୩୦ଜିଲାରେ ହେବ ସାଟେଲାଇଟ ଯାଞ୍ଚ

ଭୁବନେଶ୍ୱର,୨୭।୩(ବ୍ୟୁରୋ): ଧାନ କିଣା ପାଇଁ ପଞ୍ଜୀକରଣ ସମୟରେ ସ୍ବଚ୍ଛତା ଅବଲମ୍ବନ କରିବାକୁ ଚଳିତ ବର୍ଷ ପ୍ରଥମ ଥର ପାଇଁ ସାଟେଲାଇଟ ମାଧ୍ୟମରେ ବିଭିନ୍ନ ତଥ୍ୟ ଯାଞ୍ଚ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ୭ଟି ଜିଲାରେ ଯଥା ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୁବର୍ଣ୍ଣପୁର, କଳାହାଣ୍ଡି, ନୂଆପଡ଼ା ଓ କୋରାପୁଟକୁ ପାଇଲଟ ପ୍ରକଳ୍ପ ଭାବେ ନିଆଯାଇଥିଲା। ଏହି ବ୍ୟବସ୍ଥା ଦ୍ୱାରା ଉତ୍ପାଦିତ ହେଉଥିବା ଫସଲର ବାସ୍ତବତା ଜାଣିବା ସହଜ ହେଉଛି। ତେଣୁ ଆସନ୍ତା ରବି ଧାନ ସଂଗ୍ରହରେ ଏହି ବ୍ୟବସ୍ଥାକୁ ରାଜ୍ୟର ସମସ୍ତ ୩୦ ଜିଲାରେ ଲାଗୁ କରାଯିବାକୁ ସ୍ଥିର କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶନିବାର ବିଧାନସଭାରେ ସୂଚନା ଦେଇଛନ୍ତି।
ଶନିବାର ବିରୋଧୀ ଦଳଙ୍କ ଦ୍ୱାରା ଆଗତ ମୁଲତବୀ ଜବାବରେ ମନ୍ତ୍ରୀ କହିଛନ୍ତି ଯେ ଆଗରୁ ରାଜ୍ୟରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହେଉଥିଲା। ଆମ ସରକାର ଆସିବା ପରେ ସେ ସବୁ ବନ୍ଦ ହୋଇଯାଇଛି। ଧାନ ବିକିବା ପାଇଁ ଆଧାର ହେଉଛି ଏକମାତ୍ର ପରିଚୟ। ୨୦୨୦-୨୧ ଖରିଫ୍‌ରେ ୧୧.୯୧ ଲକ୍ଷ ଚାଷୀଙ୍କଠାରୁ ଧାନ କିଣାଯାଇଥିବା ବେଳେ ୨୦୨୧-୨୨ରେ ୧୨.୯୧ ଲକ୍ଷ ଚାଷୀ ଅର୍ଥାତ୍‌ ୮% ଅଧିକ ଚାଷୀ ସରକାରଙ୍କୁ ଧାନ ବିକ୍ରିି କରିଛନ୍ତି। ୨୦୨୨ ମାର୍ଚ୍ଚ ୨୫ତାରିଖ ସୁଦ୍ଧା ୧୨.୯୧ ଲକ୍ଷ ଚାଷୀଙ୍କଠାରୁ ୫୭,୧୬,୧୩୨ ମେଟ୍ରିକ ଟନ୍‌ ଧାନ ସଂଗ୍ରହ କରାଯାଇଛି। ଏ ବାବଦରେ ୧୧,୦୮୯ କୋଟି ଟଙ୍କା ଅନ୍‌ଲାଇନ ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯାଇଛି। ଚଳିତ ଖରିଫ୍‌ରେ ଧାନ ଓ ଚାଉଳ ସଂଗ୍ରହ ପାଇଁ ଓଡ଼ିଶା ଯୋଗାଣ ନିଗମ ୧୮,୨୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଋଣ କରିଛି। ବିଳମ୍ବିତ ପ୍ରାପ୍ୟ ଭରଣା ହେତୁ ନିଗମ ପ୍ରାୟ ୪,୫୦୦ କୋଟି ଟଙ୍କାର ସୁଧ ଭାର ବହନ କରୁଛି, ଯାହା ଭରଣା ହୋଇପାରୁ ନାହିଁ। ଏଫ୍‌ସିଆଇ ରାଜ୍ୟରୁ ୨.୭୩ ଲକ୍ଷ ମେଟ୍ରିିକ ଟନ୍‌ ଭିଟାମିନଯୁକ୍ତ ଉଷୁନା ଚାଉଳ ଓ ଅରୁଆ ଚାଉଳ ନେଇଛି। ବଳକା ଚାଉଳ ଉଠାଣ ନେଇ କେନ୍ଦ୍ର ସରକାରଙ୍କଠାରୁ କାୈଣସି ନିର୍ଦ୍ଦେଶନାମା ପ୍ରାପ୍ତ ହୋଇ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଶେଷରେ ବାଚସ୍ପତି ବିରୋଧୀଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲେ।
ମୁଲତବୀ ପ୍ରସ୍ତାବକୁ ସମର୍ଥନ କରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଧାନ କିଣାରେ କୋଟି କୋଟି ଟଙ୍କା ଦୁର୍ନୀତି ହେଉଛି। ଭୋଟ ପାଇଁ ଚାଷୀଙ୍କୁ ବ୍ୟବହାର କରାଯାଉଛି। ତେଲ ଦର ଏତେ ବଢ଼ିଲାଣି ଯେ ଚାଷୀ କେମିତି ବଞ୍ଚିବ। ପ୍ରଧାନମନ୍ତ୍ରୀ ଯାହା କରିବେ ମୁଖ୍ୟମନ୍ତ୍ରୀ ସେଥିରେ ହଁ ମାରିବେ। ଏଥିପାଇଁ ଉଭୟ ଦାୟୀ। ରାଜ୍ୟ ସରକାର ଚାଷୀ ଶୋଷଣ ବନ୍ଦ କରନ୍ତୁ। ସେମାନଙ୍କ ଆୟ କେମିତି ବଢ଼ିବ ସେ ଦିଗରେ ପଦକ୍ଷେପ ନିଅନ୍ତୁ ବୋଲି କହିଥିଲେ। କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି କହିଲେ, କୋରାପୁଟ ଜିଲାରେ ୧୦ କିଲୋରୁ କମ୍‌ ଧାନ କଟ୍‌ନିଛଟ୍‌ନି ହେଉନିି। ଏବେ ବି ଧାନ ମଣ୍ଡିରେ ପଡ଼ିରହିଛି। ଚାଷୀ କାନ୍ଦୁଛି। ଭାଜପା ସଭ୍ୟ ମୋହନ ମାଝି କହିଲେ, ଦଲାଲମାନେ ଚାଷୀଙ୍କୁ ମଣ୍ଡିରେ ଧାନ ନ ବିକି ମିଲରଙ୍କୁ ଦେବାକୁ ଚାପ ପକାଉଛନ୍ତି। ଟୋକନ ଅବଧି ସରିଯାଉଛି। ଧାନ ପଡ଼ିରହୁଛି। ୨୨ ବର୍ଷ ଧରି ଶାସନ ପରେ ମଧ୍ୟ ରାଜ୍ୟ ସରକାର ଧାନ ସଂଗ୍ରହ ନୀତି କରିପାରିଲେ ନାହିଁ। ଭାଜପା ସଭ୍ୟ ମୁକେଶ ମହାଲିଙ୍ଗ ମଧ୍ୟ ଧାନ କିଣାକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ଯେ କଟ୍‌ନିଛଟ୍‌ନି ଏକ ସ୍ଥାୟୀ ପଦ୍ଧତିରେ ପରିଣତ ହୋଇଗଲାଣି। ରାଜ୍ୟ ସରକାର ଧାନ କିଣିବାରେ ଫେଲ୍‌ ମାରିଛନ୍ତି । ଧାନ କିଣା ସବ୍‌ସିଡି ବାବଦରେ କେନ୍ଦ୍ର ସରକାର ୨୦୧୯ରୁ ୨୦୨୧ ମଧ୍ୟରେ ରାଜ୍ୟ ସରକାରଙ୍କୁ ୨୫,୮୨୭ କୋଟି ୪୬ ଲକ୍ଷ ଟଙ୍କା ଦେଇସାରିଛନ୍ତି। ରାଜ୍ୟ ସରକାର କେବଳ କେନ୍ଦ୍ରକୁ ଦୋଷ ଦେବା ଶିଖିଛନ୍ତି।
ଅପରପକ୍ଷରେ ବିଜେଡି ସଭ୍ୟ ଭୂପିନ୍ଦର ସିଂ ବିରୋଧୀଙ୍କ ମୁଲତବୀ ପ୍ରସ୍ତାବକୁ ବିରୋଧ କରି କହିଥିଲେ ଯେ ଭାରତୀୟ ଖାଦ୍ୟ ନିଗମ ଜାଣିଶୁଣି ରାଜ୍ୟରୁ ଚାଉଳ ନେଉ ନାହିଁ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ କମିଟିକୁ ପ୍ରଧାନମନ୍ତ୍ରୀ ସାକ୍ଷାତ ପାଇଁ ସମୟ ଦେଲେ ନାହିଁ। ଏହାଠାରୁ ଦୁର୍ଭାଗ୍ୟ ଆଉ କ’ଣ ହୋଇପାରେ। ବିଜେଡି ସଭ୍ୟ ସ୍ନେହାଙ୍ଗିନୀ ଛୁରିଆ କହିଲେ ଯେ ଧାନ ସଂଗ୍ରହ ପାଇଁ ପି- ପାସ୍‌ ବ୍ୟବସ୍ଥା କରାଯାଇଛି। ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଉଛି। ଧାନ କିଣାରେ ସ୍ବଚ୍ଛତା ରକ୍ଷା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୃହସ୍ପତିଙ୍କ ନକ୍ଷତ୍ରରେ ଗୋଚର କରିବେ ବୁଧ, ଶିକ୍ଷା ଏବଂ କ୍ୟାରିୟରରେ ଉନ୍ନତି କରିବେ ୩ ରାଶି

ବୁଧ ଗ୍ରହ ବୃହସ୍ପତିଙ୍କ ନକ୍ଷତ୍ର ପୂର୍ବ ଭାଦ୍ରପଦରେ ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରହିବେ । ଜ୍ଞାନ ଏବଂ ସମୃଦ୍ଧିର ଗ୍ରହ ବୃହସ୍ପତିଙ୍କ…

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

ମୋତେ ନିୟମକାନୁନ ଦେଖାନା, ମୁଁ ପରା କହୁଛି ଏଭଳି କହି ଚାପ ପକାଉଛନ୍ତି…

ଭୁବନେଶ୍ୱର,୧୬।୨(ରବିନାରାୟଣ ଜେନା): ମୋତେ ନିୟମକାନୁନ ଦେଖାନା, ମୁଁ ପରା କହୁଛି। ସକାଳେ କଲମ୍‌ରେ କଂକ୍ରିଟ ଢଳାହେଲା ମାନେ ସନ୍ଧ୍ୟା ସୁଦ୍ଧା ବିଲ୍‌ ହେବା ଦରକାର। ଠିକାଦାରଙ୍କ ଉଦ୍ଦେଶ୍ୟରେ…

କେମିକାଲ କାରଖାନାରେ ଭୟଙ୍କର ବିସ୍ଫୋରଣ, ୮ ଜୀବନ୍ତ ଦଗ୍ଧ

ଜୟପୁର,୧୬ା୨:  ରାଜସ୍ଥାନର ଭିୱାଡିରେ ଏକ ରାସାୟନିକ କାରଖାନାରେ ଏକ ବଡ଼ ବିସ୍ଫୋରଣ ଘଟି ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ସୂଚନା ପାଇ ଅଧ ଡଜନ ଦମକଳ ଗାଡ଼ି…

କଟକଣା ହଟିଲେ ସାଲିସ ପାଇଁ ଇରାନ୍‌ ରାଜି

ତେହରାନ୍‌,୧୬ା୨:ଇରାନ ନିଜର ଆଣବିକ କାର୍ଯ୍ୟକ୍ରମକୁ ନେଇ ଆମେରିକା ସହ ସାଲିସ କରିବାକୁ ପ୍ରସ୍ତୁତ ରହିଛି। କିନ୍ତୁ ଏଥିପାଇଁ ନିର୍ଦ୍ଦିଷ୍ଟ ସର୍ତ୍ତ ରଖିଛି। ଯଦି ଆମେରିକା କଟକଣା ହଟାଇବ…

ରହମାନଙ୍କ ଶପଥ ଉତ୍ସବରେ ଯୋଗ ଦେବେନି ମୋଦି: ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୧୬ା୨:ବାଂଲାଦେଶ ନିର୍ବାଚନରେ ବିଏନ୍‌ପି ବିପୁଳ ବିଜୟ ହାସଲ କରିବା ପରେ ଦଳୀୟ ଅଧ୍ୟକ୍ଷ ତାରିକ୍‌ ରହମାନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଆସନ୍ତା ୧୭ ତାରିଖରେ ଏକ…

ସୁସ୍ଥ ହୃତ୍‌ପିଣ୍ଡ ଓ ରକ୍ତଚାପ

ମନୁଷ୍ୟ ଶରୀରରେ ମସ୍ତିଷ୍କ ପରେ ହୃତ୍‌ପିଣ୍ଡ ବା ହାର୍ଟ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। କହିବାକୁ ଗଲେ ହୃଦ୍‌ଯନ୍ତ୍ର ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ ନ ହେଲେ…

‘ମୋତେ ସ୍ତ୍ରୀର ମାନ୍ୟତା ଦିଅ, ନଚେତ୍ ମୁଁ ଆତ୍ମହତ୍ୟା କରିବି’, ଭାଜପା ନେତାଙ୍କ ନାଁରେ ପ୍ରେମିକାଙ୍କ ଗମ୍ଭୀର ଅଭିଯୋଗ

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ମୋରାଦାବାଦରୁ ଏକ ମାମଲା ସାମ୍ନାକୁ ଆସିଛି, ଯାହା ସମଗ୍ର ଅଞ୍ଚଳରେ ବ୍ୟାପକ ଭାବରେ ଚର୍ଚ୍ଚା ହେଉଛି । କୁଣ୍ଡାରକି ଥାନା ଅଞ୍ଚଳ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri