Posted inଖେଳ

ଅଶ୍ୱାରୋହଣ ଓ ଯୁଦ୍ଧକଳାର ଖେଳ ‘ଟେଣ୍ଟ ପେଜିଂ’

ଅଶ୍ୱାରୋହଣ ବା ଇକ୍ୱିଷ୍ଟ୍ରିଆନ୍‌ ସ୍ପୋଟର୍‌ସ ସମଗ୍ର ବିଶ୍ୱର ଏକ ଲୋକପ୍ରିୟ ଖେଳ। ୧୦ଟି ବର୍ଗରେ ଏହି ଖେଳ ଅନୁଷ୍ଠିତ ହୋଇଥାଏ। ଏହା ମଧ୍ୟରୁ କିଛି ବର୍ଗ ଅଲିମ୍ପିକ୍ସରେ ସାମିଲ ମଧ୍ୟ ରହିଛି। ତେବେ ପ୍ରାଚୀନ ଭାରତୀୟ ସାମରିକ କଳା ବା ଯୁଦ୍ଧକଳା ଦ୍ୱାରା ପ୍ରେରିତ ଏକ କ୍ରୀଡ଼ା ହେଉଛି ଟେଣ୍ଟ ପେଜିଂ। ୪୦୦ ଶତାବ୍ଦୀରୁ ଭାରତୀୟ ଅଶ୍ୱାରୋହୀମାନଙ୍କ ଦ୍ୱାରା ଏହି କ୍ରୀଡ଼ା ଆରମ୍ଭ ହୋଇଥିଲା। ୨୦୧୪ରେ ପ୍ରଥମ ଟେଣ୍ଟ ପେଜିଂ ବିଶ୍ୱକପ ଆୟୋଜନ ହୋଇଥିବା ବେଳେ ଚଳିତବର୍ଷର ବିଶ୍ୱକପରେ ଭାରତ ପ୍ରଥମ ଥର ପାଇଁ ଟେଣ୍ଟ ପେଜିଂରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ କରିଛି। ଏହି ଅବସରରେ ଏହି କ୍ରୀଡ଼ାର ଉତ୍ପତ୍ତି ଓ ନିୟମ ସମ୍ପର୍କରେ ଏକ ପ୍ରସ୍ତୁତି……
ଉତ୍ପତ୍ତି: ଏହାର ଉତ୍ପତ୍ତି ସମ୍ପର୍କରେ କୌଣସି ଆଧିକାରିକ ତଥ୍ୟ ନ ଥିଲେ ମଧ୍ୟ ଏହି ଖେଳଟି ୪୦୦ ଶତାବ୍ଦୀରୁ ଭାରତୀୟ ଉପ ମହାଦେଶରେ ଖେଳା ଯାଉଥିଲା। ଅଶ୍ୱାରୋହୀ ସୈନିକ ମାନେ କିଭଳି କଳା କୌଶଳର ଉପଯୋଗ କରି ହାତୀରେ ଥିବା ସୈନ୍ୟଙ୍କୁ ପରାସ୍ତ କରୁଥିଲେ ତାହା ଏହି ଖେଳର ପ୍ରମୁଖ ନିୟମ।

ହାତୀକୁ ପରାସ୍ତ କରିବାକୁ ହେଲେ ଏହାର ପାଦ ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଆକ୍ରମଣ କରିବାକୁ ପଡ଼ିଥାଏ। ସମାନ ଭାବରେ ଏହି ଖେଳରେ ମଧ୍ୟ ମାଟିରେ ଥିବା ଏକ କାଠର ବ୍ଲକକୁ ଖଣ୍ଡା ବା ବର୍ଚ୍ଛା ଜରିଆରେ ହଟାଇବାକୁ ପଡ଼ିଥାଏ।
ନିୟମ: ଏହି ଖେଳଟି ଉଭୟ ସିଙ୍ଗଲ୍ସ ଓ ଟିମ୍‌ ଇଭେଣ୍ଟରେ ଅନୁଷ୍ଠିତ ହୋଇଥାଏ। ଏହି ଖେଳରେ ମାଟିରେ ଏକ କାଠ ବ୍ଲକ ପଡ଼ିଥାଏ; ଯାହାକୁ ପ୍ରତିଯୋଗୀ ଏକ ଖଣ୍ଡା ବା ବର୍ଚ୍ଛା ସାହାଯ୍ୟରେ ଉଠାଇ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେଇଥାନ୍ତି। ଏହାସହିତ ବେଳେ ବେଳେ ଏକାଧିକ କାଠର ବ୍ଲକ ରହୁଥିବା ବେଳେ ଅଧିକ ବ୍ଲକ ସଂଗ୍ରହ କରୁଥିବା ଦଳ ବିଜୟୀ ହୋଇଥାଏ। ଏଥିରେ ଆଉ ଏକ ଇଭେଣ୍ଟ ମଧ୍ୟ ରହିଥାଏ। ଏକ ଲେମ୍ବୁ ଆକୃତିର ପଦାର୍ଥକୁ ଝୁଲାଇ ଦିଆଯାଇଥାଏ। ବର୍ଚ୍ଛା ଦ୍ୱାରା ଅଶ୍ୱାରୋହୀଙ୍କୁ ଏହାକୁ ଲକ୍ଷ୍ୟଭେଦ କରିବାକୁ ପଡିଥାଏ। ପ୍ରତିଯୋଗିତା ଶେଷରେ ଅଧିକ ଟାର୍ଗେଟ ହିଟ୍‌ କରିଥିବା ପ୍ରତିଯୋଗୀ ତଥା ଦଳକୁ ବିଜେତା ଘୋଷିତ କରାଯାଏ।
ଅନ୍ତର୍ଜାତୀୟ ସ୍ବୀକୃତି: ୧୯୮୨ ମସିହାରେ ପ୍ରଥମ ଥର ପାଇଁ ଏହି ଖେଳକୁ ଅନ୍ତର୍ଜାତୀୟ ସ୍ବୀକୃତି ପ୍ରଦାନ କରାଯାଏ। ଅଲିମ୍ପିକ୍ସ କାଉନ୍‌ସିଲ୍‌ ଅଫ୍‌ ଏସିଆ ପକ୍ଷରୁ ଏହି ଖେଳକୁ ଅଫିସିଆଲ କ୍ରୀଡ଼ା ଭାବରେ ଗ୍ରହଣ କରାଯାଏ। ୨୦୦୪ରେ ଅନ୍ତର୍ଜାତୀୟ ଇକ୍ୱିଷ୍ଟ୍ରିଆନ୍‌ ଫେଡେରେଶନ୍‌ ପକ୍ଷରୁ ଏହାକୁ ସ୍ବୀକୃତି ମିଳିଥିବା ବେଳେ ବର୍ତ୍ତମାନ ୨୯ ଦେଶରେ ଏହା ଖେଳାଯାଉଛି। ୨୦୦୪ ମସିହାରୁ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ଏହି ଖେଳକୁ ମାନ୍ୟତା ପ୍ରଦାନ କରିଛି। ପଡ଼ୋଶୀ ଦେଶ ପାକିସ୍ତାନରେ ଏହି କ୍ରୀଡ଼ାକୁ ସ୍ଥାନୀୟ ଭାଷାରେ ନେବା ବାଜି ବୋଲି କୁହାଯାଏ। ପଞ୍ଜାବ, ଖାଇବର ପଖ୍‌ତୁନ୍‌ଖ୍ବା, ସିନ୍ଧ ଓ ବଲୋଚିସ୍ତାନରେ ଏହାକୁ ଜାତୀୟ କ୍ରୀଡ଼ା ଭାବରେ ଗ୍ରହଣ କରାଯାଇଛି। ୨୦୧୪ରେ ଅନ୍ତର୍ଜାତୀୟ ଇକ୍ୱିଷ୍ଟ୍ରିଆନ୍‌ ଫେଡେରେଶନ୍‌ ପକ୍ଷରୁ ପ୍ରଥମ ଥର ବିଶ୍ୱକପ ଆୟୋଜନ କରାଯାଇଥିଲା। ଓମାନରେ ଆୟୋଜିତ ଏହି ବିଶ୍ୱକପର ପ୍ରଥମ ସଂସ୍କରଣରେ ଦକ୍ଷିଣ ଆଫ୍ରିକା ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ବର୍ତ୍ତମାନ ବିଶ୍ୱର ୨୯ ରାଷ୍ଟ୍ର ଏହି ଫେଡେରେଶନ ସହିତ ଜଡ଼ିତ ଅଛନ୍ତି।

ଭାରତକୁ ବ୍ରୋଞ୍ଜ: ଚଳିତବର୍ଷ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଟେଣ୍ଟ ପେଜିଂ ବିଶ୍ୱକପରେ ଭାରତ ତୃତୀୟ ସ୍ଥାନ ହାସଲ କରିଛି। ୩ ଦିନିଆ ଏହି ଟୁର୍ନାମେଣ୍ଟରେ ଭାରତ ପ୍ରଥମ ଥର ପାଇଁ ବ୍ରୋଞ୍ଜ ପଦକ ହାସଲ କରି ଇତିହାସ ସୃଷ୍ଟି କରିଛି। ୨୮ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ୯ଟି ରାଷ୍ଟ୍ରକୁ ବିଶ୍ୱକପ ଖେଳିବାର ସୁଯୋଗ ମିଳିଥାଏ। ଓମାନରେ ଅନୁଷ୍ଠିତ ଟୁର୍ନାମେଣ୍ଟରେ ଭାରତ ମୁଖ୍ୟ ରାଉଣ୍ଡ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଭାରତୀୟ ଦଳରେ ଦୀନେଶ ଗଙ୍ଗାରାମ କାର୍ଲେକର, ମୋହିତ କୁମାର, ଅମିତ ଛେତ୍ରୀ, ମହମ୍ମଦ ଅବ୍ରାର ଓ ଗୌତମ କୁମାର ସ୍ଥାନ ପାଇଥିବା ବେଳେ କଲୋନେଲ ଏସ୍‌ ଏସ୍‌ ସୋଲାଙ୍କି ମୁଖ୍ୟ କୋଚ୍‌ ରହିଥିଲେ।

-ପ୍ରସ୍ତୁତି: ସରୋଜ ଜେନା


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri