ରୁଷିଆକୁ ଲାଗିଲା ବଡ଼ ଝଟ୍‌କା

ଲଣ୍ଡନ,୧୮।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରିିରହିଥିବା ଯୁଦ୍ଧକୁ ଅନେକ ଦେଶ ବିରୋଧ କରୁଛନ୍ତି। ରୁଷିଆ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଅନେକ ପ୍ରତିବନ୍ଧକ ସହ ଆର୍ଥିକ କଟକଣା ମଧ୍ୟ ଲଗାଇଛନ୍ତି। ଇତିମଧ୍ୟରେ ୟୁରୋପୀୟ ସ୍ପେସ୍‌ ଏଜେନ୍ସି (ଇଏସ୍‌ଏ) ମଙ୍ଗଳ ଗ୍ରହ ମିଶନରୁ ରୁଷିଆ ସ୍ପେସ୍‌ ଏଜେନ୍ସି (ରସ୍କୋସମୋସ)କୁ ବାହାର କରିଦେଇଛି। ବର୍ତ୍ତମାନ ଏହି ମିଶନରେ ରୁଷିଆର ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ କୌଣସି ସହାୟତା ନିଆଯିବ ନାହିଁ। ଏହି ମିଶନ ପ୍ରାୟ ୮୪୩୩କୋଟି ଟଙ୍କାର ରହିଛି। ଯେଉଁଥିରେ ୟୁରୋପୀୟ ଦେଶ ସହିତ ରୁଷିଆ ମଧ୍ୟ ସାମିଲ ଥିଲା। ଇଏସ୍‌ଏ ଓ ରୁଷିଆ ସ୍ପେସ ଏଜେନ୍ସି ଏକ୍ସୋମାର୍ସ ସେପ୍ଟେମ୍ବରରେ ଏହି ମିଶନକୁ ଲଞ୍ଚ କରିଥାନ୍ତେ। କିନ୍ତୁ ଏହାପୂର୍ବରୁ ଇଏସ୍‌ଏ ରୁଷିଆକୁ ଏହି ମିଶନରୁ ବାହାର କରିଦେଇଛି ବୋଲି ଶୁକ୍ରବାର ଇଏସ୍‌ଏର ମହାନିର୍ଦ୍ଦେଶକ ଜୋସେଫ୍‌ ଏସ୍‌ବେଶର କହିଛନ୍ତି। ଏକ୍ସୋମାର୍ସ ହେଉଛି ଏକ ରୋଭର, ଯାହାକୁ ମଙ୍ଗଳ ଗ୍ରହକୁ ପଠାଇ ଏକ ଐତିହାସିକ ତଥା ପ୍ରାଚୀନ ପରିବେଶର ଅନୁସନ୍ଧାନ କରାଯିବାର ଥିଲା। ଯାହା ଦ୍ୱାରା ଜୀବନର ଉତ୍ପତ୍ତି ଏବଂ ପ୍ରମାଣକୁ ଖୋଜା ଯାଇପାରିଥାନ୍ତା। ଏଥିସହ ଭବିଷ୍ୟତରେ ଜୀବନର ସମ୍ଭାବନା ଉପରେ ମଧ୍ୟ ଅଧ୍ୟୟନ କରାଯାଇପାରିବ। ବର୍ତ୍ତମାନ ଏହାକୁ ଲଞ୍ଚ କରିବାକୁ ସମୟ ଲାଗିବ ବୋଲି ଜୋସେଫ କହିଛନ୍ତି। କାରଣ ବର୍ତ୍ତମାନ ପରିସ୍ଥିତି ଭଲ ନାହିଁ। କାରଣ ୟୁରୋପୀୟ ଦେଶମାନେ ରୁଷିଆକୁ ଏହି ମିଶନରୁ ବାହାର କରି ଦେଇଛନ୍ତି। ବର୍ତ୍ତମାନ ଏହି ରୋଭରର ଲଞ୍ଚିଂକୁ ନେଇ ପୁଣିଥରେ ଯୋଜନା ତିଆରି କରାଯିବ। ସେହି ଅନୁଯାୟୀ ପ୍ରସ୍ତୁତି କରାଯିବ ବୋଲି ଜୋସେଫ ସୂଚନା ଦେଇଛନ୍ତି। ଅନ୍ୟପଟେ ଏକ୍ସୋମାର୍ସର ଲଞ୍ଚିଂରୁ ରୁଷିଆକୁ ବହିଷ୍କାର କରିବା ପରେ ଇଏସ୍‌ଏ ଏହି ରୋଭରକୁ ମଙ୍ଗଳ ଗ୍ରହରେ କିପରି ପହଞ୍ଚାଯିବ ସେନେଇ ଅଧ୍ୟୟନ କରିଛି। ଏଥିପାଇଁ ଆମେରିକାର ସ୍ପେସ ଏଜେନ୍ସି ନାସା ସହିତ ବର୍ତ୍ତମାନ ଆଲୋଚନା ଚାଲିଛି। ଆମେରିକାର ସ୍ପେସ ଏଜେନ୍ସି ଏହି ପ୍ରକଳ୍ପରେ ସାମିଲ ହେବାକୁ ପ୍ରସ୍ତୁତ ଅଛି। ଏହି ବୈଜ୍ଞାନିକ ମିଶନରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଆମେରିକା ଚାହୁଁଛି ବୋଲି ଜୋସେଫ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri