ଦୁର୍ଭିକ୍ଷ ଆଁରେ ଇଥିଓପିଆ

ଆଡିସ୍‌ ଆବାବା,୧୨ା୬: ପୂର୍ବ ଆଫ୍ରିକୀୟ ରାଷ୍ଟ୍ର ଇଥିଓପିଆରେ ସରକାରୀ ବଳ ଓ ବିଦ୍ରୋହୀଙ୍କ ମଧ୍ୟରେ ଲଢ଼େଇ ଟିଗ୍ରେ ଅଞ୍ଚଳ ପାଇଁ ବିପତ୍ତିକୁ ଡାକି ଆଣିଛି। ଫଳରେ ଉକ୍ତ ଅଞ୍ଚଳର ୩,୫୦,୦୦୦ ଜଣ ଦୁର୍ଭିକ୍ଷ ମୁହଁକୁ ଠେଲିହୋଇ ଯାଇଛନ୍ତି। ଜାତିସଂଘ ପକ୍ଷରୁ ଏହି ଘୋଷଣା କରାଯିବା ପରେ ଯୁଦ୍ଧ ପ୍ରଭାବିତ ଇଥିଓପିଆକୁ ନେଇ ଚିନ୍ତା ବଢ଼ିଯାଇଛି।
ଟିଗ୍ରେ, ଆମ୍‌ହରା ଓ ଅଫାର୍‌ ସ୍ଥିତିକୁ ନେଇ ସମନ୍ବିତ ପର୍ଯ୍ୟାୟ ବର୍ଗୀକରଣ(ଆଇପିସି) ଫେଜ୍‌ ୫ ରିପୋର୍ଟକୁ ବିଶ୍ଳେଷଣ କରିବା ପରେ ଜାତିସଂଘର ହ୍ୟୁମାନିଟାରିଆନ୍‌ ମୁଖ୍ୟ ମାର୍କ ଲୋକକ୍‌ ଦୁର୍ଭିକ୍ଷ ବିଷୟରେ ଘୋଷଣା କରିଛନ୍ତି। ଏଥିଯୋଗୁ ମେ’ରୁ ଜୁନ୍‌ ମଧ୍ୟରେ ସାଢ଼େ ୩ ଲକ୍ଷ ଲୋକ ପ୍ରଭାବିତ ହୋଇଥିବାବେଳେ ଆଗକୁ ସ୍ଥିତି ଆହୁରି ବିଗିଡ଼ିପାରେ ବୋଲି ସେ ଚେତାଇ ଦେଇଛନ୍ତି। ଏହି ବିସ୍ତୃତ ଅଞ୍ଚଳରେ ଖାଦ୍ୟ ନିରାପତ୍ତା ବିପନ୍ନ ହୋଇ ବିପତ୍ତି ସୃଷ୍ଟି ହୋଇଛି, ଯାହାକି ଆଗକୁ ଅନାହାର ଓ ମୃତ୍ୟୁର ବିଭୀଷିକାର କାରଣ ହେବ ବୋଲି ଆଇପିସି ରିପୋର୍ଟରେ ଉଲ୍ଲେଖ କରାଯାଇଛି। କିନ୍ତୁ ଦୁର୍ଭିକ୍ଷର ନିର୍ଦ୍ଦିଷ୍ଟ ସଂଜ୍ଞା ଥିବାରୁ ଏହାକୁ ଦୁର୍ଭିକ୍ଷ ବୋଲି ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ।
ଦେଶରେ ଦୁର୍ଭିକ୍ଷ ହୋଇଛି ବୋଲି ଘୋଷଣା କରିବା ଲାଗି ମୃତ୍ୟୁ ହାର, କୁପୋଷଣ ଓ କ୍ଷୁଧାକୁ ଆଧାର କରି ଅନୁଶୀଳନ କରାଯାଏ। ଅନୂ୍ୟନ ୨୦% ପରିବାର ଅତି ଖାଦ୍ୟ ସଙ୍କଟକୁ ସାମ୍ନା କଲେ, ସମ୍ପୃକ୍ତ ଦେଶର ୩୦% ଲୋକ କୁପୋଷଣର ଶିକାର ହେଲେ ଏବଂ ଦିନକୁ ପ୍ରତି ୧୦,୦୦୦ ଜଣରେ ମୃତ୍ୟୁସଂଖ୍ୟା ୨ରୁ ଅଧିକ ରହିଲେ ଦୁର୍ଭିକ୍ଷ ଘୋଷଣା କରାଯାଇଥାଏ। ଇଥିଓପିଆରେ ଦୁର୍ଭିକ୍ଷ ହୋଇଥିବା ଘୋଷଣା କରାଗଲେ ଜୀବନରକ୍ଷକ ସହାୟତା ପ୍ରଦାନ ଜରୁରୀ ହୋଇପଡ଼ିବ। ସହାୟତା ନିମନ୍ତେ ଏହା ବିଶ୍ୱ ସମୁଦାୟର ଧ୍ୟାନ ଆକର୍ଷଣ କରିବ। ୧୯୮୪ରେ ମରୁଡ଼ି ଓ ଯୁଦ୍ଧ ଯୋଗୁ ଟିଗ୍ରେ ତଥା ପଡ଼ୋଶୀ ଓଲୋ ପ୍ରଦେଶ ଦୁର୍ଭିକ୍ଷର କେନ୍ଦ୍ରସ୍ଥଳ ପାଲଟିଥିଲା। ସେତେବେଳେ ୬ ଲକ୍ଷରୁ ୧୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

ସରକାରୀ ପ୍ରତିଶ୍ରୁତି ପାଣିର ଗାର: ୬ ମାସ ହେଲା ବସୁଧା ପ୍ରକଳ୍ପ ଅଚଳ!

ଥୁଆମୂଳ ରାମପୁର,୨୫।୧୨(ଦୁର୍ଗା କୀର୍ତ୍ତି): ସରକାରଙ୍କ ‘ବସୁଧା’ ଯୋଜନାରେ ଘରକୁ ଘର ପାନୀୟ ଜଳ ଯୋଗାଇ ଦେବା ପ୍ରତିଶ୍ରୁତି ଏବେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଆଉ ତା’ପରେ ଘଟିଗଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି- ଘୋଡାହାଡ ଡ଼୍ୟାମ ରାସ୍ତାର ଦ୍ବାର ଗାଁ ମୁଖ୍ୟରାସ୍ତା କ୍ରସର ନିକଟରେ ଗୁରୁବାର ମଧ୍ୟାହ୍ନରେ ଦୁଇ ବାଇକ...

ଗାଁରେ ପହଞ୍ଚିଲା ଦାଦନ ଶ୍ରମିକଙ୍କ ମୃତଦେହ: ସହାୟତା ଦାବି

ଦିଗପହଣ୍ଡି,୨୫।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ନୂଆଗାଁର ଦାଦନ ଶ୍ରମିକ ଅରକ୍ଷିତ ନାୟକ(୧୯) ତାମିଲନାଡୁର ତ୍ରିପୁର କାଙ୍ଗିଆମ ଠାରେ ଗତ...

ମତ୍ସ୍ୟ ଚାଷ ପ୍ରତି ବଢୁଛି ଆଗ୍ରହ: ଚାଷୀଙ୍କୁ ୪୦ ରୁ ୫୦ ପ୍ରତିଶତ ମିଳୁଛି ସବସିଡି

ଭଞ୍ଜନଗର,୨୫/୧୨(ବାବୁଲା ପ୍ରଧାନ): ଚିକେନ, ମଟନ ଅପେକ୍ଷା ମାଛ ସ୍ବାସ୍ଥ୍ୟ ପାଇଁ ହିତକର। ତେଣୁ ମାଛ ପ୍ରତି ଲୋକଙ୍କ ଆଗ୍ରହ ବଢୁଛି। କିନ୍ତୁ ଗଞ୍ଜାମ ଜିଲାରେ ଆବଶ୍ୟକତା...

ଆଶ୍ଚର୍ଯ୍ୟ ଲାଗିଲେ ବି ସତ, ପୋଷା କୁକୁର ପାଇଁ ଫିନାଇଲ ପିଇ ଜୀବନ ହାରିଲେ ଦୁଇ ଭଉଣୀ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇ ଭଉଣୀ ଫିନାଇଲ୍ ପିଇ ଆତ୍ମହତ୍ୟା କରିଛନ୍ତି । ଏହାର  କାରଣ...

ହିଲଭିୟୁ ପାର୍କରେ ଟ୍ରେନ ଦୁର୍ଘଟଣା: ଟ୍ରାକ ବାହାରକୁ ଚାଲିଗଲା ବଗି

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ହିଲଭିୟୁ ପାର୍କରେ ଛୁଟିଦିନ ରହିଥିବାରୁ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri