛି। ଏହି ଆଇନ ପ୍ରଣୟନ ହେବା ସହିତ ନ୍ୟୁଜିଲାଣ୍ଡ ୟୁଥାନ୍ସିିଆକୁ ଏକ ଆଇନଗତ ମାନ୍ୟତା ପ୍ରଦାନ କରିଥିବା ଦେଶଙ୍କ ସହିତ ସାମିଲ ହୋଇଛି। ପୂର୍ବରୁ କେବଳ ସ୍ବିଜରଲାଣ୍ଡ, ନେଦରଲାଣ୍ଡ, ସ୍ପେନ, ବେଲଜିୟମ, ଲକ୍ସେମବର୍ଗ, କାନାଡା, ଅଷ୍ଟ୍ରେଲିଆ, କଲମ୍ବିଆରେ ଇଛାମୃତ୍ୟୁକୁ ଆଇନଗତ ମାନ୍ୟତା ଦିଆଯାଇଛି। ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଡାକ୍ତରଙ୍କ ସାହାଯ୍ୟରେ ଗୁରୁତର ତଥା ଆରୋଗ୍ୟ ହେଉନଥିବା ରୋଗରେ ପୀଡିତ ବ୍ୟକ୍ତିଙ୍କ ଜୀବନକୁ ଇଛାମୃତ୍ୟୁ ଦ୍ୱାରା ଡାକ୍ତରଙ୍କ ସହାୟତାରେ ଶେଷ କରିବା ହେଉଛି ୟୁଥାନ୍ସିିଆର ଅର୍ଥ।

ୟୁଥାନ୍ସିିଆ ମୂଳତଃ ଏକ ଗ୍ରୀକ ଶବ୍ଦ। ଯେଉଁଥିରେ ଇୟୁ ଅର୍ଥ ଭଲ ଏବଂ ଥାନାଟୋସ୍‌ ଅର୍ଥ ମୃତ୍ୟୁ। ଏହାକୁ ଦୟା ହତ୍ୟା (ମର୍ସି କିଲିଂ) ମଧ୍ୟ କୁହାଯାଏ। ସମଗ୍ର ବିଶ୍ୱରେ ୟୁଥାନ୍ସିିଆକୁ ଅନୁମତି ଦେବାର ଚାହିଦା ଏବେ ଚିକିତ୍ସା ବିଜ୍ଞାନରେ ବୃଦ୍ଧି ପାଇବାରେ ଲାଗିଛି।

ନ୍ୟୁଜିଲାଣ୍ଡକୁ ମିଶାଇ ଏବେ ପୃଥିବୀର ୯ ଦେଶରେ ଇଛାମୃତ୍ୟୁ ଆଇନ ମାନ୍ୟତା ଲାଭ କରିଛି। ନ୍ୟୁଜିଲାଣ୍ଡର ଇଛାମୃତ୍ୟୁ ଆଇନ ଅନୁସାରେ ୬ ମାସ ଜୀବନ ଥିବା ବ୍ୟକ୍ତି ଶାରୀରିକ ସମସ୍ୟା ଯୋଗୁ ଅସହ୍ୟ ଯନ୍ତ୍ରଣା ଭୋଗୁଥିଲେ ସେମାନଙ୍କୁ ଇଛାମୃତ୍ୟୁ ଦିଆଯାଇପାରିବ। କୌଣସି ବ୍ୟକ୍ତି ସ୍ବେଚ୍ଛାକୃତ ଭାବେ ମରିବା ପାଇଁ ଚାହୁଁଥିଲେ ଅତିକମରେ ଦୁଇ ଜଣ ଡାକ୍ତରଙ୍କ ସମ୍ମତି ଆବଶ୍ୟକ।

ଇଛାମୃତ୍ୟୁ ଆଇନ କାର୍ଯ୍ୟକାରୀ କରିବା ପାଇଁ ନ୍ୟୁଜିଲାଣ୍ଡରେ ଏକ ଜନମତ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଜନମତରେ ୬୫ ପ୍ରତିଶତ ଲୋକ ଏହି ଆଇନ ସପକ୍ଷରେ ଭୋଟ ଦେଇଥିଲେ।

ଭାରତରେ ଉଭୟ ଇଛାମୃତ୍ୟୁ ଏବଂ ଦୟା ମୃତ୍ୟୁ ବେଆଇନ। ଏହା ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୩୦୯ ଅନୁଯାୟୀ ଆତ୍ମହତ୍ୟା କରିବା ଅପରାଧ। କିନ୍ତୁ ବର୍ତ୍ତମାନ ସୁପ୍ରିମକୋର୍ଟ ନିଷ୍କ୍ରିୟ ଇଛାମୃତ୍ୟୁକୁ ଅନୁମତି ଦେଇଛନ୍ତି।

ଆମେରିକାରେ ସକ୍ରିୟ ଇଛାମୃତ୍ୟୁ ବେଆଇନ। କିନ୍ତୁ ଡାକ୍ତରଙ୍କ ପରାମର୍ଶ ଏବଂ ସାହାଯ୍ୟରେ ଓରେଗନ, ୱାଶିଂଟନ ଏବଂ ମୋଣ୍ଟାନା ରାଜ୍ୟରେ ଉଛାମୃତ୍ୟୁ ଅନୁମତି ପାଇଛି।

ସ୍ବିଜରଲ୍ୟାଣ୍ଡରେ ବିଷାକ୍ତ ଇଞ୍ଜେକଶନରେ ଆତ୍ମହତ୍ୟା କରିବାକୁ ଅନୁମତି ଦିଆଯାଇଛି। ଯଦିଓ ଏଠାରେ ଉଛାମୃତ୍ୟୁ ବେଆଇନ।

ନେଦରଲାଣ୍ଡରେ ଡାକ୍ତରଙ୍କ ହାତରେ ସକ୍ରିୟ ଇଛାମୃତ୍ୟୁକୁ ମାନ୍ୟତା ମିଳିଛି। ଏଠାରେ ଯନ୍ତ୍ରଣା ଭୋଗୁଥିତ୍ବା ରୋଗୀଙ୍କ ସ୍ବେଚ୍ଛାକୃତ ମୃତ୍ୟୁ ଏକ ଦଣ୍ଡନୀୟ ଅପରାଧ ନୁହେଁ।

ବେଲଜିୟମରେ ସେପ୍ଟେମ୍ବର ୨୦୦୨ ଠାରୁ, ଇଛାମୃତ୍ୟୁକୁ ଆଇନଗତ ମାନ୍ୟତା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ଜନଗଣନା: ଏପ୍ରିଲ ୧ରୁ ଅଗଷ୍ଟ ୩୧ ମଧ୍ୟରେ…

ନୂଆଦିଲ୍ଲୀ,୧ା୪:ଜନଗଣନା-୨୦୨୭ ବୁଧବାରଠାରୁ ଆରମ୍ଭ ହେଉଛି। ପ୍ରତି ୧୦ ବର୍ଷରେ ଜନଗଣନା କରାଯାଉଥିବାବେଳେ ଶେଷଥର ପାଇଁ ୨୦୧୧ରେ ହୋଇଥିଲା। କୋଭିଡ୍‌ ମହାମାରୀକୁ ନେଇ ୨୦୨୧ରେ ଜନଗଣନା ସ୍ଥଗିତ ରହିଥିଲା।…

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri