କାର୍ଯ୍ୟ ବି, ସନ୍ତାନ ବି

ଜାତିସଂଘ ପକ୍ଷରୁ ସଦ୍ୟ କରାଯାଇଥିବା ଏକ ଆକଳନରୁ ଜଣାପଡ଼ିଛି ଯେ, ୨୦୮୦ ପରେ ବିଶ୍ୱର ଜନସଂଖ୍ୟା ହ୍ରାସ ପାଇବ। ସେବେ ଯାଏ ଜନସଂଖ୍ୟା ବଢ଼ି ପ୍ରାୟ ୧୦.୮ ବିଲିୟନ ଅର୍ଥାତ୍‌ ୧,୦୮୦ କୋଟିରେ ପହଞ୍ଚତ୍ବ। ରିପୋର୍ଟରେ ଆହୁରି କୁହାଯାଇଛି ଯେ, ୨୧୦୦ ସୁଦ୍ଧା ବିଶ୍ୱରେ ୧୦ କୋଟି ଲୋକ କମିଯାଇପାରନ୍ତି। ଏହି ପରିପ୍ରେକ୍ଷୀରେ ଯଦି ଦେଖାଯାଏ ୨୦୨୨ରେ ପୃଥିବୀର ଜନସଂଖ୍ୟା ୮୦୦ କୋଟି ଥିଲା, ଯାହା ପୂର୍ବ ଶତାବ୍ଦୀଠାରୁ ୪ ଗୁଣା ବଢ଼ିଥିଲା। ୫୫ ବର୍ଷ ପରେ ଧନୀ ତଥା ବିକଶିତ ରାଷ୍ଟ୍ରଗୁଡ଼ିକରେ ନାରୀ ଶିକ୍ଷା ଓ ସେମାନଙ୍କ ଅଧିକାର ଜନସଂଖ୍ୟା ହ୍ରାସର କାରଣ ହେବ ବୋଲି କୁହାଯାଉଛି। ମହିଳାମାନେ ଅଧିକ ସମାନତା ଓ ସୁଯୋଗ ପାଇବା ଦ୍ୱାରା ସନ୍ତାନ ଜନ୍ମ ଦେବା ଅପେକ୍ଷା କ୍ୟାରିୟରକୁ ଅଗ୍ରପ୍ରାଧାନ୍ୟ ଦେଇପାରନ୍ତି। ଏଥିସହିତ ସମୟ ସହିତ ତାଳ ଦେଇ ବଞ୍ଚତ୍ବା ବ୍ୟୟବହୁଳ ହେଉଥିବାରୁ ଲୋକେ ଅଧିକ ପିଲା ଚାହିଁବାକୁ ପସନ୍ଦ କରିବେ ନାହିଁ। ଜାତିସଂଘର ଏହି ରିପୋର୍ଟ ଦେଖିଲେ ଚତୁଃପାର୍ଶ୍ୱରେ ଅନେକେ ଏହାର ବାସ୍ତବତାକୁ ଅନୁଭବ କରୁଥିବେ।
ଭାରତରେ କିଛି ଦଶନ୍ଧି ପୂର୍ବରୁ ଜନସଂଖ୍ୟା ବିସ୍ଫୋରଣ ତର୍କ ପ୍ରତିଯୋଗିତାରେ ଏକ ବିଷୟ ପାଲଟିଥିଲା। ‘ଆମେ ଦୁଇ ଆମର ଦୁଇ’ ଧ୍ୱନି କାନ୍ଥଚିତ୍ରରେ ସ୍ଥାନ ପାଇଥିଲା। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ନିଆଯାଇଥିଲା। ତାହାର ପ୍ରଭାବ କେତେକାଂଶରେ ଫଳପ୍ରଦ ହୋଇଥିଲେ ମଧ୍ୟ ଏବର ସ୍ଥିତି ଦେଖିଲେ ଚାଇନାକୁ ଟପି ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ଦେଶ ହୋଇଯାଇଛି। ଚାଇନାର ଏକକ ସନ୍ତାନ ନୀତି ଯୋଗୁ ତାହାର ଜନସଂଖ୍ୟା ଅତି ମାତ୍ରାରେ କମିଯାଇଥିଲା। ପରେ ୨୦୧୬ ଜାନୁଆରୀରେ ଏହା ‘ଦୁଇ ସନ୍ତାନ’ ନୀତି ଆପଣାଇଲେ ମଧ୍ୟ ସେହି ଦିଗରେ ବିଶେଷ ଅଗ୍ରଗତି ହୋଇ ନ ଥିଲା। ଆର୍ଥିକ ଦିଗକୁ ଦେଖି ପରିବାର ବଢ଼ାଇବାକୁ ଅନେକେ ନ ଚାହିଁବାରୁ ଚାଇନା ଜନସଂଖ୍ୟା କମିଯାଇଛି। ଅଧିକ ସନ୍ତାନ ପାଇଁ ସେଠାରେ ପ୍ରୋତ୍ସାହନ ଦିଆଯାଉଛି। ଜାପାନ ଭଳି ଦେଶରେ ବୟସ୍କଙ୍କ ସଂଖ୍ୟା ବଢ଼ିଥିବା ବେଳେ ଅଧିକ ପିଲା ଜନ୍ମ ହେଉ ନ ଥିବାରୁ ସେଠାକାର ଶାସକ ଚିନ୍ତାରେ ଅଛନ୍ତି। ଭାରତର ଜନସଂଖ୍ୟା ଅନୁଯାୟୀ, ଦକ୍ଷ ମାନବ ସମ୍ବଳ ସୃଷ୍ଟି ହୋଇପାରୁ ନ ଥିଲେ ମଧ୍ୟ ଗୋଟେ ଆଶ୍ୱାସନା ରହୁଛି ଆବଶ୍ୟକ ସ୍ଥଳେ ସେମାନଙ୍କୁ କୁଶଳୀ କରାଯାଇପାରିବ। ଏହା ସତ୍ତ୍ୱେ ଭାରତ କ୍ଷେତ୍ରରେ ଆଶଙ୍କା କରାଗଲାଣି ଯେ, ଦେଶର ସମୁଦାୟ ପ୍ରଜନନ ହାର ୨.୧ରୁ ଖସି ୧.୯ରେ ରହିଲାଣି। ଏହି କମିବା ସ୍ଥିତି ଲାଗି ରହିଲେ ଆଗାମୀ ଦିନରେ ଆର୍ଥାତ୍‌ ୨୦୬୦ ବେଳକୁ ଭାରତର ଜନସଂଖ୍ୟା ମଧ୍ୟ ଷ୍ଟାଗ୍‌ନାଣ୍ଟ ବା ସ୍ଥିର ଅବସ୍ଥାକୁ ଆସିବା ଅସମ୍ଭବ ନୁହେଁ। ଏପରିକି ଏହା ପରେ ଅର୍ଥାତ୍‌ ୨୧୦୦ ସୁଦ୍ଧା ଭାରତର ଜନସଂଖ୍ୟାରେ ୧୨ ପ୍ରତିଶତ ହ୍ରାସ ପାଇବ ବୋଲି ପୂର୍ବରୁ ଜାତିସଂଘ ଆକଳନ କରିସାରିଛି। ସମ୍ଭବତଃ ସେତେବେଳେ ବୟସ୍କଙ୍କ ସଂଖ୍ୟା ବଢ଼ିବା ଚିନ୍ତାର କାରଣ ପାଲଟିବ।
ସାଧାରଣରେ କୁହାଯାଇଥାଏ କାର୍ଯ୍ୟ ନ କରି ବାସ କରୁଥିବା ଲୋକ ବା ଅନୁତ୍ପାଦନକ୍ଷମ ବ୍ୟକ୍ତି ଦେଶ ପାଇଁ ବୋଝ ହୋଇଥାଏ। ଯଦି ଅନେକ ଲୋକ ଯୋଗ୍ୟ ନ ହୋଇ ବସି ରହିବେ ତାହାର ପ୍ରଭାବ ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପକାଇବ। ସେତେବେଳେ ଜନସଂଖ୍ୟା ବୃଦ୍ଧି ଉତ୍ତମ ମାନବ ସମ୍ବଳ ଭାବେ ବିବେଚିତ ନ ହୋଇ ଉତ୍ପାଦନକ୍ଷମ ବ୍ୟକ୍ତିଙ୍କ ଉପରେ ଲାଉ ହେବେ। ସେହି ସମାନ ସ୍ବରରେ କୁହାଯାଇପାରେ ଯେ, କୌଣସି ଦେଶରେ ଲୋକଶକ୍ତି ବହୁଳ ମାତ୍ରାରେ କମିଗଲେ ଉତ୍ପାଦନ କ୍ଷମତା ମଧ୍ୟ ହ୍ରାସ ପାଇବ। ଜାତିସଂଘ ରିପୋର୍ଟକୁ ଗଲେ ଯାହା କୁହାଯାଉଛି ଯେ, ଆଗାମୀ ସମୟରେ ମହିଳାମାନେ କ୍ୟାରିୟରକୁ ପ୍ରାଧାନ୍ୟ ଦେଇ ସନ୍ତାନ ପ୍ରସବକୁ ଅଣଦେଖା କରିବେ, ତାହା ହେଲେ ଜନସାଂଖିକ ସନ୍ତୁଳନ ବିଗିଡ଼ିଯିବା ଥୟ। ତେଣୁ ପ୍ରତ୍ୟେକ ଦେଶ ଜନସଂଖ୍ୟାକୁ ଉତ୍ପାଦନକ୍ଷମ ରଖିବା ଲାଗି ନୀତି ହେଉ ବା ସଚେତନତା ମାଧ୍ୟମରେ ପ୍ରୋତ୍ସାହନ ଦେବା ଦରକାର। ତାହା ହେଲେ ମହିଳାମାନେ କାର୍ଯ୍ୟ ଚାପରେ ପଡ଼ି ସନ୍ତାନ ଜନ୍ମ କରିବା ଲାଗି ଅମଙ୍ଗ ହେବେ ନାହିଁ। ଫଳରେ କାର୍ଯ୍ୟ ବି, ସନ୍ତାନ ବି ସମ୍ଭବ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ସିଭିଲ ସର୍ଭିସ ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ତ୍ୱିକ ସତ୍ୟକାମ: ସମ୍ବର୍ଦ୍ଧିତ କରି ମୁଖ୍ୟମନ୍ତ୍ରୀ କହିଲେ କେନ୍ଦୁଝରର ପୁଅ…

ଭୁବନେଶ୍ୱର,୭ା୩: ସର୍ବ ଭାରତୀୟ ସିଭିଲ ସର୍ଭିସ୍‌ ପରୀକ୍ଷା (UPSC)ରେ ଅଲ୍‌ ଇଣ୍ଡିଆ ର଼୍ୟାଙ୍କରେ ୧୦୦ତମ ସ୍ଥାନ ହାସଲ କରିଥିବା କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ମେଧାବୀ ଛାତ୍ର…

କାଲି ମିଳିବ ସୁଭଦ୍ରା ଟଙ୍କା, ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ମିଳିବ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା। ଏନେଇ ଶନିବାର ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ୧ କୋଟି ୧୨…

୧୨ ମାର୍ଚ୍ଚରେ ଯୁଦ୍ଧକୁ ନେଇ ବଡ଼ ଘୋଷଣା କରିବେ ଟ୍ରମ୍ପ! ୩ୟ ବିଶ୍ୱଯୁଦ୍ଧ ନେଇ…

ଓ଼୍ବାଶିଂଟନ୍‌,୭।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗତ ବର୍ଷ ୧୨ ଦିନିଆ ଯୁଦ୍ଧ ସମୟରେ “ବିନା ସର୍ତ୍ତରେ ଆତ୍ମସମର୍ପଣ” ବାକ୍ୟାଂଶ ପୋଷ୍ଟ କରିଥିଲେ, ଯାହା ମାତ୍ର ଛଅ…

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri