ଆଶୀର୍ବାଦ ମାଗିଲେ ଇଶା

ମୁମ୍ବାଇ: ବଲିଉଡ ନାୟିକା ଇଶା ଦେୱଲ ଏବେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । କିଛି ଦିନର ବ୍ୟବଧାନ ପେର ପୁଣିଥରେ ବଡ ପରଦାକୁ ଫେରୁଛନ୍ତି ହେମାଙ୍କ ଝିଅ ଇଶା । ଇଶା ନିକଟରେ ଅଜୟ ଦେବଗନଙ୍କ ମୁଭି ‘ରୁଦ୍ର ଦ ଏଜ ଅଫ ଡାର୍କନେସ’ରେ ଏକ ଧମାକାଦାର ଡିଜିଟାଲ ଏଣ୍ଟ୍ରି କରିଥିଲେ । ଏବେ ଅଭିନେତ୍ରୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ଏବେ ଇଶ।। ତାଙ୍କ ଆଗାମୀ ଫିଲ୍ମ ପାଇଁ କ୍ୟାମେରାକୁ ସାମ୍ନା କରିବାକୁ ଯାଉଛନ୍ତି । ଏହା ଏକ ପୋଲିସ ଡ୍ରାମା ମୁଭି । ଅଭିନେତ୍ରୀ ଏହି ଫିଲ୍ମର ପ୍ରଥମ ଦିନର ଶୁଟିଂ ବେଳର ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଏହାସହ ସେ ଲେଖିଛନ୍ତି, ମୁଁ ଆସୁଛି ପୁଣିଥରେ! ନୂଆ ଚରିତ୍ର, ନୂଆ ଫିଲ୍ମ, ନୂଆ ଏହସାସ, ମୋତେ ଓ ମୋ ଫିଲ୍ମ ‘ମେ’କୁ ଆପଣଙ୍କ ଆଶୀର୍ବାଦ ଦିଅନ୍ତୁ ।
ଫିଲ୍ମରେ ଅମିତ ଶାଧ ବି ନଜର ଆସିବେ । ସେ ଜଣେ ପୋଲିସ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି । ସେ ମଧ୍ୟ ଏହି ଫିଲ୍ମକୁ ନେଇ ତାଙ୍କର ଲୁକ ଶେୟାର କରିଥିଲେ ଆଉ ଲେଖିଥିଲେ ଫାଷ୍ଟ ଡେ ଫାଷ୍ଟ ଲୁକ!! ଜଣେ ପୋଲିସ ଅଧିକାରୀ ଓ ଜଣେ ଏନକାଉଣ୍ଟର ସ୍ପେଶାଲିଷ୍ଟ ଭୂମିକାରେ ଏକ ନୂଆ ଯାତ୍ରା ଆରମ୍ଭ କରିଛି ।

Share