Categories: ଜାତୀୟ

ଲଙ୍କା ଦହନ ପୂର୍ବରୁ ରାମଲୀଳା ମଞ୍ଚରେ ଭୟଙ୍କର ଅଗ୍ନିକାଣ୍ଡ

ଇଟାଓ୍ବା,୪।୧୦: ଉତ୍ତରପ୍ରଦେଶ ଇଟାଓ୍ବା ଜିଲା ଜନପଦର ଭର୍ଥାନାରେ ସୋମବାର ରାତିରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ରାମଲୀଳା ମଞ୍ଚରେ ଅଗ୍ନିକାଣ୍ଡ ଘଟିବାରୁ ଭୟଭୀତ ହୋଇ ଲୋକମାନେ ଇତସ୍ତତ ହୋଇ ଦୌଡ଼ିବାକୁ ଲାଗିଥିଲେ। ଏହି ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ମିଳି ନ ଥିବା ବେଳେ ମଞ୍ଚ ପୋଡ଼ି ପାଉଁଶ ହୋଇଯାଇଛି। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ ଯୋଗୁ ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଜନପଦର ଭର୍ଥାନା କସବେ ସହରରେ ପ୍ରତିବର୍ଷ ଭଳି ରାମଲିଲା ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରାମଲୀଳା କମିଟି ଦ୍ୱାରା ଆୟୋଜିତ ହୋଇଥିବା ବେଳେ କଳାକାରମାନେ ରାମଲୀଳା ଦହନ ପାଇଁ ପ୍ରସ୍ତୁତି କରିଥିଲେ। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଥିଲା। ହେଲେ ହଠାତ୍‌ ମଞ୍ଚ ଉପରେ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ ଏହି ନିଆଁ ଚାରିଆଡ଼େ ବ୍ୟାପିଯାଇଥିଲା। ଭୟଙ୍କର ନିଆଁ ଯୋଗୁ ଲୋକମାନେ ଏପଟ ସେପଟ ଦୌଡ଼ିବାକୁ ଲାଗିଥିଲେ।

Share