ୟୁରୋପ ଉପରେ ପ୍ରଭାବ ପକାଇବ ଇସ୍ରାଏଲ-ହମାସ ଯୁଦ୍ଧ, ଚେତାବନୀ ଦେଲେ ଇୟୁ ଅଧ୍ୟକ୍ଷ

ବ୍ରୁସେଲ୍ସ,୧୪।୧୦: ଇସ୍ରାଏଲ-ହମାସ ଯୁଦ୍ଧ ଦ୍ୱାରା ୟୁରୋପକୁ ଯାଉଥିବା ଶରଣାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ। ଏହା ଦ୍ୱାରା ଏହା ପ୍ରବାସୀ ବିରୋଧୀ ଶକ୍ତିକୁ ପ୍ରୋତ୍ସାହିତ କରିବା, ବିଭାଜନ ଗଭୀର ହେବା ଏବଂ ଉତ୍ତେଜନା ବୃଦ୍ଧି ହେବାର ଆଶଙ୍କା ବଢିପାରେ ବୋଲି ଶୁକ୍ରବାର ୟୁରୋପୀୟ ସଂଘ (ଇୟୁ) ଅଧ୍ୟକ୍ଷ ଚାଲର୍‌ସ ମିସେଲ ଚେତାବନୀ ଦେଇଛନ୍ତି।

ସେ କହିଛନ୍ତି, ଶରଣାର୍ଥୀ ହେତୁ ଆମେ ୟୁରୋପରେ ବହୁତ ଅସୁବିଧାର ସମ୍ମୁଖୀନ ହେବୁ। ୟୁରୋପୀୟ ସଂଘ ମଧ୍ୟରେ କେତେକ ରାଜନୈତିକ ଗୋଷ୍ଠୀ ଏହାକୁ ବିବାଦ ସୃଷ୍ଟି କରିବା ଏବଂ ୟୁଏଇକୁ ବିଚ୍ଛିନ୍ନ କରିବା ପାଇଁ ବ୍ୟବହାର କରିପାରିବେ ବୋଲି ସେ କହିଛନ୍ତି। ଏହା ଅନେକ ୟୁରୋପୀୟ ଦେଶରେ ପୋଲାରାଇଜେଶନ ବୃଦ୍ଧି କରିପାରିବ।

ଏଠାରେ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ପରିସ୍ଥିତିକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ କୌଣସି ପରିସ୍ଥିତିରେ ଅନ୍ତର୍ଜାତୀୟ ନିୟମ ପାଳନ କରାଯିବା ଉଚିତ୍‌, ସାଧାରଣ ଲୋକଙ୍କୁ ଢାଲ ତିଆରି କରିବା ଉଚିତ୍‌ ନୁହେଁ ଏବଂ ବନ୍ଧକମାନଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ୍‌। ସେ କହିଛନ୍ତି ଯେ ଗାଜାର ପରିସ୍ଥିତି ବିପଜ୍ଜନକ ସ୍ତରରେ ପହଞ୍ଚିଛି।

Share