୩୦ଜିଲାରେ ହେବ ସାଟେଲାଇଟ ଯାଞ୍ଚ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଧାନ କିଣା ପାଇଁ ପଞ୍ଜୀକରଣ ସମୟରେ ସ୍ବଚ୍ଛତା ଅବଲମ୍ବନ କରିବାକୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ସାଟେଲାଇଟ ମାଧ୍ୟମରେ ବିଭିନ୍ନ ତଥ୍ୟ ଯାଞ୍ଚ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୭ଟି ଜିଲାରେ ଯଥା ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡ଼ା ଓ କୋରାପୁଟକୁ ପାଇଲଟ ପ୍ରକଳ୍ପ ଭାବେ ନିଆଯାଇଥିଲା। ଏହି ବ୍ୟବସ୍ଥା ଦ୍ୱାରା ଉତ୍ପାଦିତ ହେଉଥିବା ଫସଲର ବାସ୍ତବତା ଜାଣିବା ସହଜ ହେଉଛି। ତେଣୁ ଆସନ୍ତା ରବି ଧାନ ସଂଗ୍ରହରେ ଏହି ବ୍ୟବସ୍ଥାକୁ ରାଜ୍ୟର ସମସ୍ତ ୩୦ ଜିଲାରେ ଲାଗୁ କରାଯିବାକୁ ସ୍ଥିର କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶନିବାର ବିଧାନସଭାରେ ସୂଚନା ଦେଇଛନ୍ତି।
ଶନିବାର ବିରୋଧୀ ଦଳଙ୍କ ଦ୍ୱାରା ଆଗତ ମୁଲତବୀ ଜବାବରେ ମନ୍ତ୍ରୀ କହିଛନ୍ତି ଯେ ଆଗରୁ ରାଜ୍ୟରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହେଉଥିଲା। ଆମ ସରକାର ଆସିବା ପରେ ସେ ସବୁ ବନ୍ଦ ହୋଇଯାଇଛି। ଧାନ ବିକିବା ପାଇଁ ଆଧାର ହେଉଛି ଏକମାତ୍ର ପରିଚୟ। ୨୦୨୦-୨୧ ଖରିଫ୍‌ରେ ୧୧.୯୧ ଲକ୍ଷ ଚାଷୀଙ୍କଠାରୁ ଧାନ କିଣାଯାଇଥିବା ବେଳେ ୨୦୨୧-୨୨ରେ ୧୨.୯୧ ଲକ୍ଷ ଚାଷୀ ଅର୍ଥାତ୍‌ ୮% ଅଧିକ ଚାଷୀ ସରକାରଙ୍କୁ ଧାନ ବିକ୍ରିି କରିଛନ୍ତି। ୨୦୨୨ ମାର୍ଚ୍ଚ ୨୫ତାରିଖ ସୁଦ୍ଧା ୧୨.୯୧ ଲକ୍ଷ ଚାଷୀଙ୍କଠାରୁ ୫୭,୧୬,୧୩୨ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯାଇଛି। ଏ ବାବଦରେ ୧୧,୦୮୯ କୋଟି ଟଙ୍କା ଅନ୍‌ଲାଇନ ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯାଇଛି। ଚଳିତ ଖରିଫ୍‌ରେ ଧାନ ଓ ଚାଉଳ ସଂଗ୍ରହ ପାଇଁ ଓଡ଼ିଶା ଯୋଗାଣ ନିଗମ ୧୮,୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଋଣ କରିଛି। ବିଳମ୍ବିତ ପ୍ରାପ୍ୟ ଭରଣା ହେତୁ ନିଗମ ପ୍ରାୟ ୪,୫୦୦ କୋଟି ଟଙ୍କାର ସୁଧ ଭାର ବହନ କରୁଛି, ଯାହା ଭରଣା ହୋଇପାରୁ ନାହିଁ। ଏଫ୍‌ସିଆଇ ରାଜ୍ୟରୁ ୨.୭୩ ଲକ୍ଷ ମେଟ୍ରିିକ ଟନ୍‌ ଭିଟାମିନଯୁକ୍ତ ଉଷୁନା ଚାଉଳ ଓ ଅରୁଆ ଚାଉଳ ନେଇଛି। ବଳକା ଚାଉଳ ଉଠାଣ ନେଇ କେନ୍ଦ୍ର ସରକାରଙ୍କଠାରୁ କାୈଣସି ନିର୍ଦ୍ଦେଶନାମା ପ୍ରାପ୍ତ ହୋଇ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଶେଷରେ ବାଚସ୍ପତି ବିରୋଧୀଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲେ।
ମୁଲତବୀ ପ୍ରସ୍ତାବକୁ ସମର୍ଥନ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଧାନ କିଣାରେ କୋଟି କୋଟି ଟଙ୍କା ଦୁର୍ନୀତି ହେଉଛି। ଭୋଟ ପାଇଁ ଚାଷୀଙ୍କୁ ବ୍ୟବହାର କରାଯାଉଛି। ତେଲ ଦର ଏତେ ବଢ଼ିଲାଣି ଯେ ଚାଷୀ କେମିତି ବଞ୍ଚିବ। ପ୍ରଧାନମନ୍ତ୍ରୀ ଯାହା କରିବେ ମୁଖ୍ୟମନ୍ତ୍ରୀ ସେଥିରେ ହଁ ମାରିବେ। ଏଥିପାଇଁ ଉଭୟ ଦାୟୀ। ରାଜ୍ୟ ସରକାର ଚାଷୀ ଶୋଷଣ ବନ୍ଦ କରନ୍ତୁ। ସେମାନଙ୍କ ଆୟ କେମିତି ବଢ଼ିବ ସେ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି କହିଥିଲେ। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଲେ, କୋରାପୁଟ ଜିଲାରେ ୧୦ କିଲୋରୁ କମ୍‌ ଧାନ କଟ୍‌ନିଛଟ୍‌ନି ହେଉନିି। ଏବେ ବି ଧାନ ମଣ୍ଡିରେ ପଡ଼ିରହିଛି। ଚାଷୀ କାନ୍ଦୁଛି। ଭାଜପା ସଭ୍ୟ ମୋହନ ମାଝି କହିଲେ, ଦଲାଲମାନେ ଚାଷୀଙ୍କୁ ମଣ୍ଡିରେ ଧାନ ନ ବିକି ମିଲରଙ୍କୁ ଦେବାକୁ ଚାପ ପକାଉଛନ୍ତି। ଟୋକନ ଅବଧି ସରିଯାଉଛି। ଧାନ ପଡ଼ିରହୁଛି। ୨୨ ବର୍ଷ ଧରି ଶାସନ ପରେ ମଧ୍ୟ ରାଜ୍ୟ ସରକାର ଧାନ ସଂଗ୍ରହ ନୀତି କରିପାରିଲେ ନାହିଁ। ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ ମଧ୍ୟ ଧାନ କିଣାକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ଯେ କଟ୍‌ନିଛଟ୍‌ନି ଏକ ସ୍ଥାୟୀ ପଦ୍ଧତିରେ ପରିଣତ ହୋଇଗଲାଣି। ରାଜ୍ୟ ସରକାର ଧାନ କିଣିବାରେ ଫେଲ୍‌ ମାରିଛନ୍ତି । ଧାନ କିଣା ସବ୍‌ସିଡି ବାବଦରେ କେନ୍ଦ୍ର ସରକାର ୨୦୧୯ରୁ ୨୦୨୧ ମଧ୍ୟରେ ରାଜ୍ୟ ସରକାରଙ୍କୁ ୨୫,୮୨୭ କୋଟି ୪୬ ଲକ୍ଷ ଟଙ୍କା ଦେଇସାରିଛନ୍ତି। ରାଜ୍ୟ ସରକାର କେବଳ କେନ୍ଦ୍ରକୁ ଦୋଷ ଦେବା ଶିଖିଛନ୍ତି।
ଅପରପକ୍ଷରେ ବିଜେଡି ସଭ୍ୟ ଭୂପିନ୍ଦର ସିଂ ବିରୋଧୀଙ୍କ ମୁଲତବୀ ପ୍ରସ୍ତାବକୁ ବିରୋଧ କରି କହିଥିଲେ ଯେ ଭାରତୀୟ ଖାଦ୍ୟ ନିଗମ ଜାଣିଶୁଣି ରାଜ୍ୟରୁ ଚାଉଳ ନେଉ ନାହିଁ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟିକୁ ପ୍ରଧାନମନ୍ତ୍ରୀ ସାକ୍ଷାତ ପାଇଁ ସମୟ ଦେଲେ ନାହିଁ। ଏହାଠାରୁ ଦୁର୍ଭାଗ୍ୟ ଆଉ କ’ଣ ହୋଇପାରେ। ବିଜେଡି ସଭ୍ୟ ସ୍ନେହାଙ୍ଗିନୀ ଛୁରିଆ କହିଲେ ଯେ ଧାନ ସଂଗ୍ରହ ପାଇଁ ପି- ପାସ୍‌ ବ୍ୟବସ୍ଥା କରାଯାଇଛି। ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଉଛି। ଧାନ କିଣାରେ ସ୍ବଚ୍ଛତା ରକ୍ଷା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

ଫୁଟବଲ ମ୍ୟାଚ୍‌ ପରେ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ମାରପିଟ୍‌: ଭିଡିଓ ଭାଇରାଲ

କରାଚୀ,୧୧ା୧୨: ପାକିସ୍ତାନ ଆର୍ମି ଏବଂ ଓ୍ବାପଡା ଦଳ ମଧ୍ୟରେ ଖେଳାଯାଇଥିବା ନ୍ୟାଶନାଲ ଗେମ୍ସ ଫୁଟବଲ ସେମିଫାଇନାଲ ପରେ ଦୁଇ ଦଳର ଖେଳାଳି ଓ ଅଫିସିଆଲ୍ସ ପରସ୍ପରକୁ...

ପତ୍ନୀଙ୍କୁ ହତ୍ୟାକରି ମୃତ ଶରୀରକୁ ବ୍ଲେଣ୍ଡରରେ ପୁରାଇ ପ୍ୟୁରି ବନାଇଦେଲେ ସ୍ବାମୀ…, ପୂର୍ବତନ ମିସ୍‌ ସ୍ବିଜରଲ୍ୟାଣ୍ଡଙ୍କ ସ୍ବାମୀ ଅଭିଯୁକ୍ତ

ବେର୍ନ,୧୧।୧୨: ପୂର୍ବତନ ମିସ ସ୍ବିଜରଲ୍ୟାଣ୍ଡ ଫାଇନାଲିଷ୍ଟ କ୍ରିଷ୍ଟିନା ଜୋକ୍ସିମୋଭିକଙ୍କ ସ୍ବାମୀଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆସିଛି। ସ୍ବିସ କର୍ତ୍ତୃପକ୍ଷ କହିଛନ୍ତି ଯେ ସନ୍ଦିଗ୍ଧ ବ୍ୟକ୍ତି କ୍ରୋଧରେ...

ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ, ଦୁର୍ଘଟଣା ହୋଇ ରାସ୍ତାରେ ପଡିଥିବା ବାପା-ପୁଅଙ୍କୁ…

ଛତ୍ରପୁର,୧୧।୧୨ (ଦିଲ୍ଲୀପ ସାମଲ ): ମାନବିକତା ଦେଖାଇଲେ ଛତ୍ରପୁର ବିଧାୟକ। ଦୁର୍ଘଟଣାରେ ଆହତ ହୋଇଥିବା ବିଧାୟକ ବାପା ପୁଅଙ୍କୁ ମେଡିକାଲ ପଠାଇଛନ୍ତି। ଏଭଳି ଏକ ଦୃଶ୍ୟ...

ବାଜିଲା ବାଂଲାଦେଶ ନିର୍ବାଚନ ବିଗୁଲ, ଲଢ଼ିପାରିବନି ଶେଖ ହସିନାଙ୍କ ପାର୍ଟି

ନୂଆଦିଲ୍ଲୀ,୧୧ା୧୨: ବାଂଲାଦେଶର ତ୍ରୟୋଦଶ ସଂସଦୀୟ ନିର୍ବାଚନ  ଆସନ୍ତା ଫେବୃଆରୀ 12 ତାରିଖରେ ଅନୁଷ୍ଠିତ ହେବ । ବାଂଲାଦେଶର ମୁଖ୍ୟ ନିର୍ବାଚନ କମିଶନର ଏଏମଏମ ନାସିର ଉଦ୍ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri