ଧରିତ୍ରୀର ସ୍ବତନ୍ତ୍ର ଆଳାପ: କଫି ଉଦ୍ୟୋଗରେ ପର୍ଯ୍ୟାପ୍ତ ସୁଯୋଗ

ସ୍ପେଶାଲିଟି କଫି ଭେଞ୍ଚର ‘କୃତି କଫି’ର ସହପ୍ରତିଷ୍ଠାତା ହେଉଛନ୍ତି ଡ. କାମାକ୍ଷା ଦାସ। ସ୍ପେଶାଲିଟି କଫି ଆସୋସିଏଶନ (ଏସ୍‌ସିଏ)ର ସଦସ୍ୟ ଥିବା ଡ. ଦାସ ଏମ୍‌ବିବିଏସ ସହ ମୁମ୍ବାଇସ୍ଥିତ ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସେସ୍‌ରୁ ହେଲ୍‌ଥ ଆଡ୍‌ମିନିଷ୍ଟ୍ରେଶନରେ ମାଷ୍ଟର ଡିପ୍ଲୋମା କରିଛନ୍ତି। ଦେଶ ବିଦେଶରେ ଜଣାଶୁଣା କର୍ପୋରେଟ୍‌ ସଂସ୍ଥାରେ କାର୍ଯ୍ୟ କରିବାର ୨୦ ବର୍ଷର ଅଭିଜ୍ଞତା ରହିଛି। ହୋଲିଷ୍ଟିକ୍‌ ଓ୍ବେଲ୍‌ନେସ୍‌ ଭେଞ୍ଚର ‘ଯୋଗାକାର’ର ମଧ୍ୟ ସେ ସହପ୍ରତିଷ୍ଠାତା ଅଛନ୍ତି। ଦେଶ ବିଦେଶର ବିଭିନ୍ନ ଫୋରମ୍‌ରେ ବକ୍ତବ୍ୟ ଦେଇଥିବା ଡ. ଦାସଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ…

ପ୍ର- କୃତି କଫି ଦେଶର ଏକ ଅଗ୍ରଣୀ କଫି ଅନୁଷ୍ଠାନ। ଓଡ଼ିଶା ବଜାରରେ ଏହାର କିପରି ଚାହିଦା ରହିଛି ବୋଲି ଆପଣ ଭାବୁଛନ୍ତି?
ଉ-‘କୃତି କଫି’ ଅଗ୍ରଣୀ କଫି ବ୍ରାଣ୍ଡ୍‌ ଭାବେ ଓଡ଼ିଶାରେ ଯାତ୍ରା ଆରମ୍ଭ କରିଛି। ଗ୍ରାହକଙ୍କ କେବଳ ଆବଶ୍ୟକତାକୁ ନୁହେଁ, ବରଂ ଭାବାବେଗକୁ ଆମେ ଗୁରୁତ୍ୱ ଦେଉ। ଏହା ଗ୍ରାହକଙ୍କ ଚାହିଦାକୁ ପୂରଣ କରିବା ସହ କୃତି କଫି ପାଇଁ ମାର୍କେଟ୍‌ ଶେୟାର ମଧ୍ୟ ବୃଦ୍ଧି କରିବାରେ ସହାୟକ ହେବ। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ଟି କାଫେ ରହିଥିବାବେଳେ ୨୦୨୪ ଏପ୍ରିଲରେ ଆଉ ଏକ କାଫେ ବ୍ରହ୍ମପୁରରେ ଖୋଲିବାକୁ ଯାଉଛି।
ପ୍ର-କଫି ଚାଷ ଏବଂ କଫି ଶିଳ୍ପକୁ ସରକାରୀ ପ୍ରୋତ୍ସାହନ କେତେ ସହାୟକ ହୋଇପାରୁଛି?
ଉ-ରାଜ୍ୟରେ କଫି ଚାଷର ଅଗ୍ରଗତି ପାଇଁ ସରକାରଙ୍କ ଯଥେଷ୍ଟ ପ୍ରୋତ୍ସାହନ ରହିଛି। ଗତବର୍ଷ ନୂଆଦିଲ୍ଲୀରେ ଅନୁଷ୍ଠିତ ‘ଓ୍ବାଲର୍‌ଡ ଫୁଡ୍‌ ଇଣ୍ଡିଆ’ରେ ଆମେ ମଧ୍ୟ ଓଡ଼ିଶା ପାଭିଲିୟନରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥିଲୁ। ରାଜ୍ୟ ସରକାରଙ୍କ ଉଦ୍ୟମକୁ ବିଭିନ୍ନ ସମୟରେ କଫି ବୋର୍ଡ ପକ୍ଷରୁ ପ୍ରଶଂସା କରାଯାଇଛି। କୋରାପୁଟ କଫିକୁ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଫଳରେ କଫି ଇକୋସିଷ୍ଟମ୍‌ ସହ ଜଡ଼ିତ ବ୍ୟକ୍ତିମାନେ ସଶକ୍ତ ହେବା ସହିତ ଆଗକୁ ବଢ଼ିବାର ସୁଯୋଗ ପାଉଛନ୍ତି।
ପ୍ର-କଫି ଚାଷ ଆରମ୍ଭରୁ ଉତ୍ପାଦନରେ କେଉଁ ସବୁ ପ୍ରକ୍ରିୟା ସାମିଲ ରହିଛି?
ଉ- ଗ୍ରାହକଙ୍କୁ କପେ ଭଲ କଫି ପରଷିବା ପାଇଁ ଆମେ କଫି ଫାର୍ମରୁ ଆରମ୍ଭ କରି କଫି ଭେଞ୍ଚର ପର୍ଯ୍ୟନ୍ତ ଟିକିନିଖି ତଦାରଖ କରୁ। କଫି ଗଛ ଲଗାଇବାଠାରୁ ଆରମ୍ଭ କରି ପାଚିଲା ଫଳ ଅମଳ, ଫଳରୁ ମଞ୍ଜି ବାହାର କରି ତାହାକୁ ଭାଜି ଗୁଣ୍ଡ କରାଯାଏ। ବିଶ୍ୱସ୍ତରୀୟ ଜ୍ଞାନକାୈଶଳ ଏବଂ ଉପକରଣ ବ୍ୟବହାରରେ ସମସ୍ତ କାର୍ଯ୍ୟ କରାଯାଉଛି। ସାରା ଦେଶରେ ଓଡ଼ିଶା କଫିକୁ ପରିଚିତ କରାଇବା ପାଇଁ କୃତି କଫି ଆଗଭର ରହିଛି।
ପ୍ର- କଫି ମାର୍କେଟର ଉନ୍ନତି ପାଇଁ କେଉଁ ସବୁ ପଦକ୍ଷେପ ଆବଶ୍ୟକ? ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଆପଣଙ୍କ ଉପତ୍ାଦରେ କେଉଁ ବିଶେଷତା ରହିଛି?
ଉ- କଫି ବଜାରର ଉନ୍ନତି ପାଇଁ ଏକାଧିକ ଦିଗ ପ୍ରତି ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି। ଏକ ସ୍ବତନ୍ତ୍ର କଫି ଉଦ୍ୟୋଗ ଭାବରେ ସରକାରଙ୍କ ବିଭିିନ୍ନ ଯୋଜନା ଓ ନିର୍ଦ୍ଦେଶାନୁସାରେ କଫି ବଜାରକୁ ଆମେ ପ୍ରଭାବିତ କରିପାରିବୁ। ରାଜ୍ୟ ସରକାରଙ୍କ ସୁଚିନ୍ତିତ ପଦକ୍ଷେପ ଯୋଗୁ ଓଡ଼ିଶା କଫି ଗଛ ଲଗାଇ କର୍ନାଟକ ଭଳି ରାଜ୍ୟଠାରୁ ଉତ୍ପାଦନରେ ବହୁ ଆଗକୁ ବଢ଼ିପାରିଛି। ବର୍ତ୍ତମାନର ଆବଶ୍ୟକତା ହେଉଛି ବୈଷୟିକ ଅଭିଜ୍ଞତାକୁ ସମନ୍ବିତ କରି ଏହି କ୍ଷେତ୍ରରେ ଉଦ୍ୟମ ଜାରି ରଖିବା। କୃଷି ସଶକ୍ତୀକରଣ କ୍ଷେତ୍ରରେ ସଚ୍ଚୋଟତା ଯୋଗୁ ଆମ ଗ୍ରାହକ ଆକର୍ଷିତ ହେଉଛନ୍ତି। ଚାଷଜମି ହେଉ କି କଫିମଞ୍ଜି ଶୁଖା ଓ ଭଜା ଆଦି ପ୍ରକ୍ରିୟାରେ କୁଶଳତା, ସ୍ବତନ୍ତ୍ର ଉପତ୍ପାଦ ଗ୍ରାହକଙ୍କୁ ଆମ ସହ ଯୋଡ଼ିବାରେ ସହାୟକ ହେଉଛି।
ପ୍ର- ଏକ ଦଶନ୍ଧି ଧରି କୃତି କଫି ନିଜର ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଛି। ନୂଆକରି ଏ କ୍ଷେତ୍ରରେ ପାଦ ଥାପୁଥିବା ବ୍ୟକ୍ତିଙ୍କୁ ଅନୁଷ୍ଠାନର ସହପ୍ରତିଷ୍ଠାତା ଭାବେ ଆପଣ କ’ଣ ବାର୍ତ୍ତା ଦେବେ?
ଉ- କଫି ଉଦ୍ୟୋଗୀମାନଙ୍କ ପାଇଁ ମୋର ଏକମାତ୍ର ପରାମର୍ଶ ରହିବ ଯେ, ସେମାନେ ପ୍ରଥମେ ଭିତ୍ତିଭୂମି ସୁଦୃଢ଼ କରିବା ଆବଶ୍ୟକ। କଫି ଉଦ୍ୟୋଗରେ ସଫଳତା ପାଇଁ କିଛି ବର୍ଷ କଷ୍ଟ କରିବାକୁ ପଡ଼ିବ, ଯାହାକି ବର୍ଷ ବର୍ଷ ଧରି ଆପଣଙ୍କୁ ଲାଭାନ୍ବିତ କରିବ। ଜଣେ ଦକ୍ଷ ଉଦ୍ୟୋଗୀ ପାଇଁ କଫି ଉଦ୍ୟୋଗରେ ବିସ୍ତୃତ ସୁଯୋଗ ରହିଛି। ଏହାକୁ ଉପଯୋଗ କରି ଭାରତରେ ଜଣେ ସଫଳ କଫି ଉଦ୍ୟୋଗୀ ଭାବେ ପରିଚୟ ସୃଷ୍ଟି କରିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ପରିମାଣ ନେଇ ଚାଷୀ ଅସନ୍ତୋଷ: ଲଖମରା ମଣ୍ଡିକୁ ଆସିଛି ୧୨୪ ପ୍ୟାକେଟ୍‌ ଧାନ

ପଦ୍ମପୁର,୧୩ା୫(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ସୋମବାରଠାରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଉପଖଣ୍ଡର ମୋଟ ୫୯ଟି କେନ୍ଦ୍ରରେ ଧାନ ସଂଗ୍ରହ କରାଯିବ ।…

ବାରକୋଟରେ ଚାଞ୍ଚଲ୍ୟ: ଲଜରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ସାଥିରେ ରହୁଥିବା ଯୁବକ ଫେରାର

ଦେବଗଡ଼, ୧୨।୫(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟସ୍ଥିତ ଏକ ଲଜରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ହେଲେ ବାରକୋଟ…

୧୭ ଦିନରେ ପହଞ୍ଚିଲା ଭଞ୍ଜନଗର ଯାତ୍ରା: ମା’ ବ୍ୟାଘ୍ରଦେବୀଙ୍କ ଆଶୀର୍ବାଦ ନେଲେ ବାଚସ୍ପତି ସୁରମା ପାଢ଼ୀ

ଭଞ୍ଜନଗର,୧୨।୫(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ମଙ୍ଗଳବାର ୧୭ ଦିନରେ ପହଞ୍ଚିଛି। ଆଉ ୮ ଦିନ ପରେ ୨୦ ତାରିଖରେ ଯାତ୍ରା ଉଦଯାପିତ ହେବ। ଆସନ୍ତା…

ଦିନରେ ଲୁଚୁଛି, ରାତିରେ ବୁଲୁଛି: ରତନେଇ ପାହାଡ଼ ଖୋଲରେ ଡେରା ପକାଇଛି କଲରାପତରିଆ,ଡ୍ରୋନ୍ କ୍ୟାମେରାରେ…

ଦିଗପହଣ୍ଡି,୧୨। ୫(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଫରେଷ୍ଟ ରେଞ୍ଜ ଅଧିନ ରତନେଇ ରେଖାଙ୍କିତ ସଂରକ୍ଷିତ ଜଙ୍ଗଲ ଜକର ଫରେଷ୍ଟ ବିଟ୍ର ଜକର ଗ୍ରାମ ନିକଟ ମା…

ଇନଷ୍ଟାଗ୍ରାମ୍‌ରେ ଖୁଲମ୍‌ ଖୁଲା ମନର କଥା କହିଦେଲେ ତ୍ରିଶା! ବିଜୟଙ୍କୁ ନେଇ କହିଦେଲେ…

ଦକ୍ଷିଣ ଭାରତୀୟ ସିନେମା ଜଗତର ଦୁଇଟି ବଡ଼ ନାଁ ଥାଲାପଥି ବିଜୟ ଏବଂ ତ୍ରିଷା କୃଷ୍ଣନ୍। କେତେବେଳେ ସେମାନଙ୍କ ଅନସ୍କ୍ରିନ୍ କେମିଷ୍ଟ୍ରି ତ କେତେବେଳେ ଅଫସ୍କ୍ରିନ୍ ଆଫେୟାର୍,…

ବାଂଲାଦେଶର ଐତିହାସିକ ବିଜୟ

ଢାକା,୧୨ା୫: ଅଧିନାୟକ ନଜମୁଲ ହୋସେନ ଶାଣ୍ଟୋଙ୍କ ଶତକ ପରେ ମେହିଦି ହାସନ ମିରାଜ ଓ ନାହିଦ ରାଣାଙ୍କ ୫ ଉଇକେଟ ସଫଳତା ବଳରେ ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା…

ସରକାର ହେଉ ହେଉ ଥାଲାପଥି ବିଜୟଙ୍କୁ ଝଟ୍‌କା! ସୁପ୍ରିମକୋର୍ଟ ପହଞ୍ଚିଲା…

ଚେନ୍ନାଇ,୧୨।୫: ଟିଭିକେ ବିଧାୟକ ଆର. ଶ୍ରୀନିବାସ ସେତୁପତି ମାଡ୍ରାସ ହାଇକୋର୍ଟଙ୍କ କୌଣସି ଫ୍ଲୋର ଟେଷ୍ଟରେ ଭୋଟ ଦେବାରୁ ବାରଣ କରିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ…

ଥାଇଲାଣ୍ଡ ଓପନ: ସାତ୍ତ୍ୱିକ-ଚିରାଗ ଯୋଡ଼ି ଜିତିଲେ

ବ୍ୟାଙ୍କକ୍‌, ୧୨ା୫: ଟପ୍‌ ସିଡ୍‌ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ଯୋଡ଼ି ଥାଇଲାଣ୍ଡ ଓପନ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ବିଜୟ ଲାଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri