ନୂଆଦିଲ୍ଲୀ, ୧୪।୮: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ PF ଓ ପେନସନ ଉଠାଣ ନିୟମରେ ବଡ଼ ପରିବର୍ତ୍ତନ କରାଯାଇଛି। ଏହାର ସିଧାସଳଖ ପ୍ରଭାବ ବେତନଭୋଗୀ କର୍ମଚାରୀଙ୍କ ଉପରେ ପଡ଼ିପାରେ। ନୂଆ ନିୟମ ଅନୁସାରେ, Employees Pension Scheme (EPS) ଅଧୀନରେ ପେନସନ ଉଠାଣ ସୁବିଧା ପାଇବା ପାଇଁ ଏଣିକି ୩୬ ମାସ ଅର୍ଥାତ୍ ୩ ବର୍ଷ ଅପେକ୍ଷା କରିବାକୁ ପଡ଼ିବ।
ସେହିପରି, ଚାକିରି ଛାଡ଼ିବା ପରେ ନିଜର ସମ୍ପୂର୍ଣ୍ଣ Employees’ Provident Fund (EPF) ରାଶିର ଅନ୍ତିମ ସେଟଲମେଣ୍ଟ କରିବା ପାଇଁ କର୍ମଚାରୀଙ୍କୁ ୧୨ ମାସର ଅପେକ୍ଷା ସମୟ ପୂରଣ କରିବାକୁ ହେବ।
ନୂଆ ନିୟମରେ EPS ଅଧୀନରେ ପେନସନ ସମ୍ପର୍କିତ ଟଙ୍କା ଉଠାଇବା ନିୟମରେ ପରିବର୍ତ୍ତନ ହୋଇଛି। ଏଣିକି ଏହି ସୁବିଧା ପାଇବା ପାଇଁ ୩୬ ମାସର ଅପେକ୍ଷା ସମୟ ରହିବ। ଅର୍ଥାତ୍ କର୍ମଚାରୀଙ୍କୁ ତୁରନ୍ତ ଟଙ୍କା ଉଠାଇବା ବଦଳରେ ନିର୍ଦ୍ଦିଷ୍ଟ ସମୟ ଅପେକ୍ଷା କରିବାକୁ ହେବ।