E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ ଦେଖିଆସୁଛନ୍ତି । ଏପରି ପରିସ୍ଥିତିରେ ଲୋକମାନଙ୍କ ମନରେ ଇଥାନଲକୁ ନେଇ ସଂଶୟ ଲାଗି ରହିଛି । ମାଇଲେଜ୍, ପରଫରମାନ୍ସକୁ ନେଇ ଲୋକମାନେ ବହୁତ ଦ୍ୱନ୍ଦରେ ରହିଛନ୍ତି । ଯଦି କୌଣସି ଗାଡି ଶତପ୍ରତିଶତ ଇଥାନଲରେ ଚାଲୁଛି ତେବେ ସତରେ କଣ ଏହା ପେଟ୍ରୋଲ ଡି଼େଲ ଭଳି ଶକ୍ତି ଉତ୍ପନ କରିପାରିବ ଭଳି ପ୍ରଶ୍ନ ଲୋକମାନଙ୍କ ମନରେ ଘୁରିବୁଲୁଛି ।

ତେବେ ଏହା କ’ଣ ଆପଣଙ୍କ ପକେଟ ପାଇଁ ଏକ ବଡ଼ ବୋଝ ହେବ, ନା ସତରେ ଏହା ଲାଭଦାୟକ ସାବ୍ୟସ୍ତ ହେବ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର କେବଳ ଗାଡିର ମାଇଲେଜରେ ନୁହେଁ, ବରଂ ଇନ୍ଧନ ଦକ୍ଷତା ଏବଂ ଇଞ୍ଜିନ୍ ପ୍ରଯୁକ୍ତିବିଦ୍ୟାରେ ଲୁଚି ରହିଛି । ତେବେ ଆସନ୍ତୁ ଇଥାନଲ ପଛର ସମ୍ପୂର୍ଣ୍ଣ କାହାଣୀ ଜାଣିବା ।

ଗୋଟିଏ କଥା ଧ୍ୟାନରେ ରଖନ୍ତୁ ଯେ, ଯେ କୌଣସି ଗାଡିର ମାଇଲେଜ୍ ଇନ୍ଧନର ଶକ୍ତି ପରିମାଣ ସହିତ ସିଧାସଳଖ ଜଡିତ ରହିଥାଏ । ଇଥାନଲରେ ପେଟ୍ରୋଲ ତୁଳନାରେ ପ୍ରତି ଲିଟରରେ କମ୍ ଶକ୍ତି ସଂରକ୍ଷିତ ହୋଇ ରହିଥାଏ । ଏହି କାରଣରୁ, ସମାନ ପରିସ୍ଥିତିରେ, E100 ରେ ଚାଲୁଥିବା ଏକ ଯାନକୁ ସମାନ ଦୂରତା ଯାତ୍ରା କରିବା ପାଇଁ ଅଧିକ ଇନ୍ଧନର ଆବଶ୍ୟକତା ହୋଇପାରେ ।

ସରଳ ଭାଷାରେ କହିବାକୁ ଗଲେ, ଗାଡିର ମାଇଲେଜ୍ ପେଟ୍ରୋଲ ତୁଳନାରେ ସାମାନ୍ୟ କମ୍ ହୋଇପାରେ । ତଥାପି, ଏହାର ଅର୍ଥ ଏହା ନୁହେଁ ଯେ ଏହାର ବ୍ୟବହାର ଦ୍ୱାରା ଗାଡିର କାର୍ଯ୍ୟଦକ୍ଷତା ପ୍ରଭାବିତ ହେବ । ସଠିକ୍ ଇଞ୍ଜିନ୍ ସେଟଅପ୍ ସହିତ, ଇଥାନଲ୍ ଆହୁରି ଭଲ କାର୍ଯ୍ୟଦକ୍ଷତା ପ୍ରଦାନ କରିପାରିବ । ଏମିତିକି ଏପରି ଅନେକ ସୁପର କାର ରହିଛି ଯାହା କେବଳ E100 ଇଥାନଲ ଉନ୍ଧନରେ ଚାଲିବାକୁ ଡିଜାଇନ କରାଯାଇଛି ।

ଇନ୍ଧନ କ୍ଷମତା ସାମାନ୍ୟ କମ୍ ହୋଇଥିଲେ ମଧ୍ୟ, ଇଥାନଲ୍ ଅନେକ ଗୁରୁତ୍ୱପୂର୍ଣ୍ଣ ଲାଭ ପ୍ରଦାନ କରେ । ଏହା କୃଷି ଉତ୍ସରୁ ଉତ୍ପାଦନ କରାଯାଇପାରିବ ଏବଂ ଏହାର ବ୍ୟବହାର ପ୍ରଦୂଷଣ ହ୍ରାସ କରିବାରେ ସାହାଯ୍ୟ କରେ । ଫ୍ଲେକ୍ସ-ଇନ୍ଧନ ଯାନ, ଯାହା ପେଟ୍ରୋଲ ଏବଂ ଇଥାନଲ୍ ଉଭୟରେ ଚାଲିପାରିବ, ପୂର୍ବରୁ ଅନେକ ଦେଶରେ ଲୋକପ୍ରିୟ ହୋଇପାରିଛି । ଏପରି ଇଞ୍ଜିନ୍ ଇଥାନଲ୍ ସହିତ ଖାପ ଖୁଆଇ ଡ୍ରାଇଭିଂ ଅଭିଜ୍ଞତାକୁ ଉନ୍ନତ କରିଥାଏ । ଏହା ବ୍ୟତୀତ, ଇଥାନଲ୍ ଶିଳ୍ପ ଚାଷୀଙ୍କ ପାଇଁ ନୂତନ ସୁଯୋଗ ମଧ୍ୟ ସୃଷ୍ଟି କରିଥାଏ ।

Share