କରୋନା ଟିକାକୁ ଅନୁମତି ଦେଲା ୟୁରୋପିୟ ସଂଘ

ଆମଷ୍ଟାରର୍ଡମ,୨୨ ।୧୨: ଏବେ ସାରା ବିଶ୍ୱର ନଜର କରୋନା ଟିକା ଉପରେ । ଏହି କ୍ରମରେ ୟୁରୋପିୟ ସଂଘ ବାୟୋଏନଟେକ ଓ ଫାଇଜର ଦ୍ୱାରା ମିଳିତ ଭାବେ ବିକଶିତ କୋଗିଡ-୧୯ ଭ୍ୟାକ୍ସିନକୁ ୨୭ ଦେଶର ସଂଗଠନ(ୟୁରୋପିୟ ସଂଘ)ବଜାରକୁ ଛାଡିବାକୁ ସୋମବାର ଔପଚାରିକ ଭାବେ ଅନୁମତି ପ୍ରଦାନ କରିଛି । ଆଶା କରାଯାଉଛି ଟିକା ବଜାରକୁ ଆସିବା ପରେ ସମସ୍ତ ସଦସ୍ୟ ଦେଶ ଖ୍ରୀଷ୍ଟମାସ ପରେ ନିଜ ନିଜ ନାଗରିକଙ୍କୁ କରୋନାଠାରୁ ଦରେଇ ରଖିବାକୁ ପ୍ରଥମ ଟିକା ଦେବା ଆରମ୍ଭ କରିଦେବେ । ଟିକାକୁ ନେଇ ୟୁରୋପୀୟ ମେଡିସିନ ଏଜେନ୍ସି କହିଛି ଟିକା ସମସ୍ତ ସୁରକ୍ଷା ଓ ଗୁଣବତ୍ତା ଦୃଷ୍ଟିରୁ ଠିକ୍ ରହିଛି । ଏହାର କିଛି ସମୟ ପରେ ପରେ ୟୁରୋପୀୟ ସଂଘ ଟିକାକୁ ବଜାକୁ ଛାଡିବାକୁ ଅନୁମତି ପ୍ରଦାନ କରିଛି । ତେବେ ଏଥିପାଇଁ ଥିବା ନିୟମ ସ୍ଥିର କରିବା ପାଇଁ ୨-୩ ଦିନ ସମୟ ଲାଗିପାରେ ।

Share