ଜଳାଶୟକୁ ପ୍ରଦୂଷିତ କରୁଛି ଇଥାନଲ ପ୍ଲାଣ୍ଟ: ମାଛ ମରୁଛନ୍ତି, ଲୋକଙ୍କୁ ଚର୍ମରୋଗ

ବରଗଡ଼,୨୫।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଂହାଠାରେ ନିର୍ମିତ ଇଥାନଲ ପ୍ଲାଣ୍ଟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଲାଗି ରହିଛି। ଏହି ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତି ନ ଥିବାବେଳେ ଏବେ ଉକ୍ତ ପ୍ଲାଣ୍ଟରୁ ନିଷ୍କାସିତ ବର୍ଜ୍ୟବସ୍ତୁ ଗାଁ ପୋଖରୀରେ ମିଶି ପାଣିକୁ ପ୍ରଦୂଷିତ କରୁଥିବା ଯୋଗୁ ଅସନ୍ତୋଷ ବଢିବାରେ ଲାଗିଛି। ଏହାକୁ ନେଇ ଆନ୍ଦୋଳନ ମୁଣ୍ଡ ଟେକିଛି।
ସୂଚନା ଅନୁଯାୟୀ, ବାଉଲସିଂହାରେ ପ୍ରାୟ ୧୫୫୭ କୋଟି ଟଙ୍କା ବ୍ୟୟ ଅଟକଳରେ ଇଥାନଲ ପ୍ଲାଣ୍ଟ ସ୍ଥାପିତ ହୋଇଛି। ଉକ୍ତ ପ୍ଲାଣ୍ଟ ହେବା ପୂର୍ବରୁ ଚାଷୀମାନେ ସେମାନଙ୍କ ନଡ଼ା ବିକି ଉପକୃତ ହେବେ। ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତି ଦିଆଯିବ ଏବଂ ପାର୍ଶ୍ୱବର୍ତ୍ତୀ ଉନ୍ନୟନ କରାଯିବ ବୋଲି ଅଞ୍ଚଳବାସୀଙ୍କୁ କୁହାଯାଇଥିଲା। ତେବେ ପ୍ଲାଣ୍ଟରେ ସ୍ଥାନୀୟ ନିଯୁକ୍ତିକୁ ଗୁରୁତ୍ୱ ଦିଆଯିବା କିମ୍ବା ପାର୍ଶ୍ୱବର୍ତ୍ତୀ ଉନ୍ନୟନ ତ ଦୂରର କଥା, ପ୍ଲାଣ୍ଟରୁ ନିର୍ଗତ ବର୍ଜବସ୍ତୁ ଏବଂ ଦୂଷିତ ପାଣି ଗାଁର ଏକମାତ୍ର ପୋଖରୀରେ ପଶି ପ୍ରଦୂଷିତ କରିବା ସହିତ ଅଞ୍ଚଳର ଚାଷଜମିକୁ ମଧ୍ୟ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ପ୍ଲାଣ୍ଟରୁ ନିର୍ଗତ ଦୂଷିତ ପାଣି ପୋଖରୀରେ ମିଶୁଥିବା ଯୋଗୁ ଚାଷ କରାଯାଇଥିବା ମାଛ ମରି ଯାଉଥିବାବେଳେ ପାଣି ବ୍ୟବହାର ଉପଯୋଗୀ ହୋଇପାରୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗ୍ରାମର ଜଣେ ମହିଳା ଜୟନ୍ତୀ ରୋହିଦାସ କହିଛନ୍ତି, ପ୍ଲାଣ୍ଟରୁ ନିର୍ଗତ ଦୂଷିତ ପାଣି ଦୀର୍ଘଦିନ ହେଲା ଗାଁ ପୋଖରୀରେ ମିଶୁଛି। ଫଳରେ ପୋଖରୀ ପାଣି ଦୂଷିତ ହେଉଛି। ସେହି ପାଣି ବ୍ୟବାହାର କରି ଲୋକେ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେହିପରି ଅନ୍ୟ ଜଣେ ଗ୍ରାମବାସୀ ରୋହିତ ବିଶ୍ୱାଳ କହିଛନ୍ତି, ଗ୍ରାମରେ ଏକମାତ୍ର ପୋଖରୀ ରହିଛି। ସେହି ପୋଖରୀ ଉପରେ ଗ୍ରାମବାସୀ ନିର୍ଭର କରୁଛନ୍ତି। ପ୍ଲାଣ୍ଟରୁ ନିଷ୍କାସିତ ପାଣି ଗାଁ ପୋଖରୀକୁ ଛଡ଼ାଯାଉଛି। ଫଳରେ ପାଣି ଦୂଷିତ ହେବା ସହିତ ଆଖପାଖ ଚାଷଜମି ମଧ୍ୟ ପ୍ରଭାବିତ ହେଉଛି। ଏ ନେଇ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କୁ ଜଣାଇଲେ କିଛି ପଦକ୍ଷେପ ନିଆଯାଉ ନ ଥିବାବେଳେ ସ୍ଥାନୀୟ ଜନପ୍ରତିନିଧି ମଧ୍ୟ ସେଥିପ୍ରତି ଆଖିବୁଜି ଦେଇଥିବା ସେ ଅଭିଯୋଗ କରଛନ୍ତି। ଅନ୍ୟପକ୍ଷେ ବରଗଡ଼ର ଜୟ କିଷାନ ଆନ୍ଦୋଳନ ଏବଂ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଏକ ପ୍ରତିନିଧି ଦଳ ଗୁରୁବାର ସମ୍ପୃକ୍ତ ପୋଖରୀ ପରିଦର୍ଶନ ସହିତ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ। ପ୍ଲାଣ୍ଟରୁ ନିଷ୍କାସିତ ତରଳ ଦ୍ରବଣ ଛାଡ଼ି ଦିଆଯାଇଥିବା ଯୋଗୁ ପୋଖରୀ ପାଣି ବିଷାକ୍ତ ହୋଇ ପଡ଼ିଥିବା ସେମାନେ ଜାଣିବାକୁ ପାଇଥିଲେ। ତେବେ ଏକମାସ ହେଲା ପୋଖରୀ ପାଣି ଏଭଳି ଦୂଷିତ ହେବା ସହିତ ମାଛ ମରିଯାଉଥିବା ସତ୍ତ୍ୱେ କିଛି ପଦକ୍ଷେପ ନିଆଯାଉ ନ ଥିବା ଯୋଗୁ ଏହି ପ୍ରତିନିଧି ଦଳ ଉଦ୍‌ବେଗ ପ୍ରକାଶ କରିଥିଲେ। ପରୀକ୍ଷାମୂଳକ ଭାବେ ପ୍ଲାଣ୍ଟ ଚାଲିବା ସମୟରେ ଯଦି ଏଭଳି ସମସ୍ୟା ଉପୁଜିଛି, ପ୍ଲାଣ୍ଟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲେ ସମସ୍ୟା ଆହୁରି ଜଟିଳ ହେବ ବୋଲି ଉକ୍ତ ପ୍ରତିନିଧି ଦଳ ଆଶଙ୍କା ବ୍ୟକ୍ତ କରିବା ସହିତ ବେଳ ଥାଉ ଥାଉ ପଦକ୍ଷେପ ନେବାକୁ ଦାବି କରିଛନ୍ତି। ଏହି ପ୍ରତିନିଧି ଦଳରେ ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ, ଅରୁଣ କୁମାର ସାହୁ, ଜୟ କିଷାନ ଆନ୍ଦୋଳନର ଜିଲା ସଭାପତି ସୁଶିଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆ, ଶ୍ରୀମୁଖ ସାହୁ, କିଶୋର ସାହୁ, ତ୍ରିଲୋଚନ ପ୍ରଧାନ ପ୍ରମୁଖ ସାମିଲ ହୋଇଥିଲେ। ତେବେ ଏ ସମ୍ପର୍କରେ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବରଗଡ଼ ଉପଜିଲାପାଳ ପ୍ରସନ୍ନ କୁମାର ପାଣ୍ଡେ ଜଣାଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri