ତୁର୍କୀରେ ନିର୍ବାଚନ ଘୋଷଣା କଲେ ଏର୍ଡୋଗାନ

ଇସ୍ତାନବୁଲ୍‌,୨୪।୧: ତୁର୍କୀ ରାଷ୍ଟ୍ରପତି ରିସେପ୍‌ ତାୟିପ ଏର୍ଡୋଗାନ ଦେଶର ପରବର୍ତ୍ତୀ ପାର୍ଲାମେଣ୍ଟ ଓ ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ମେ’ ୧୪ରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ବୁର୍ସା ପ୍ରଦେଶରେ ଶନିବାର ଏର୍ଡୋଗାନ ଏକ ଯୁବ ସମ୍ମିଳନୀରେ ଏହା ଘୋଷଣା କରିଥିବାବେଳେ ରବିବାର ଏହାର ଭିଡିଓ ପ୍ରକାଶ ପାଇଥିଲା। ପୁନର୍ବାର ନିର୍ବାଚିତ ହେବା ଲାଗି ଯୋଜନା ରଖିଥିବା ଏର୍ଡୋଗାନ୍‌ କହିଛନ୍ତି, ମାର୍ଚ୍ଚ ୧୦ରେ ଚୂଡ଼ାନ୍ତ ନିଷ୍ପତ୍ତି ପରେ ଦେଶର ସୁପ୍ରିମ ଇଲେକ୍‌ଶନ କାଉନସିଲ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ। ଯଦି କୌଣସି ପ୍ରାର୍ଥୀଙ୍କୁ ୫୦ ପ୍ରତିଶତରୁ ଅଧିକ ଭୋଟ ନ ମିଳେ, ତେବେ ମେ’ ୨୮ରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଅନୁଷ୍ଠିତ ହେବ।

Share