ଶିକ୍ଷାରେ ସମତୁଲତା

ନୂଆ ଶିକ୍ଷା ବଷରେ ବିଶେଷକରି ଆଦିବାସୀ ଅଧ୍ୟୁଷିତ ଜିଲାଗୁଡିକରେ ନାମଲେଖା ଋତୁରେ ବିଦ୍ୟାଳୟରେ ଟିକେ ଭିଡ଼ ହୁଏ । ଆବାସିକ ବିଦ୍ୟାଳୟରେ ନାମ ଲେଖାଇବା ଲାଗି ଅଧିକାଂଶ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଅଭିଭାବକଙ୍କ ଆଗ୍ରହ ଅଧିକ। ଆବାସିକ ବିଦ୍ୟାଳୟରେ ନାମଲେଖା ହୋଇଗଲେ ପିଲାଙ୍କ ପଢିବାର ଚିନ୍ତା ନାହିଁ। ବର୍ଷ ବର୍ଷ ଧରି ରହି ସୁବିଧାରେ ପଢିପାରିବେ। ହାଇସ୍କୁଲଗୁଡିକରେ ହଷ୍ଟେଲରେ ରହି ପଢିବାର ଆସନ ଖଣ୍ଡେ ମିଳିଗଲେ ଅଭିଭାବକଙ୍କ ଖୁସି କାହିଁରେ କ’ଣ ? ଦୀର୍ଘ ଦଶ ବର୍ଷ ଧରି ପିଲାଙ୍କ ପାଠପଢା ଧନ୍ଦାରୁ ଅଭିଭାବକ ବୋଝ ମୁକ୍ତ ହୋଇଗଲା ପରି ଅନୁଭବ କରନ୍ତି । ସେଥିପାଇଁ ପିଲାଙ୍କୁ ଭର୍ତ୍ତି କରିବା ଲାଗି ଏ ସ୍କୁଲରୁ ସେ ସ୍କୁଲକୁ ବୁଲି ବୁଲି ଅନେକ ଅଭିଭାବକ ପିଲାଙ୍କ ଲାଗି ଖଣ୍ଡେ ସିଟ୍‌ ମଧ୍ୟ ଯୋଗାଡ଼ କରିପାରନ୍ତିନି। ନିରାଶ ମନରେ ବିଦ୍ୟାଳୟରୁ ଅନେକ ଅଭିଭାବକ ଫେରିବା ଦେଖିବାକୁ ମିଳେ। ସମସ୍ତ ପ୍ରକାର ଉଦ୍ୟମ ପରେ ବି ବହୁ ପିଲାଙ୍କ ଭାଗ୍ୟରେ ଆବାସିକ ବିଦ୍ୟାଳୟରେ ପଢିବାର ସୁଯୋଗ ଜୁଟିପାରେନା। ବିଶେଷକରି ଅନୁସୂଚିତ ଜାତି ବର୍ଗର ପିଲାମାନେ କଡ଼ା ଆହ୍ବାନର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳେ। ସେହିପରି ଅଷ୍ଟମ ଶ୍ରେଣୀ ଉତ୍ତୀର୍ଣ୍ଣ ପିଲାମାନଙ୍କୁ ନବମରେ ଆବାସିକ ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇବାକୁ ସଂଘର୍ଷ କରିବାକୁ ପଡ଼େ। ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସଂଖ୍ୟାଧିକ ପିଲା ଅଷ୍ଟମରେ ଉତ୍ତୀର୍ଣ୍ଣ ହୁଅନ୍ତି। ସେହି ସଂଖ୍ୟକ ପିଲାଙ୍କ ପାଇଁ ନବମ ଶ୍ରେଣୀରେ ଆବାସିକ ବିଦ୍ୟାଳୟରେ ହଷ୍ଟେଲରେ ନାମ ଲେଖାଇବା ଲାଗି ସେତିକି ସୁଯୋଗ ନ ଥାଏ। ଅଧିକାଂଶ କ୍ଷେତ୍ରରେ ପିଲାମାନେ ନିଜ ଗାଁ ପାଖ ଗଣଶିକ୍ଷା ବିଭାଗ ପରିଚାଳିତ ବିଦ୍ୟାଳୟରେ ନାମ ଲେଖାଇବାକୁ ବାଧ୍ୟ ହୁଅନ୍ତି। ଆଉ କିଛି ପାଠ ପଢ଼ାରେ ଡୋରି ବାନ୍ଧି ଦାଦନ ଖଟିବାକୁ ଚାଲି ଯାଆନ୍ତି।
ଏହିକ୍ରମରେ ନାମଲେଖା ଋତୁରେ ଜଣେ ଅଭିଭାବକ ସିନ୍ଦ୍ରୁ ତାଙ୍କ ପୁଅକୁ ନେଇ ବିଦ୍ୟାଳୟକୁ ଆସିଥାନ୍ତି। ଆବାସିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ତାଙ୍କ ଉଦ୍ଦେଶ୍ୟ। ନାମଲେଖା ଦାୟିତ୍ୱାଧୀନ ଶିକ୍ଷକ ସମସ୍ତ କାଗଜପତ୍ର ଯାଞ୍ଚ କଲା ପରେ ପଚାରିଲେ -‘ଦିବ୍ୟାଧ୍ୟାୟୀ ଭାବେ ନାମ ଲେଖାଇବାକୁ ଇଚ୍ଛୁକ ଯଦି ନାମ ଲେଖାଇଦେବି ! ଅଭିଭାବକ କହିଲେ -”ଆଜ୍ଞା ! ହାତ ଯୋଡୁଛି, ମୋର ପୁଅକୁ ହଷ୍ଟେଲରେ ଖଣ୍ଡେ ସିଟ୍‌ କରିଦେ। ଇଠି ରହିକି ପଢ଼ିବ। ତୋର ଧର୍ମ ହେବ।“ ଶିକ୍ଷକ କହିଲେ – ”ତୁମେ ଅନୁସୂଚିତ ଜନଜାତି କିମ୍ବା ଅନୁସୂଚିତ ଜାତି ବର୍ଗର ହୋଇଥିଲେ ହଷ୍ଟେଲରେ ସିଟ୍‌ ହୋଇଯାଆନ୍ତା। ତୁମେ ଅନ୍ୟ ଜାତିର। ହଷ୍ଟେଲରେ ସିଟ୍‌ ହୋଇ ପାରିବନି।“ ତା’ପରେ ଅଭିଭାବକ ଜଣକ ଯାହା ସବୁ କହିଲେ ହୃଦୟ ମନ୍ଥି ହୋଇଗଲା। ଅଭାବୀ ପରିବାର। ଖାଇବାକୁ ନିତିଦିନ ସଂଘର୍ଷ କରୁଛନ୍ତି ସେ। ବିଦ୍ୟାଳୟରେ ବହି ପୋଷାକ ସବୁ ଦେଉଛନ୍ତି ସତ। କିନ୍ତୁ ପେଟକୁ ମୁଠେ ଦାନା ଶାନ୍ତିରେ ନେଇ ପଢ଼ିବାକୁ ଘରେ ପରିବେଶ ନାହିଁ। ବହୁ କୁଟୁମ୍ବୀ ପରିବାରକୁ ବଞ୍ଚେଇବା ମା’ବାପାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ। ପିଲା ପାଇଁ ଖାତା କଲମ ଆଦି କିଣି ଯୋଗାଇବା ବି ସକ୍ଷମ ନୁହେଁ ସେ ଯେମିତି। ବିଦ୍ୟାଳୟର ଶିକ୍ଷକମାନେ ପରାମର୍ଶ ଦେଲେ ପିଲାର ଯାବତୀୟ ପଢାପଢି ବାବଦକୁ ସମସ୍ତ ଖର୍ଚ୍ଚ ବ୍ୟବସ୍ଥା କରିବୁ ପଛେ ପିଲାକୁ ପଢାଅ। କିନ୍ତୁ ହଷ୍ଟେଲରେ ଆବାସିକ ଛାତ୍ର ଭାବେ ନାମ ଲେଖାଇବା ସମ୍ଭବ ନୁହେଁ। ବାପା ଓ ପୁଅ ଦୁହେଁ ଦୁଃଖରେ ଫେରିଗଲେ। ସେ ଅବଶ୍ୟ ଗାଁ ପାଖ ବିଦ୍ୟାଳୟରେ ନାମ ଲେଖେଇଛି। କିନ୍ତୁ ପରବର୍ତ୍ତୀ ସମୟରେ ଭୋକିଲା ପିଲାଟିର ଶିକ୍ଷା ପ୍ରତି ଆନ୍ତରିକତା କେତେ ରହିବ ସେଥିନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ।
ଆଦିବାସୀ ଅଧ୍ୟୁଷିତ ଜିଲାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ପିଲାଙ୍କ ରହିବା ଖାଇବା ବ୍ୟବସ୍ଥା ସରକାର କରୁଥିବାରୁ ବହୁ ପିଲା ବିନା ଚିନ୍ତା ଓ ବିନା ଦ୍ୱନ୍ଦ୍ୱରେ ପାଠ ପଢୁଛନ୍ତି। ପ୍ରଚଳିତ ନିୟମ ଅନୁସାରେ ଗୋଟିଏ ଅନୁଷ୍ଠାନର ସମୁଦାୟ ଆସନ ମଧ୍ୟରୁ ଅନୁସୂଚିତ ଜନାଜାତିଙ୍କ ପାଇଁ ୯୦ ପ୍ରତିଶତ ଏବଂ ଅନୁସୂଚିତ ଜାତି ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି। ସେହି ଅନୁପାତରେ କେବଳ ଏହି ଦୁଇ ବର୍ଗର ଶିକ୍ଷାର୍ଥୀମାନେ ଓଡ଼ିଶାର ବିଭିନ୍ନ ଆବାସିକ ବିଦ୍ୟାଳୟରେ ରହି ପଢି ପାରିବେ। ଅନ୍ୟ ବର୍ଗର ପିଲାଙ୍କ ପାଇଁ ଆବାସିକ ବିଦ୍ୟାଳୟରେ ହଷ୍ଟେଲରେ ରହି ପଢିବାର ସୁଯୋଗ ନାହିଁ। ଅବଶ୍ୟ କିଛି ବର୍ଷ ହେଲା କେତେକ ସ୍ଥାନରେ ପଛୁଆ ବର୍ଗ ପାଇଁ ସ୍ବତନ୍ତ୍ର ହଷ୍ଟେଲ ସ୍ଥାପନ କରାଯାଇଛି। ତେବେ ଓଡ଼ିଶାରେ ଉଚ୍ଚ ଶିକ୍ଷା ପାଇଁ ଅନୁସୂଚିତ ଜନଜାତି ବର୍ଗ ପାଇଁ ୨୨.୫ ପ୍ରତିଶତ, ଅନୁସୂଚିତଜାତି ବର୍ଗ ପାଇଁ ୧୬.୨୫ ପ୍ରତିଶତ, ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କ ପାଇଁ ୫ ପ୍ରତିଶତ ଏବଂ ପୂର୍ବତନ ସେନା ପରିବାର ପାଇଁ ୧ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ହୋଇଛି ।
ନିକଟରେ ଓଡ଼ିଶା ସରକାର ଆଉ ଦୁଇ ପାଦ ଆଗେଇ ଯାଇ ସାମାଜିକ ଓ ଆର୍ଥିକ ଶ୍ରେଣୀର ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁକରି ନୂଆ ଫର୍ଦ୍ଦ ଯୋଡିଛନ୍ତି। ଏହାକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ତେବେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପାଇଁ ସଂରକ୍ଷଣ କାହିଁକି ନୁହେଁ ? ଏହାର ନିର୍ଭୁଲ ଉତ୍ତର ଏହା ହୋଇପାରେ ଯେ ସାର୍ବଜନୀନ ଶିକ୍ଷା ପ୍ରଦାନ ପାଇଁ ଉଭୟ କେନ୍ଦ୍ର ରାଜ୍ୟ ସରକାର ଲକ୍ଷ୍ୟ ରଖିଥିବାରୁ ସେଠାରେ ସଂରକ୍ଷଣ ପ୍ରସଙ୍ଗ ଅନାବଶ୍ୟକ। କିନ୍ତୁ ଏ କ୍ଷେତ୍ରରେ ଶିକ୍ଷାର ପରିଭାଷା କ’ଣ ହୋଇପାରେ।
ଅନେକ ପିଲା ଦାରିଦ୍ର୍ୟ ଯୋଗୁ ପାଠ ପଢୁ ନାହାନ୍ତି। ଅଧାରୁ ପାଠ ଛାଡିବା ପଛରେ ଏହା ବଡ଼ କାରଣ ବୋଲି ବିଭିନ୍ନ ସମୟରେ ହୋଇଥିବା ସର୍ଭେରୁ ସ୍ପଷ୍ଟ ହୋଇଛି। ଦାରିଦ୍ର୍ୟ ଗ୍ରାମାଞ୍ଚଳରେ ଶିକ୍ଷା ପାଇଁ ଅନ୍ୟତମ ପ୍ରତିବନ୍ଧକ ହୋଇ ରହିଆସିଛି। ଦାରିଦ୍ର୍ୟ ଜାତି ଦେଖେନି। ଜଗତୀକରଣ ପରେ ଅନେକ କୌଳିକ ବୃତ୍ତି ସଙ୍କଟରେ। ଅନେକ ପରିବାର ନିଜ ବୃତ୍ତି ଛାଡି ବଞ୍ଚିବା ଲାଗି ଅନ୍ୟ ବୃତ୍ତି ବାଛୁଛନ୍ତି। ଆଦିବାସୀ ଅଞ୍ଚଳରେ ବସବାସ କରୁଥିବା ଏମିତି ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ରୋଜଗାର ଆଉ ଏକ ସମସ୍ୟା। ମଜୁରି କରି ବଞ୍ଚୁଥିବା ଲୋକଟି ପାଇଁ ପରିବାରକୁ ବଞ୍ଚେଇବା ବଡ଼ ପ୍ରାଥମିକତା। ତାରି ଭିତରେ ନିଜ ପିଲାଙ୍କୁ ପାଠ ପଢ଼ାଇ ମଣିଷ କରିବା ଅପେକ୍ଷା ନିଜର ବୃତ୍ତି ଅଥବା ଅନ୍ୟ କୌଣସି କାମରେ ନିୟୋଜନ କରି ପାରିବାରିକ ରୋଜଗାର ବଢ଼ାଇବାକୁ ଅଧିକ ପସନ୍ଦ କରନ୍ତି। ହିସାବକିତାବ ଓ ପଢ଼ାଲେଖା ପାଇଁ ସମର୍ଥ ହୋଇଗଲେ ପାଠ ପଢାରୁ ନିବୃତ୍ତ ରଖି କୌଣସି କାମରେ ନିୟୋଜନ ପାଇଁ ବ୍ୟଗ୍ର ହୋଇପଡ଼ନ୍ତି ଅନେକ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାର। ସେଭଳି କ୍ଷେତ୍ରରେ ପିଲାଟିର ଆଗ୍ରହ ଥିଲେ ବି ପରିସ୍ଥିତିବଶତଃ ଅଧାରୁ ପାଠ ଛାଡିବା ଥୟ। ଏଭଳି ପରିବାର ପାଇଁ ପ୍ରାଥମିକ ଶିକ୍ଷା ସରିଲେ ଢେର ହୋଇଗଲା ବୋଲି ଧରି ବସନ୍ତି।
ଏବେ ରାଜ୍ୟର ୧୬୬୩ଟି ଆବାସିକ ବିଦ୍ୟାଳୟରେ ପରିଚାଳିତ ବିଭିନ୍ନ କିସମର ହଷ୍ଟେଲରେ ପ୍ରାୟ ୬ ଲକ୍ଷ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଓ ଖୁବ୍‌ କମ୍‌ ସଂଖ୍ୟକ ପଛୁଆ ବର୍ଗର ପିଲା ହଷ୍ଟେଲରେ ରହି ପଢୁଛନ୍ତି। ଏସବୁ ହଷ୍ଟେଲରେ ସାମାଜିକ ଓ ପଛୁଆ ବର୍ଗର ପିଲା ରହି ପଢିବାର ସୁଯୋଗ ଦେବାର ଆବଶ୍ୟକତା ରହିଛି। ଗରିବ ଶ୍ରେଣୀର ପିଲାମାନଙ୍କୁ ଆବାସିକ ହଷ୍ଟେଲରେ ରଖିବା ଦିଗରେ ପଦକ୍ଷେପ ନେବାର ସମୟ ଆସିଛି। ଏହା ସରକାରଙ୍କ ପାଇଁ ବଡ଼ ପଦକ୍ଷେପ ହେବ। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ(କେଜିବିଭି)ରେ ବିଭିନ୍ନ ବର୍ଗର ପିଲାଙ୍କ ସହ ଆର୍ଥିକ ଦିଗରେ ପଛୁଆ(ବିପିଏଲ୍‌) ବର୍ଗର ପିଲାରହି ପଢିବାର ସୁଯୋଗ ଦେଇଛନ୍ତି ସରକାର। ଏହାଦ୍ୱାରା ବହୁ ଗ୍ରାମୀଣ ଗରିବ ପରିବାରର ବାଳିକା ଉପକୃତ ହେଉଛନ୍ତି। ସେହିକ୍ରମରେ ଆବାସିକ ବିଦ୍ୟାଳୟ ହଷ୍ଟେଲରେ ଗରିବ ପିଲାଙ୍କ ପାଇଁ ବ୍ୟବସ୍ଥା କରାଗଲେ ବହୁଳ ଭାବରେ ଗ୍ରାମାଞ୍ଚଳର ଗରିବ ପରିବାର ଉପକୃତ ହେବେ। ଡ୍ରପ୍‌ ଆଉଟ୍‌ ସଂଖ୍ୟା ଆଶାତୀତ ଭାବେ କମିଯିବ। ଶିକ୍ଷାରେ ପ୍ରକୃତ ସମତୁଲତା ଆସିପାରିବ।

ଡ. ଦ୍ୱିତୀ ଚନ୍ଦ୍ର ସାହୁ
ଇନ୍ଦିରା ନଗର, ଚତୁର୍ଥ ଗଳି, ରାୟଗଡ଼ା
ମୋ:୯୪୩୭୯୦୯୬୭୧


Enter your email to get our daily news in your inbox.

All Right Reserved By Dharitri.Com

ଯଥାର୍ଥ ଦାନ

ଅଭିରାମ ବାବୁ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ। ସେଥିପାଇଁ ସେ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଜଣାଇଥାନ୍ତି। ତାଙ୍କର ପୁଅ ଯୋଗେଶ ସ୍କୁଲ ଛାତ୍ର। ସେ ବାପାଙ୍କ...

କୃତ୍ରିମ ବୁଦ୍ଧିମତ୍ତା ଓ ମାନବ ଅଧିକାର

ନିକଟରେ ଜଣେ ମହିଳା ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଥିଲେ ଯେ ସେ ଗୋଟିଏ ଆପ୍‌ରେ ଶାଢ଼ିପିନ୍ଧା ଫଟୋ ଅପ୍‌ଲୋଡ କରି ପରିବର୍ତ୍ତିତ ଫଟୋ ଦେଖି ତାଜୁବ ହୋଇଗଲେ। ଏହି...

ଅସୁରକ୍ଷିତ ସ୍କୁଲପିଲା

ଚଳିତବର୍ଷ ନଭେମ୍ବରରେ ନାଇଜେରିଆର ବିଭିନ୍ନ ସ୍କୁଲରୁ ଅନେକ ଶହ ପିଲାଙ୍କୁ ଅପହରଣ କରାଯାଇଥିଲା। ସେହିମାନେ ଏବେ ବନ୍ଦୀ କିମ୍ବା ନିଖୋଜ। ତେବେ ନିକଟରେ ୧୦୦ ଛାତ୍ରଙ୍କୁ...

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri