‘ବିଶ୍ୱ ପାକିସ୍ତାନକୁ ଆତଙ୍କବାଦର କେନ୍ଦ୍ର ଭାବେ ଦେଖୁଛି’, ୨୪ ଘଣ୍ଟାରେ ଦ୍ୱିତୀୟ ଥର ପାକିସ୍ତାନକୁ ଆଇନା ଦେଖାଇଲେ ଜୟଶଙ୍କର

ନ୍ୟୁୟର୍କ,୧୬ ।୧୨: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର କହିଛନ୍ତି, ସାରା ବିଶ୍ୱ ପାକିସ୍ତାନକୁ ଆତଙ୍କବାଦର ‘କେନ୍ଦ୍ର’ ଭାବେ ଦେଖୁଛି । ସେ ଦାବି କରିଛନ୍ତି ୨ ବର୍ଷ କରୋନା ମହାମାରୀ ସଂକ୍ରମଣ ପରେ ବି ବିଶ୍ୱ ଏହା ଭୁଲିନାହିଁ ଯେ ଆତଙ୍କବାଦର ମୂଳ ମଞ୍ଜି କେଉଁଠି ରହିଛି ।
‘ୟୁଏନଏସସି ବ୍ରିଫିଙ୍ଗ: ଗ୍ଲୋବାଲ କାଉଣ୍ଟର ଟେରରିଜିମ ଆପ୍ରୋଚ: ଚ୍ୟାଲେଞ୍ଜ ଆଣ୍ଡ ୱେ ଫରୱାର୍ଡ’ର ଅଧ୍ୟକ୍ଷତା କରିବା ପରେ ଜୟଶଙ୍କର ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଖବରଦାତାଙ୍କ ସହ କଥା ହେବା ସମୟରେ ଟିପ୍ପଣି କରିଛନ୍ତି । ବୈଦେଶିକ ମନ୍ତ୍ରୀ କହିଛନ୍ତି, ସେ ଯାହା କିଛି କହୁଛନ୍ତି, ସତ ହେଉଛି ସମସ୍ତେ ଜାଣନ୍ତି ବା ସାରା ବିଶ୍ୱ ଜାଣିଛି ପାକିସ୍ତାନକୁ ବିଶ୍ୱ ଆତଙ୍କବାଦର ‘କେନ୍ଦ୍ର’ ଭାବେ ଦେଖୁଛି ।
ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଜାଣିଛି ଆମେ ପ୍ରାୟ ଅଢେଇ ବର୍ଷ ହେବ କରୋନା ମହାମାରୀ ସହ ଲଢେଇ କରୁଛୁ, ସେଥିପାଇଁ ପୁରୁଣା କଥାକୁ ସାମାନ୍ୟ ଭାବେ ଭୁଲି ଯାଇଛୁ । ହେଲେ ଆପଣଙ୍କୁ ଆଶ୍ୱସନା ଦେଉଛି କି ବିଶ୍ୱ ଏହା ଭୁଲିନାହିଁ ଯେ ଆତଙ୍କବାଦ କେଉଁଠୁ ଆରମ୍ଭ ହେଉଛି ଓ ସମସ୍ତ ଆତଙ୍କବାଦୀ ଗତିବିଧି ଉପରେ କାହାର ଛାପ ନଜର ଆସୁଛି ।
ଜୟଶଙ୍କର କହିଛନ୍ତି, ସେଥିପାଇଁ ମୁଁ କହୁଛି କୌଣସି ପ୍ରକାର କଳ୍ପନାରେ ବଞ୍ଚିବା ପୂର୍ବରୁ ତାଙ୍କୁ ନିଜକୁ ଏହି କଥା ମନେ ପକାଇ ଦେବା ଦରକାର । ଜୟଶଙ୍କର ପାକିସ୍ତାନର ବୈଦେଶିକ ମନ୍ତ୍ରୀ ହିନା ରବ୍ୱାନୀ ଖାରଙ୍କ ଅଭିଯୋଗକୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଉଥିବା ସମୟରେ ଏହା କହିଛନ୍ତି । ଖାର ନିକଟରେ ଅଭିଯୋଗ କରିଥିଲେ କି ଆତଙ୍କବାଦର ବ୍ୟବହାର ଭାରତଠାରୁ ଭଲ ଆଉ କୌଣସି ଦେଶ କରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri