୨୦ ହଜାର କୋଟି ନିବେଶ କରିବ ଏଟିଜିଏଲ୍‌

ଭୁବନେଶ୍ୱର,୩୦।୬(ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଶିଳ୍ପସଂସ୍ଥା ତଥା ଆଦାନୀ ଗ୍ରୁପ୍‌ର ଅନ୍ୟତମ ସଂସ୍ଥା ଆଦାନୀ ଟୋଟାଲ ଗ୍ୟାସ୍‌ ଲିମିଟେଡ୍‌ (ଏଟିଜିଏଲ୍‌) ଗ୍ୟାସ୍‌ ବ୍ୟବସାୟ କ୍ଷେତ୍ରରେ ପ୍ରାୟ ୨୦ ହଜାର କୋଟି ଟଙ୍କା ନିବେଶ କରିବ ବୋଲି ଆଦାନୀ ଗ୍ରୁପ୍‌ ପକ୍ଷରୁ କୁହାଯାଇଛି। ବିଶେଷକରି ଏଟିଜିଏଲ୍‌ ଆଗାମୀ ୧୦ବର୍ଷ ମଧ୍ୟରେ ୧୮ ରୁ ୨୦ ହଜାର କୋଟି ଟଙ୍କାର ନିବେଶ ପାଇଁ ବ୍ୟାପକ ଯୋଜନା ପ୍ରସ୍ତୁତ କରୁଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଗଣମାଧ୍ୟମର ଉକ୍ତ ରିପୋର୍ଟ ଅନୁଯାୟୀ, କମ୍ପାନୀର ଉକ୍ତ ନିବେଶ ଦ୍ବାରା ବଜାରରେ ସୁଧାର ଆସିବା ସହ ଗାଡ଼ିରେ ବ୍ୟବହାର ହେଉଥିବା ସିଏନ୍‌ଜିର ରିଟେଲ ବିକ୍ରି, ଘରୋଇ ଏବଂ ଶିଳ୍ପ ଉଦ୍ୟୋଗକୁ ପାଇପ୍‌ ଦ୍ବାରା ଗ୍ୟାସ୍‌ ପହଞ୍ଚାଇବା ଭିତ୍ତିଭୂମିକୁ ଆହୁରି ବିସ୍ତାର ହୋଇପାରିବ। ସେହିଭଳି ବର୍ତ୍ତମାନ ଏଟିଜିଏଲ୍‌ ଦେଶର ୧୨୪ ଜିଲାରେ ଗାଡ଼ି ପାଇଁ ସିଏନ୍‌ଜିର ରିଟେଲ ବିକ୍ରି ବ୍ୟତୀତ ପାଇପ୍‌ ଯୋଗେ ଘରୋଇ ରୋଷେଇ ଗ୍ୟାସ୍‌ ମଧ୍ୟ ଯୋଗାଉଛି। ସାରା ଭାରତରେ ଏଟିଜିଏଲ୍‌ର ୪୬୦ ସିଏନ୍‌ଜି ଷ୍ଟେଶନ ରହିଥିବା ବେଳେ ପାଇପ ଯୋଗେ ରୋଷେଇ ଗ୍ୟାସ୍‌ ମଧ୍ୟ ଲକ୍ଷାଧିକ ଗ୍ରାହକଙ୍କୁ ଯୋଗାଇଦେଉଛି। ତେବେ ନୂଆ ବାର୍ଷିକ ରିପୋର୍ଟ ଅନୁଯାୟୀ, କମ୍ପାନୀ ଅତିରିକ୍ତ ଭିତ୍ତିଭୂମି ନିର୍ମାଣ ଉପରେ ଆର୍ଥିକ ବର୍ଷ ୨୦୨୨-୨୩ ରେ ୧,୧୫୦ କୋଟି ଟଙ୍କାରୁ ଅଧିକ ନିବେଶ କରିଛି। ଏ ସମ୍ପର୍କରେ କମ୍ପାନୀର ସିଏଫ୍‌ଓ ପରାଗ ପାରିଖ କହିଛନ୍ତ, କମ୍ପାନୀ ଦୀର୍ଘମିଆଦୀ ଗ୍ୟାସ୍‌ କାରବାର ସମ୍ଭାବନାକୁ ନେଇ ଆଶାବାଦୀ ରହିଛି। କମ୍ପାନୀ ଭିତ୍ତିଭୂମିର ନିର୍ମାଣ ଏବଂ ନେଟ୍‌ଓ୍ବର୍କ ବିସ୍ତାରରେ ଅଧିକ ନିବେଶ କରିବା ଉପରେ ଯୋଜନା କରୁଛି। କମ୍ପାନୀ ଏହାର ସହରୀ ଗ୍ୟାସ୍‌ ବିତରଣ କାରବାରକୁ ଆଗାମୀ ୮ରୁ ୧୦ ବର୍ଷରେ ଭିତ୍ତିଭୂମି ନିର୍ମାଣ ପାଇଁ ପ୍ରାୟ ୧୮ ହଜାର- ୨୦ ହଜାର କୋଟି ଟଙ୍କାର ନିବେଶ କରିବାକୁ ଲକ୍ଷ୍ୟ ରଖିଛି। ଏହା ଗ୍ରାହକଙ୍କ ଆଧାରକୁ ବ୍ୟାପକ କରିବା ଏବଂ ରାଜସ୍ବ ବୃଦ୍ଧି କରିବାରେ ସହାୟକ ହେବ। ସେହିପରି କମ୍ପାନୀର ଲାଇସେନ୍ସପ୍ରାପ୍ତ ଅଞ୍ଚଳରେ ଷ୍ଟିଲ୍‌ ପାଇପଲାଇନକୁ ବିକଶିତ କରିବା ଏବଂ ସିଏନ୍‌ଜି ଷ୍ଟେଶନକୁ ବଢ଼ାଇବାର ଉଦ୍ଦେଶ୍ୟ ରହିଛି ବୋଲି ଏଟିଜିଏଲ୍‌ ସିଇଓ ସୁରେଶ ମଙ୍ଗଲାନୀ ଅବଗତ କରାଇଛନ୍ତି। ଅପରପକ୍ଷରେ କମ୍ପାନୀ ଆଗାମୀ ୧୦ବର୍ଷରେ ୧୮୦୦ରୁ ଅଧିକ ସିଏନ୍‌ଜି ଷ୍ଟେଶନ ତିଆରି କରିବାକୁ ଯାଉଛି। ଏହାଦ୍ବାରା ଅଧିକରୁ ଅଧିକ ଗ୍ରାହକଙ୍କ ପର୍ଯ୍ୟନ୍ତ ସିଏନ୍‌ଜି ଗ୍ୟାସ୍‌ ଉପଲବ୍ଧ କରାଯାଇପାରିବ ବୋଲି କମ୍ପାନୀ ଆକଳନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri