୪ ଔଷଧ ଦୋକାନରୁ ୧୦ ଲକ୍ଷ ଚୋରି

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ରାଜଧାନୀସ୍ଥିତ ଖଣ୍ଡଗିରି ଏମ୍‌ସ ରୋଡରେ ସିରିଜି ଚୋରି ହୋଇଛି। ୪ଟି ମେଡିଶିନ ଦୋକାନରୁ ନଗଦ ୩ ଲକ୍ଷ ଓ ଔଷଧ ଚୋରି ହୋଇଛି। ନଗଦ ଟଙ୍କା ଓ ଔଷଧ ମିଶାଇଲେ ୧୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି। ସଟର ଭାଙ୍ଗି ଲୁଟ ହୋଇଥିବା ବେଳେ ଏଲ୍‌ଇସିଡି ଏବଂ ସିସିଟିଭି କ୍ୟାମେରା ମଧ୍ୟ ଏକ ଦୋକାନରୁ ଚୋରି ହୋଇଛି।