Posted inଜାତୀୟ

ଏଟାରେ ଏଡସ୍ ବାଣ୍ଟୁଛନ୍ତି ସ୍ୱାସ୍ଥ୍ୟକର୍ମୀ!

ଲକ୍ଷ୍ନୌ,୫ ।୩: ଉତ୍ତର ପ୍ରଦେଶର ଏଟା ମେଡିକାଲ କଲେଜରେ ଏଚଆଇଭିରେ ସଂକ୍ରମିତ ପିଲାମାନଙ୍କୁ ଯେଉଁ ସିରିଞ୍ଜରେ ଇଞ୍ଜେକଶନ ଦିଆଯାଉଛି, ପରେ ସେହି ସିରିଞ୍ଜରେ ସୁସ୍ଥ ପିଲାଙ୍କୁ ଇଞ୍ଜେକଶନ ଦିଆଯାଉଥିବା ଭଳି ଗରୁତର ଅଭିଯୋଗ ସାମ୍ନାକୁ ଆସିଛି । ଏଟାର ଜିଲା ଅଧିକାରୀ ଅଙ୍କିତ କୁମାର ଅଗ୍ରୱାଲଙ୍କ ନିକଟରେ ଏହି ଅଭିଯୋଗ କରାଯାଇଛି । ଏହାପରେ ଜିଲା ଅଧିକାରୀ ଏଟା ମେଡିକାଲ କଲେଜ ପ୍ରଶାସନକୁ ଏହାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି, ଏହି ଗୁରୁତର ଅଭିଯୋଗ ଆସିବା ପରେ ଏଟା ମେଡିକାଲ କଲେଜରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ଏହି ଅଭିଯୋଗ ଆଣିଛନ୍ତି ଜନପଦ ମୁଖ୍ୟାଳୟରେ ରହୁଥିବା ମହିଳା ମିନାକ୍ଷି ଭରଦ୍ୱାଜ । ତାଙ୍କର ୭ ବର୍ଷର ଝିଅ ୨୦ ଫେବୃୟାରୀରୁ ଏହି ମେଡିକାଲ କଲେଜରେ ଭର୍ତ୍ତି ହୋଇଛି । ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ସେଠାରେ ଗୋଟିଏ ସିରିଞ୍ଜରେ ସବୁ ପିଲାମାନଙ୍କୁ ଇଞ୍ଜେକଶନ ଦିଆଯାଉଛି । ସେ ଏହାର ବିରୋଧ କରିବାରୁ ନର୍ସ କହିଛନ୍ତି ଆମେ ସିରିଞ୍ଜକୁ ଡିଷ୍ଟିଲ ୱାଟରରେ ସଫା କରୁଛୁ । ତେଣୁ ଆପଣ ଭୟଭୀତ ହେବାର କୌଣସି କାରଣ ନାହିଁ । ଏମିତି ଅଭିଯୋଗ ଆଉ ଜଣେ ମହିଳା ରୀତା ବି ଆଣିଛନ୍ତି । ତାଙ୍କର ୫ ମାସ ପୁଅ ୨୮ ଫେବୃୟାରୀ ୨୦୨୩ରୁ ଏହି ମେଡିକାଲ କଲେଜରେ ଭର୍ତ୍ତି ହୋଇଛି । ଏବେ ସେ ଚିନ୍ତିତ ଯେ ତାଙ୍କ ୫ ମାସର ଶିଶୁପୁତ୍ର ଏଚଆଇଭିରେ ସଂକ୍ରମିତ ହୋଇ ଯାଇନାହିଁତ । ଏମିତି ଅଭିଯୋଗ ଆହୁରି କେତେଜଣ ରୋଗି ବି ଆଣିଛନ୍ତି । ତେବେ ମେଡିକାଲ କଲେଜରେ ଥିବା ଏଚଆଇଭି ସଂକ୍ରମିତଙ୍କୁ ଇତିମଧ୍ୟରେ ଡିସଚାର୍ଜ କରି ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।…

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

Video: ନୂଆ ରିଲ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇନଷ୍ଟାଗ୍ରାମ ରିଲ ଶେୟାର କରିଛନ୍ତି। ଏହି ରିଲ ଜାତୀୟ ହସ୍ତତନ୍ତ ଦିବସ (୭ ଅଗଷ୍ଟରେ ପାଳିତ) ଅବସରରେ ପୋଷ୍ଟ କରାଯାଇଥିଲା।…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସଟ୍ଟା ଆଡ୍ଡା ଉପରେ ଜିଲାପାଳଙ୍କ ଚଢ଼ାଉ, ଜଣଙ୍କୁ କୋର୍ଟ ଚାଲାଣ

ଡୁଙ୍ଗୁରିପାଲି,୬।୮(ଦୀନବନ୍ଧୁ ସୁନା ): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଜିଲାପାଳ ଡ଼ ନୃପରାଜ ସାହୁ ପରିଦର୍ଶନ କରିଥିଲେ। ଏହି ସମୟରେ ଗୋଷ୍ଠୀ…

ବାଘ ଛାଲ ବିକ୍ରି ବେଳେ ମାଡ଼ି ବସିଲା ବନ ବିଭାଗ

କୋକସରା,୬।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ବେହେରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଡହଗାଁରେ ବାଘ ଛାଲ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ…

କୋର୍ଟ ସମ୍ମୁଖରେ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ

ବରଗଡ଼,୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଆଇନ ଶୃଙ୍ଖଳା ହୁଗୁଳା ହୋଇପଡିଛି। ଏଠାରେ ଦିନ ଦ୍ବିପହରରେ ଲୁଟପାଟ, ଆକ୍ରମଣ ବଢ଼ି ଚାଲିଛି। ଗୁରୁବାର ଅପରାହ୍ନରେ ସ୍ଥାନୀୟ କୋର୍ଟ ସମ୍ମୁଖରେ…

୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି? ସଂସଦରେ ତଥ୍ୟ ପ୍ରକାଶ କଲେ ସରକାର

ନୂଆଦିଲ୍ଲୀ,୬।୮: ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ରା ମାର୍ଗେରିଟା ଗୁରୁବାର (ଅଗଷ୍ଟ ୬) ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୬ରେ ସରକାରୀ ବିଦେଶ ଗସ୍ତରେ ହୋଇଥିବା ଖର୍ଚ୍ଚ ସମ୍ପର୍କରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri