ରୁଷିଆକୁ ଲାଗିଲା ବଡ଼ ଝଟ୍‌କା

ଲଣ୍ଡନ,୧୮।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରିିରହିଥିବା ଯୁଦ୍ଧକୁ ଅନେକ ଦେଶ ବିରୋଧ କରୁଛନ୍ତି। ରୁଷିଆ ଉପରେ ପାଶ୍ଚାତ୍ୟ ଦେଶଗୁଡ଼ିକ ଅନେକ ପ୍ରତିବନ୍ଧକ ସହ ଆର୍ଥିକ କଟକଣା ମଧ୍ୟ ଲଗାଇଛନ୍ତି। ଇତିମଧ୍ୟରେ ୟୁରୋପୀୟ ସ୍ପେସ୍‌ ଏଜେନ୍ସି (ଇଏସ୍‌ଏ) ମଙ୍ଗଳ ଗ୍ରହ ମିଶନରୁ ରୁଷିଆ ସ୍ପେସ୍‌ ଏଜେନ୍ସି (ରସ୍କୋସମୋସ)କୁ ବାହାର କରିଦେଇଛି। ବର୍ତ୍ତମାନ ଏହି ମିଶନରେ ରୁଷିଆର ବୈଜ୍ଞାନିକ ଓ ଇଞ୍ଜିନିୟରଙ୍କ କୌଣସି ସହାୟତା ନିଆଯିବ ନାହିଁ। ଏହି ମିଶନ ପ୍ରାୟ ୮୪୩୩କୋଟି ଟଙ୍କାର ରହିଛି। ଯେଉଁଥିରେ ୟୁରୋପୀୟ ଦେଶ ସହିତ ରୁଷିଆ ମଧ୍ୟ ସାମିଲ ଥିଲା। ଇଏସ୍‌ଏ ଓ ରୁଷିଆ ସ୍ପେସ ଏଜେନ୍ସି ଏକ୍ସୋମାର୍ସ ସେପ୍ଟେମ୍ବରରେ ଏହି ମିଶନକୁ ଲଞ୍ଚ କରିଥାନ୍ତେ। କିନ୍ତୁ ଏହାପୂର୍ବରୁ ଇଏସ୍‌ଏ ରୁଷିଆକୁ ଏହି ମିଶନରୁ ବାହାର କରିଦେଇଛି ବୋଲି ଶୁକ୍ରବାର ଇଏସ୍‌ଏର ମହାନିର୍ଦ୍ଦେଶକ ଜୋସେଫ୍‌ ଏସ୍‌ବେଶର କହିଛନ୍ତି। ଏକ୍ସୋମାର୍ସ ହେଉଛି ଏକ ରୋଭର, ଯାହାକୁ ମଙ୍ଗଳ ଗ୍ରହକୁ ପଠାଇ ଏକ ଐତିହାସିକ ତଥା ପ୍ରାଚୀନ ପରିବେଶର ଅନୁସନ୍ଧାନ କରାଯିବାର ଥିଲା। ଯାହା ଦ୍ୱାରା ଜୀବନର ଉତ୍ପତ୍ତି ଏବଂ ପ୍ରମାଣକୁ ଖୋଜା ଯାଇପାରିଥାନ୍ତା। ଏଥିସହ ଭବିଷ୍ୟତରେ ଜୀବନର ସମ୍ଭାବନା ଉପରେ ମଧ୍ୟ ଅଧ୍ୟୟନ କରାଯାଇପାରିବ। ବର୍ତ୍ତମାନ ଏହାକୁ ଲଞ୍ଚ କରିବାକୁ ସମୟ ଲାଗିବ ବୋଲି ଜୋସେଫ କହିଛନ୍ତି। କାରଣ ବର୍ତ୍ତମାନ ପରିସ୍ଥିତି ଭଲ ନାହିଁ। କାରଣ ୟୁରୋପୀୟ ଦେଶମାନେ ରୁଷିଆକୁ ଏହି ମିଶନରୁ ବାହାର କରି ଦେଇଛନ୍ତି। ବର୍ତ୍ତମାନ ଏହି ରୋଭରର ଲଞ୍ଚିଂକୁ ନେଇ ପୁଣିଥରେ ଯୋଜନା ତିଆରି କରାଯିବ। ସେହି ଅନୁଯାୟୀ ପ୍ରସ୍ତୁତି କରାଯିବ ବୋଲି ଜୋସେଫ ସୂଚନା ଦେଇଛନ୍ତି। ଅନ୍ୟପଟେ ଏକ୍ସୋମାର୍ସର ଲଞ୍ଚିଂରୁ ରୁଷିଆକୁ ବହିଷ୍କାର କରିବା ପରେ ଇଏସ୍‌ଏ ଏହି ରୋଭରକୁ ମଙ୍ଗଳ ଗ୍ରହରେ କିପରି ପହଞ୍ଚାଯିବ ସେନେଇ ଅଧ୍ୟୟନ କରିଛି। ଏଥିପାଇଁ ଆମେରିକାର ସ୍ପେସ ଏଜେନ୍ସି ନାସା ସହିତ ବର୍ତ୍ତମାନ ଆଲୋଚନା ଚାଲିଛି। ଆମେରିକାର ସ୍ପେସ ଏଜେନ୍ସି ଏହି ପ୍ରକଳ୍ପରେ ସାମିଲ ହେବାକୁ ପ୍ରସ୍ତୁତ ଅଛି। ଏହି ବୈଜ୍ଞାନିକ ମିଶନରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଆମେରିକା ଚାହୁଁଛି ବୋଲି ଜୋସେଫ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼

ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…

ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ 

ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…

ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ… 

ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା  ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri