ପ୍ରାଚୀନ କାଳରୁ ଗୌରବମୟ ସାମୁଦ୍ରିକ ପରମ୍ପରାର କେନ୍ଦ୍ରବିନ୍ଦୁ ଥିଲା ଓଡ଼ିଶା- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୧୯।୧୦: ପୁରାତନ କାଳରୁ ଓଡ଼ିଶା ଗୌରବମୟ ସାମୁଦ୍ରିକ ପରମ୍ପରାର କେନ୍ଦ୍ରବିନ୍ଦୁ ହୋଇ ରହିଥିଲା । ଆମେ ଆମର ସାମୁଦ୍ରିକ ଐତିହ୍ୟକୁ ସମ୍ମାନ ଦେବା ଦରକାର ବୋଲି ଗୁରୁବାର ମୁମ୍ବାଇ ଠାରେ ଅନୁଷ୍ଠିତ ବିଶ୍ୱ ସାମୁଦ୍ରିକ ଭାରତ ଶିଖର ସମ୍ମିଳନୀ ୨୦୨୩ର ତୃତୀୟ ସଂସ୍କରଣର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ପ୍ରଧାନ ଭାରତର ଗୌରବମୟ ସାମୁଦ୍ରିକ ଐତିହ୍ୟ ଏବଂ ଜାତୀୟ ବିକାଶରେ ଆମ ନାବିକଙ୍କ ପ୍ରମୁଖ ଭୂମିକା ବିଷୟରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଭାରତରେ ସାମୁଦ୍ରିକ ଶିଳ୍ପ ବହୁତ ପୁରୁଣା । ଭାରତର ସଭ୍ୟତା ସହ ନୌବାଣିଜ୍ୟ କାରବାରର ସମ୍ପର୍କ ରହିଆସିଛି । ଏବେ ସମଗ୍ର ବୈଶ୍ୱିକ ଶ୍ରମବଳରେ ୧୨% ନାବିକଙ୍କ ଯୋଗଦାନ ରହିଛି । ଏହାକୁ ଦୁଇ ଗୁଣା କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ଏଥିପାଇଁ ଯୋର୍ ଦେଇଛନ୍ତି । ଆମେ ଏକ ନୂଆ ଭାରତର ମୂଳଦୁଆ ପକାଇବା ସମୟରେ ଆମର ସାମୁଦ୍ରିକ ଶକ୍ତି ମଧ୍ୟ ବୃଦ୍ଧି କରିବା ଉଚିତ୍ ।

ଅଧିକରୁ ଅଧିକ ଭାରତୀୟ ମହିଳା ନାବିକଙ୍କୁ ନିୟୋଜିତ କରିବା ପାଇଁ ନାବିକମାନଙ୍କୁ ଭବିଷ୍ୟତର ଦକ୍ଷତା, ମାନକୀକରଣ ଏବଂ ନୀତିଗତ ସମର୍ଥନ ପ୍ରଦାନ କରିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାଥମିକତାରେ ରହିଛି । ଗ୍ଲୋବାଲ ମେରିଟାଇମ ଇଣ୍ଡିଆ ସମ୍ମିଟ୍ କାର୍ଯ୍ୟ କରିବାର ଏକ ଉତ୍ତମ ପରିବେଶ ସୃଷ୍ଟି କରିବା ସହିତ ଜାହାଜ ଚଳାଚଳ ଶିଳ୍ପର କଲ୍ୟାଣ, ଅଧିକାର ଏବଂ ନାବିକଙ୍କ ସ୍ୱୀକୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ ବୋଲି ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ ଏବଂ ବନ୍ଦର, ଜାହାଜ ଓ ଜଳପଥ ରାଷ୍ଟ୍ର ମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ସହ ସାକ୍ଷାତ୍ କରିଥିଲେ । ଦେଶର ସାମୁଦ୍ରିକ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମୁଦ୍ରିକ କ୍ଷେତ୍ରରେ ବୈଶ୍ୱିକ ଏବଂ ଜାତୀୟ ସହଭାଗିତା ପାଇଁ ଅନେକ ଏମଓୟୁ ସ୍ୱାକ୍ଷର ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଆତ୍ମସମର୍ପଣ ପରେ ଏମିତି ହୃଦୟ ବିଦାରକ କଥା କହିଲେ ଟପ୍‌ ମାଓବାଦୀ ନେତା ଶୁକ୍ରୁ, ଶୁଣିଲେ…

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ଏକଦା ମାଲକାନଗିରି ଜିଲା ମାଓବାଦୀଙ୍କ ଆଡ୍ଡା ଭାବେ ପରିଚିତ ଥିବାବେଳେ ମାଲକାନଗିରି ଜିଲା କାଲିମେଳା ଥାନା ବଡ଼ିଗେଟା ପଞ୍ଚାୟତ ଅନ୍ତର୍ଗତ କୁରୁବୁ ଗ୍ରାମର ଶୁକ୍ରୁ…

ଭାରତକୁ ସାହାଯ୍ୟ ମାଗିଲା ଇରାନ, ଯୁଦ୍ଧ ବନ୍ଦ କରିବା ନେଇ ମୋଦିଙ୍କୁ କହିଦେଲା ଏମିତି…

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏବଂ ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, ତେହେରାନ ସଙ୍କେତ ଦେଇଛି ଯେ ଭାରତ ଏହି ସଂଘର୍ଷକୁ…

ମଣ୍ଡିରେ ପଡ଼ିଛି ଚାଷୀଙ୍କ ଧାନ, ଟୋକନ ଆସିବା ପରେ ବି ଧାନ କିଣୁ ନାହାନ୍ତି ସରକାର

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କଂଗ୍ରେସ କମିଟି ତରଫରୁ ବୁଧବାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳନ କରାଯାଇଛି। ୪ ଦଫା ଦାବି ନେଇ ଏହି ବନ୍ଦ…

ଦିନରେ ଶସ୍ତା ରାତିରେ ମହଙ୍ଗା ହେବ ବିଜୁଳି, ଇଲେକ୍ଟ୍ରି ସପ୍ଲାଏକୁ ନେଇ ଆସିଲା ନୂଆ ନିୟମ

ପାଟନା,୨୫।୩: ରାଜ୍ୟବାସୀ ଧ୍ୟାନ ଦିଅନ୍ତୁ! ବିଦ୍ୟୁତ ବିଲ ସମ୍ପର୍କରେ ଏକ ନୂଆ ଅପଡେଟ ଆସିଛି। ସାରା ରାଜ୍ୟରେ ବିଦ୍ୟୁତ ସମ୍ୱନ୍ଧୀୟ ନୂତନ ନିୟମ ଜାରି କରାଯାଇଛି। ଏବେଠାରୁ,…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

ମାନସିକ ବିକୃତ ଯୁବତୀ ଗର୍ଭବତୀ ଘଟଣା ଏତଲା ପରେ ଗିରଫ ହେଲେ ଶିକ୍ଷକ

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ନୀଳାଦ୍ରିପୁର ଗ୍ରାମରେ ଜଣେ ମାନସିକ ବିକୃତ ଯୁବତୀ ୬ ମାସ…

LPG ଅଭାବ ମଧ୍ୟରେ ଆହୁରି କଡ଼ାକଡ଼ି ହେଲା ନିୟମ: ବୁକିଂ ସମୟସୀମା ବଢିଲା, ଏଣିକି ଏତେ ଦିନ କରିବାକୁ ପଡିବ ଅପେକ୍ଷା

ନୂଆଦିଲ୍ଲୀ,୨୫।୩: ଏଲପିଜି ସିଲିଣ୍ଡରର ଅଭାବ ମଧ୍ୟରେ, ଗ୍ୟାସ କମ୍ପାନୀଗୁଡ଼ିକ ସେମାନଙ୍କର ବୁକିଂ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଗ୍ରାହକମାନଙ୍କୁ ସେମାନଙ୍କର ପରବର୍ତ୍ତୀ ସିଲିଣ୍ଡର ବୁକ୍‌ କରିବା ପାଇଁ…

ଦେଶବାସୀଙ୍କ ପାଇଁ ଖୁସିଖବର: ଯୁଦ୍ଧ ମଧ୍ୟରେ ଏହି ୫ ବଡ଼ ନିଷ୍ପତ୍ତି ନେଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୨୫।୩: ପଶ୍ଚିମ ଏସିଆରେ ଇରାନ, ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଭାରତ ସରକାର ଦେଶର ଅର୍ଥନୀତି ଏବଂ ସାଧାରଣ ଜନତାଙ୍କୁ ଏହାର ପ୍ରତିକୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri