ଜଳାଶୟକୁ ପ୍ରଦୂଷିତ କରୁଛି ଇଥାନଲ ପ୍ଲାଣ୍ଟ: ମାଛ ମରୁଛନ୍ତି, ଲୋକଙ୍କୁ ଚର୍ମରୋଗ

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଂହାଠାରେ ନିର୍ମିତ ଇଥାନଲ ପ୍ଲାଣ୍ଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଲାଗି ରହିଛି। ଏହି ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତି ନ ଥିବାବେଳେ ଏବେ ଉକ୍ତ ପ୍ଲାଣ୍ଟରୁ ନିଷ୍କାସିତ ବର୍ଜ୍ୟବସ୍ତୁ ଗାଁ ପୋଖରୀରେ ମିଶି ପାଣିକୁ ପ୍ରଦୂଷିତ କରୁଥିବା ଯୋଗୁ ଅସନ୍ତୋଷ ବଢିବାରେ ଲାଗିଛି। ଏହାକୁ ନେଇ ଆନ୍ଦୋଳନ ମୁଣ୍ଡ ଟେକିଛି।
ସୂଚନା ଅନୁଯାୟୀ, ବାଉଲସିଂହାରେ ପ୍ରାୟ ୧୫୫୭ କୋଟି ଟଙ୍କା ବ୍ୟୟ ଅଟକଳରେ ଇଥାନଲ ପ୍ଲାଣ୍ଟ ସ୍ଥାପିତ ହୋଇଛି। ଉକ୍ତ ପ୍ଲାଣ୍ଟ ହେବା ପୂର୍ବରୁ ଚାଷୀମାନେ ସେମାନଙ୍କ ନଡ଼ା ବିକି ଉପକୃତ ହେବେ। ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତି ଦିଆଯିବ ଏବଂ ପାର୍ଶ୍ୱବର୍ତ୍ତୀ ଉନ୍ନୟନ କରାଯିବ ବୋଲି ଅଞ୍ଚଳବାସୀଙ୍କୁ କୁହାଯାଇଥିଲା। ତେବେ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତିକୁ ଗୁରୁତ୍ୱ ଦିଆଯିବା କିମ୍ବା ପାର୍ଶ୍ୱବର୍ତ୍ତୀ ଉନ୍ନୟନ ତ ଦୂରର କଥା, ପ୍ଲାଣ୍ଟରୁ ନିର୍ଗତ ବର୍ଜବସ୍ତୁ ଏବଂ ଦୂଷିତ ପାଣି ଗାଁର ଏକମାତ୍ର ପୋଖରୀରେ ପଶି ପ୍ରଦୂଷିତ କରିବା ସହିତ ଅଞ୍ଚଳର ଚାଷଜମିକୁ ମଧ୍ୟ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ପ୍ଲାଣ୍ଟରୁ ନିର୍ଗତ ଦୂଷିତ ପାଣି ପୋଖରୀରେ ମିଶୁଥିବା ଯୋଗୁ ଚାଷ କରାଯାଇଥିବା ମାଛ ମରି ଯାଉଥିବାବେଳେ ପାଣି ବ୍ୟବହାର ଉପଯୋଗୀ ହୋଇପାରୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗ୍ରାମର ଜଣେ ମହିଳା ଜୟନ୍ତୀ ରୋହିଦାସ କହିଛନ୍ତି, ପ୍ଲାଣ୍ଟରୁ ନିର୍ଗତ ଦୂଷିତ ପାଣି ଦୀର୍ଘଦିନ ହେଲା ଗାଁ ପୋଖରୀରେ ମିଶୁଛି। ଫଳରେ ପୋଖରୀ ପାଣି ଦୂଷିତ ହେଉଛି। ସେହି ପାଣି ବ୍ୟବାହାର କରି ଲୋକେ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେହିପରି ଅନ୍ୟ ଜଣେ ଗ୍ରାମବାସୀ ରୋହିତ ବିଶ୍ୱାଳ କହିଛନ୍ତି, ଗ୍ରାମରେ ଏକମାତ୍ର ପୋଖରୀ ରହିଛି। ସେହି ପୋଖରୀ ଉପରେ ଗ୍ରାମବାସୀ ନିର୍ଭର କରୁଛନ୍ତି। ପ୍ଲାଣ୍ଟରୁ ନିଷ୍କାସିତ ପାଣି ଗାଁ ପୋଖରୀକୁ ଛଡ଼ାଯାଉଛି। ଫଳରେ ପାଣି ଦୂଷିତ ହେବା ସହିତ ଆଖପାଖ ଚାଷଜମି ମଧ୍ୟ ପ୍ରଭାବିତ ହେଉଛି। ଏ ନେଇ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କୁ ଜଣାଇଲେ କିଛି ପଦକ୍ଷେପ ନିଆଯାଉ ନ ଥିବାବେଳେ ସ୍ଥାନୀୟ ଜନପ୍ରତିନିଧି ମଧ୍ୟ ସେଥିପ୍ରତି ଆଖିବୁଜି ଦେଇଥିବା ସେ ଅଭିଯୋଗ କରଛନ୍ତି। ଅନ୍ୟପକ୍ଷେ ବରଗଡ଼ର ଜୟ କିଷାନ ଆନ୍ଦୋଳନ ଏବଂ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଏକ ପ୍ରତିନିଧି ଦଳ ଗୁରୁବାର ସମ୍ପୃକ୍ତ ପୋଖରୀ ପରିଦର୍ଶନ ସହିତ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ। ପ୍ଲାଣ୍ଟରୁ ନିଷ୍କାସିତ ତରଳ ଦ୍ରବଣ ଛାଡ଼ି ଦିଆଯାଇଥିବା ଯୋଗୁ ପୋଖରୀ ପାଣି ବିଷାକ୍ତ ହୋଇ ପଡ଼ିଥିବା ସେମାନେ ଜାଣିବାକୁ ପାଇଥିଲେ। ତେବେ ଏକମାସ ହେଲା ପୋଖରୀ ପାଣି ଏଭଳି ଦୂଷିତ ହେବା ସହିତ ମାଛ ମରିଯାଉଥିବା ସତ୍ତ୍ୱେ କିଛି ପଦକ୍ଷେପ ନିଆଯାଉ ନ ଥିବା ଯୋଗୁ ଏହି ପ୍ରତିନିଧି ଦଳ ଉଦ୍‌ବେଗ ପ୍ରକାଶ କରିଥିଲେ। ପରୀକ୍ଷାମୂଳକ ଭାବେ ପ୍ଲାଣ୍ଟ ଚାଲିବା ସମୟରେ ଯଦି ଏଭଳି ସମସ୍ୟା ଉପୁଜିଛି, ପ୍ଲାଣ୍ଟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ସମସ୍ୟା ଆହୁରି ଜଟିଳ ହେବ ବୋଲି ଉକ୍ତ ପ୍ରତିନିଧି ଦଳ ଆଶଙ୍କା ବ୍ୟକ୍ତ କରିବା ସହିତ ବେଳ ଥାଉ ଥାଉ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଏହି ପ୍ରତିନିଧି ଦଳରେ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ, ଅରୁଣ କୁମାର ସାହୁ, ଜୟ କିଷାନ ଆନ୍ଦୋଳନର ଜିଲା ସଭାପତି ସୁଶିଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆ, ଶ୍ରୀମୁଖ ସାହୁ, କିଶୋର ସାହୁ, ତ୍ରିଲୋଚନ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ତେବେ ଏ ସମ୍ପର୍କରେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବରଗଡ଼ ଉପଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ ଜଣାଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ବିଶ୍ୱାସରେ ବିଷ: ୧୮ ଲକ୍ଷ ଟଙ୍କାର ଋଣ ଜାଲିଆତି, ମହିଳାଙ୍କୁ ବାନ୍ଧିଲା ତାରସିଂ ପୋଲିସ

ଭଞ୍ଜନଗର, ୧୯।୩ (ବାବୁଲା ପ୍ରଧାନ): ବିଶ୍ୱାସରେ ଦେଲେ ବିଷ । ସାଙ୍ଗସାଥୀ ଓ ପଡ଼ୋଶୀ ମହିଳାଙ୍କ ନାମରେ ବ୍ୟାଙ୍କରୁ ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା ଋଣ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ଦିଗପହଣ୍ଡିରେ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ କର୍ମଶାଳା ଉଦଯାପିତ: ପ୍ରଭାବଶାଳୀ ଶିକ୍ଷାଦାନ ପାଇଁ…

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ପରିସରରେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଦୁଇଦିନିଆ ଶିକ୍ଷଣ ସାମଗ୍ରୀ…

ଚଷାନିମଖଣ୍ଡି ସରକାରୀ ହାଇସ୍କୁଲର ବାର୍ଷିକୋତ୍ସବ: ମନ ଜିଣିଲା ନାଟକ ‘ଗୁରୁ ସାକ୍ଷାତ ପରଂବ୍ରହ୍ମ’

ଦିଗପହଣ୍ଡି, ୧୯।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମ ସରକାରୀ ହାଇସ୍କୁଲ ପରିସରରେ ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri