କାନ୍ସରେ ମନ ମୋହିଲେ ଇଶା

ମୁମ୍ବାଇ: ବିଶ୍ୱର ସବୁଠୁ ବଡ ଆନ୍ତର୍ଜାତୀୟ ଶୋ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩, ୧୬ ମଇରୁ ଆରମ୍ଭ ହୋଇଛି । ଏଥର ବଲିଉଡ ଇଞ୍ଜିନିୟର ଇଶା ଗୁପ୍ତା ମଧ୍ୟ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିଛନ୍ତି ଏବଂ ରେଡ କାର୍ପେଟରେ ନିଜର ବୋଲ୍ଡନେସର ଜଲଓ୍ବା ଦେଖାଇଛନ୍ତି। କାନ୍ସ ଫଇଲ୍ମ ଫେଷ୍ଟିଭାଲରେ ଇଶାଙ୍କ ଲୁକ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ପ୍ରଶଂସକ ଭିନ୍ନ ଭିନ୍ନ କମେଣ୍ଟସ ଦେଉଥିବା ଦେଖାଯାଇଛି।

କାନ୍ସ ଫିଲ୍ମ ଫେଷ୍ଟିଭାଲ ପାଇଁ ଡିଜାଇନର୍‌ ନିକୋଲାସ ଜେବରାନଙ୍କ ଦ୍ୱାରା ଇଶା ଗୁପ୍ତା ଏକ ଧଳା ରଙ୍ଗର ସ୍ଲିଟ ଗାଉନ ପିନ୍ଧିଥିଲେ। ଏହି ଗାଉନର ସବୁଠାରୁ ଆକର୍ଷଣୀୟ ଦିଗ ଥିଲା ଏଥିରେ ଥିବା ଏହାର ନେକ ଲାଇନକୁ ଫେ୍‌ଲାର ଟଚ ଦେଇ କମ୍ପ୍ଲିଟ କରାଯାଇଥିଲା। ଏହା ସହିତ ଅଭିନେତ୍ରୀ ହାଇ ହିଲ ମ୍ୟାଚ କରିଥିଲେ। ଇଶା ରେଡ କାର୍ପେଟରେ ହଟ ଲେଗ୍ସ ସହ ଜବରଦସ୍ତ ପୋଜ ଦେଇଥିଲେ।

ଇଶା ଗୁପ୍ତା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୩ରେ ଇଣ୍ଡିଆନ ଡେଲିଗେଟର ଏକ ଅଂଶ ହୋଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ସେ ଏ ବିଷୟରେ କହିଛନ୍ତି, ‘ମୁଁ ଭାରତ ସରକାର ଏବଂ ଏଫଆଇସିସିଆଇକୁ କୃତଜ୍ଞତା ଜଣାଇବାକୁ ଚାହୁଁଛି।

Share