ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା: ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ବର, ୧୭।୧୨(ବ୍ୟୁରୋ): ସମ୍ବଲପୁରରେ ଓକିଲ ଆନ୍ଦୋଳନ ବେଳେ ଘଟିଥିବା ହିଂସା ଘଟଣାକୁ ନେଇ ବହୁ ଓକିଲଙ୍କୁ ବନ୍ଧାଯାଇଛି। ଅନେକ ଓକିଲଙ୍କ ଲାଇସେନ୍ସ ମଧ୍ୟ ବାତିଲ ହୋଇଛି। ଏଭଳି ସ୍ଥିତିରେ ସମ୍ବଲପୁର କୋର୍ଟ କାର୍ଯ୍ୟ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିବା ବେଳେ ଗରିବ ଲୋକମାନେ ହଇରାଣ ହେଉଛନ୍ତି। ଏହା ଏକ ସ୍ପର୍ଶକାତର ଘଟଣା ହୋଇଥିବାରୁ ସ୍ବାଭାବିକ ସ୍ଥିତି ଫେରାଇ ଆଣିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତକ୍ଷେପ କରନ୍ତୁ ବୋଲି ଭାଜପା ଏମ୍‌ପିମାନେ ଦାବି କରିଛନ୍ତି। ଅନ୍ୟପଟେ ବିଜେଡି ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନ ହେବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହିଁ। ଏହି ଘଟଣାକୁ ନେଇ ବିଜେଡି ଓ ଭାଜପା ମଧ୍ୟରେ ରାଜନୀତି ଜୋର୍‌ ଧରିଥିବା ବେଳେ କଂଗ୍ରେସ ବି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି।
ଭାଜପା ପକ୍ଷରୁ ଶୁକ୍ରବାର ନୂଆଦିଲ୍ଲୀଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏମ୍‌ପି ସୁରେଶ ପୂଜାରୀ କହିଛନ୍ତି, ସମ୍ବଲପୁରରେ ଏଭଳି ଅଭାବନୀୟ ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ। ଠିକ୍‌ ସମୟରେ ପଦକ୍ଷେପ ନିଆଯାଇଥିଲେ ଏହାକୁ ଏଡ଼ାଇ ହୋଇଥାନ୍ତା। ମୁଖ୍ୟମନ୍ତ୍ରୀ ଏହି ବାବଦରେ ରାଜ୍ୟପାଳ କିମ୍ବା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ କୌଣସି ପ୍ରକାର ଆଲୋଚନା କଲେନାହିଁ। ଏନେଇ ପୂର୍ଣ୍ଣାଙ୍ଗ ପ୍ରସ୍ତାବ କେନ୍ଦ୍ରକୁ ମଧ୍ୟ ପଠାଇଲେ ନାହିଁ। ଫଳରେ ଏପରି ହିଂସାତ୍ମକ ଘଟଣା ଘଟିଗଲା। ଏହି ମାମଲାରେ ଏବେବି ପୋଲିସ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବାରୁ ଏହାକୁ ନେଇ ସମ୍ବଲପୁର ସହରରେ ଉତ୍ତେଜନା ଲାଗି ରହିଛି। ରାଜ୍ୟ ଗୃହ ବିଭାଗର ମୁଖ୍ୟ ହିସାବରେ ତୁରନ୍ତ ଓକିଲଙ୍କ ଗିରଫଦାରି ବନ୍ଦ କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭାଜପା ଏମ୍‌ପିମାନେ ଏକ ସ୍ମାରକପତ୍ର ଦେଇଛନ୍ତି। ପୂଜାରୀ ଆହୁରି କହିଛନ୍ତି, ପୂର୍ବରୁ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ସରକାର ଓ ଆଇନମନ୍ତ୍ରୀ ବାରମ୍ବାର ଦେଇଥିବା ପତ୍ରର ଉତ୍ତର ମୁଖ୍ୟମନ୍ତ୍ରୀ ଦେଇନାହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସମସ୍ତଙ୍କ ପକ୍ଷେ ଗ୍ରହଣଯୋଗ୍ୟ, ହେଲେ ଏବେ ରାଜ୍ୟ ସରକାର ସ୍ଥିତିକୁ ସମ୍ଭାଳି ପୂର୍ବାବସ୍ଥା ଫେରାଇ ଆଣିବାକୁ ତତ୍ପର ହେବା ପରିବର୍ତ୍ତେ ଚୁପ୍‌ଚାପ୍‌ ବସିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗରେ ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ତଥା ଆର୍ଥିକ ସମ୍ବଳ ସମେତ ସମସ୍ତ ପ୍ରକାର ସହାୟତା ଯୋଗାଇବା ଲାଗି କେନ୍ଦ୍ରକୁ ପୂର୍ଣ୍ଣ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ସମସ୍ତ କାର୍ଯ୍ୟ ପାଇଁ ‘ବ୍ଲାଙ୍କ୍‌ ଚେକ୍‌’ ଦେବା ସତ୍ତ୍ବେ କେନ୍ଦ୍ର କାହିଁକି ଓଡ଼ିଶା ହାଇକୋର୍ଟଙ୍କ ପରାମର୍ଶକ୍ରମେ ଏଥିପାଇଁ ସ୍ଥାନ ଚିହ୍ନଟ ଲାଗି ଆଗଭର ହେଉନାହିଁ ତାହା ଆଶ୍ଚର୍ଯ୍ୟଜନକ। ଭାରତୀୟ ସମ୍ବିଧାନର କେନ୍ଦ୍ର ତାଲିକାର ଏଣ୍ଟ୍ରି-୭୮ ଅଧୀନରେ ନିଜର କ୍ଷମତାକୁ ବ୍ୟବହାରକରି କେନ୍ଦ୍ର ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିପାରିବ। ଯେତେବେଳେ ବି ନିର୍ବାଚନ ଆସେ ସେତେବେଳେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ବେଞ୍ଚ ସ୍ଥାପନକୁ ନେଇ ଭାଜପା କୁମ୍ଭୀର କାନ୍ଦଣା କାନ୍ଦେ। ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ଭାଜପା କାହିଁକି ବିଭ୍ରାନ୍ତିକର ଏବଂ ମିଛ ପ୍ରଚାର କରୁଛି ବୋଲି ସସ୍ମିତ ପ୍ରଶ୍ନ କରିଛନ୍ତି।
ସେହିଭଳି କଂଗ୍ରେସ ମଧ୍ୟ ସମ୍ବଲପୁରରେ ସୃଷ୍ଟି ହୋଇଥିବା ସ୍ଥିତି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ହେବ ନା ନାହିଁ ରାଜ୍ୟ ସରକାର ନିଷ୍ପତ୍ତି ନେବେ। ରାଜ୍ୟ ସରକାର ନିଷ୍ପତ୍ତି ନେଇ କେନ୍ଦ୍ରକୁ ସୁପାରିସ କରିବେ। ଏହାପରେ କେନ୍ଦ୍ର ସରକାର ଆଇନ ଆଣିବେ। ପାର୍ଲାମେଣ୍ଟରେ ବିଲ୍‌ ପାସ୍‌ ନ ହେବା ଯାଏ ସୁପ୍ରିମକୋର୍ଟଙ୍କ କୌଣସି କ୍ଷମତା ନାହିଁ। ସମ୍ବଲପୁରରେ ସୃଷ୍ଟି ହୋଇଥିବା ପରିସ୍ଥିତି ପାଇଁ ରାଜ୍ୟ ସରକାର ଦାୟୀ। ରାଜ୍ୟ ସରକାର ଚାହୁଁନାହାନ୍ତି ହାଇକୋର୍ଟର ସ୍ଥାୟୀ ବେଞ୍ଚ ହେଉ। କିନ୍ତୁ ପ୍ରସ୍ତାବ ଦେଇଥିବା କହୁଛନ୍ତି। ହେଲେ କେଉଁଠି ହେବା ପାଇଁ ପ୍ରସ୍ତାବ ଦେଇଛନ୍ତି ତାହା ସ୍ପଷ୍ଟ କରୁନାହାନ୍ତି ବୋଲି ନରସିଂହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri