କାନ୍ସରେ ମନ ମୋହିଲେ ଇଶା

ମୁମ୍ବାଇ: ବିଶ୍ୱର ସବୁଠୁ ବଡ଼ ଅନ୍ତର୍ଜାତୀୟ ଶୋ’ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩ ମେ’୧୬ରୁ ଆରମ୍ଭ ହୋଇଯାଇଛି। ଏଥିରେ ଚଳିତ ବର୍ଷ ଅନେକ ବଲିଉଡ୍‌ ତାରକା ଡେବ୍ୟୁ କରିବା ସହ ତାଙ୍କ ବୋଲ୍ଡନେସ୍‌ର ଜଲ୍‌ୱା ଦେଖାଇଛନ୍ତି। କାନ୍ସର ରେଡ୍‌ କାର୍ପେଟ୍‌ରେ ଚାଲିଥିବା ଅଭିନେତ୍ରୀ ଇଶା ଗୁପ୍ତା ତାଙ୍କ ବେଶରେ ସମସ୍ତଙ୍କ ମନ ମୋହିଛନ୍ତି। ସେ ଡିଜାଇନର୍‌ ନିକୋଲାସ ଜେବରାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ଧଳା ରଙ୍ଗର ସ୍ଲିଟ୍‌ ଗାଉନ ପିନ୍ଧିଥିଲେ। ଯାହା ତାଙ୍କୁ ବହୁତ ଆକର୍ଷଣୀୟ ଲୁକ୍‌ ଦେଉଥିଲା। ଏଥିସହ ସେ ଏକ ନେକ୍‌ଲେସ ପିନ୍ଧିବା ସହ ମ୍ୟାଚିଂ ହିଲ୍‌ ପିନ୍ଧିଥିଲେ। ଇଶା ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ଏକ ଭିଡିଓ ଶେୟାର କରି କହିଛନ୍ତି, କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩ରେ ଇଣ୍ଡିଆନ ଡେଲିଗେଟର ଏକ ଅଂଶ ହୋଇଥିବାରୁ ସେ ଖୁସିବ୍ୟକ୍ତ କରୁଛନ୍ତି। ସେ ଭାରତ ସରକାର ଏବଂ ଏଫ୍‌ଆଇସିସିଆଇକୁ କୃତଜ୍ଞତା ଜଣାଇବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ତେବେ ଇଶା ୨୦୧୨ରେ ବଲିଉଡ୍‌ରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେ ଏହା ମଧ୍ୟରେ ଅନେକ ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ତାଙ୍କୁ ଶେଷ ଥର ପାଇଁ ୨୦୧୯ରେ ଫିଲ୍ମ ‘ୱାନ ଡେ: ଜଷ୍ଟିସ ଡେଲିଭର୍ଡ’ରେ ଦେଖିବାକୁ ମିଳିଥିଲା। ଏଥିସହ ସେ ଟେଲିଭିଜନ, ମ୍ୟୁଜିକ୍‌ ଭିଡିଓ ଏବଂ ୱେବ୍‌ ସିରିଜ୍‌ରେ ମଧ୍ୟ ନଜରକୁ ଆସିଛନ୍ତି।

Share