ଧ୍ୱଂସସ୍ତୂପରୁ ଜୀବନ ବଞ୍ଚେଇ ଫେରିଛନ୍ତି ଶାଶ୍ୱତ

ସୋର, ୮ା୩(ଡି.ଏନ.ଏ) ରୁଷିଆ ବୋମାମାଡ଼ରେ ଧ୍ୱଂସବିଧ୍ୱଂସ୍ତ ହୋଇପଡିଥିବା ୟୁକ୍ରେନର ପ୍ରମୁଖ ସହର ଖର୍କିଭରୁ ଜୀବନ ବଞ୍ଚେଇ ୭ ଦିନ ପରେ ଘରେ ପହଞ୍ଚିଛନ୍ତି ବାଲେଶ୍ୱର ଜିଲା ସୋରର ଶାଶ୍ୱତ। ୧୧ଦିନ ହେଲା ପୁଅର ଫେରିବା ବାଟକୁ ଚାହଁି ରହିଥିବା ପରିବାର ଲୋକେ ଏବେ ଶାଶ୍ୱତକୁ ପାଇ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି।
ପୌରପରିଷଦ ବଡ଼ଖୁରୀ ଗ୍ରାମର ଅଧ୍ୟାପକ ଲକ୍ଷ୍ମଣ ପଣ୍ଡାଙ୍କ ପୁଅ ଶାଶ୍ୱତ ୨୦୨୦ ଡିସେମ୍ବରରେ ଭି.ଏନ୍‌.ଖର୍କିଭ ନ୍ୟାଶନାଲ ୟୁନିଭରସିଟିରେ ମେଡ଼ିକାଲ ପଢ଼ିବା ପାଇଁ ଯାଇଥିଲେ। ସେ କୁହନ୍ତି, ଗତ ଫେବୃଆରୀ ୨୫ ତାରିଖରେ ତାଙ୍କର କିଭ୍‌ରୁ ଫ୍ଲାଇଟ ଟିକେଟ ହୋଇଥିଲା। ୨୪ ତାରିଖ ସକାଳେ ଖର୍କିଭରୁ କିଭ୍‌ ବାହାରିବା କଥା। ମାତ୍ର ଭୋର ୫ଟାରୁ ଆରମ୍ଭ ହୋଇଥିଲା ବୋମାମାଡ଼। ପରେ ଜଣାପଡିଲା ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଦେଇଛି। ସେଠାରୁ ଋଷିଆ ବଡର୍ର୍ର ମାତ୍ର ୩୦ କି.ମି.। ସେମାନେ ରହୁଥିବା ଆଲେକ୍ସଭିସାରେ ୪୦୦ ପାଖାପାଖି ଝିଅପୁଅ କିଛି କିଛି ଖାଦ୍ୟ ଆଣି ୪ଫୁଟ ଉଚ୍ଚର ବଙ୍କର ଭିତରକୁ ଚାଲିଗଲୁ। ମଝିରେ ମଝିରେ ସୁପରମାର୍କେଟ ଖୋଲିବା ମାତ୍ରେ କିଛି ଖାଇବା ଜିନିଷ ପାଣି ଆଣି ୪ ଦିନ ରହିଲୁ। ୧ ତାରିଖରେ ସେଠାରୁ ୧୪ କି.ମି. ବାଟ ଚାଲି ଚାଲି, ଲୁଚିଛପି ୭୦/୮୦ ଜଣ ପିଲା ଖକର୍ର୍ିଭ ଷ୍ଟେଶନରେ ପହଞ୍ଚିଥିଲୁ। ମଝିରେ ମଝିରେ କିଛି ଦୂରରେ ବୋମା ପଡ଼ୁଥିବା ସେ ଦେଖୁଥିଲେ। ସେଠାରୁ ଟ୍ରେନରେ ଛିଡ଼ାହେଇ ଲଭିଭରେ ପହଞ୍ଚତ୍ବା ପରେ ଭୟ କମିଯାଇଥିଲା। ସେଠାରୁ ୪ କି.ମି. ଚାଲି ବସ୍‌ରେ ୧୦୦ଡଲାର ଦେଇ ୮୦ କି.ମି. ଯିବା ପରେ ପୋଲାଣ୍ଡ ବଡ଼ର୍ର୍ରରେ ପହଞ୍ଚିିଥିଲେ। ସେଠାରେ କିଛି ସମୟ ଭିସା ପାଇଁ ଅପେକ୍ଷା କରିବାକୁ ପଡ଼ିଲା। ଭାରତ ସରକାରଙ୍କ ତରଫରୁ ପୋଲାଣ୍ଡରେ ଏକ ହୋଟେଲରେ ରଖି ଖାଇବା ପାଇଁ ଦେବା ପରେ ତାଙ୍କ ଦେହରେ ଜୀବନ ପଶିଲା। ଅବଶ୍ୟ ୟୁକ୍ରେନ ପୋଲିସ ରାସ୍ତାରେ କେବଳ ଯାଞ୍ଚ କରିବା ବ୍ୟତୀତ କିଛି ଖରାପ ବ୍ୟବହାର କରି ନ ଥିଲା। ସେଠାରୁ ଭାରତ ସରକାରଙ୍କ ତରଫରୁ ଫ୍ଲାଇଟରେ ଦିଲ୍ଲୀ ଅଣାଗଲା। ଓଡ଼ିଶା ଭବନରେ ରହିବା ପରେ ଓଡ଼ିଶା ସରକାରଙ୍କ ତରଫରୁ ଇଣ୍ଡିଗୋ ଫ୍ଲାଇଟ୍‌ରେ ଭୁବନେଶ୍ୱର ଆସିଲେ। ଏଥିପାଇଁ ଭାରତ ତଥା ଓଡ଼ିଶା ସରକାରଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି। ଶାଶ୍ୱତଙ୍କ ସହିତ ଅନନ୍ତପୁରର ବିଚିତ୍ରାନନ୍ଦ ମିଶ୍ର ମଧ୍ୟ ସୋରରେ ପହଞ୍ଚିଛନ୍ତି।