କଟକଣା ସତ୍ତ୍ୱେ ୟୁରୋପ କିଣୁଛି ରୁଷିଆ ତେଲ

ଓ୍ବାଶିଂଟନ୍‌, ୧୩ା୪: ୟୁକ୍ରେନ୍‌ ଆକ୍ରମଣ ପାଇଁ ରୁଷିଆ ଉପରେ ଆମେରିକା ଓ ପାଶ୍ଚାତ୍ୟ ଦେଶଗୁଡ଼ିକ କଟକଣା ଲଗାଇବା ସତ୍ତ୍ୱେ ଭାରତ ମସ୍କୋରୁ ତୈଳ କିଣିବା ପ୍ରସଙ୍ଗରେ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଜବାବ ରଖିଛନ୍ତି। କଟକଣା ସତ୍ତ୍ୱେ ୟୁରୋପ ଦିନକରେ ରୁଷିଆଠାରୁ କିଣୁଥିବା ତେଲର ପରିମାଣ ଭାରତର ଗୋଟିଏ ମାସର ଆମଦାନୀ ବୋଲି ଜୟଶଙ୍କର କହିଛନ୍ତି। ଭାରତ ରୁଷିଆରୁ ତେଲ କିଣି କଟକଣା ବିରୋଧରେ କାମ କରୁଥିବା ନେଇ ଜଣେ ଖବରଦାତା ଜୟଶଙ୍କରଙ୍କୁ ପ୍ରଶ୍ନ କରିଥିଲେ। ମସ୍କୋରୁ ତୈଳ ଆମଦାନୀ କଥା ଉଠିଲେ ୟୁରୋପକୁ ଦେଖ। କାରଣ ୟୁରୋପ ତୁଳନାରେ ଭାରତ ବହୁତ କମ୍‌ ପରିମାଣର ତେଲ ରୁଷିଆଠାରୁ କିଣିଥାଏ ବୋଲି ଜବାବରେ ଜୟଶଙ୍କର କହିଥିଲେ। ଜୟଶଙ୍କରଙ୍କ ଏହି ପ୍ରତିକ୍ରିୟାକୁ ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ପ୍ରଶଂସା କରିଛନ୍ତି।

Share