ନୂଆଦିଲ୍ଲୀ,୧୯।୧୧: EPFO ବୋର୍ଡ ପକ୍ଷରୁ PF ଖାତାଧାରୀଙ୍କୁ ଆଉ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏଣିକି PF ଖାତାରେ ସର୍ବନିମ୍ନ ୨୫% ଟଙ୍କା ରଖିବା ବାଧ୍ୟତାମୂଳକ ହେବ ନାହିଁ। ଏହା ବଦଳରେ ମାତ୍ର ୧୦% ଟଙ୍କା ରଖିବାକୁ ପଡ଼ିବ। ଅର୍ଥାତ୍ ପୂର୍ବରୁ ଆପଣଙ୍କ ଖାତାରେ ୧୦ ଲକ୍ଷ ଟଙ୍କା ଥିଲେ ୨.୫ ଲକ୍ଷ ଟଙ୍କା ଉଠାଇବା ସମ୍ଭବ ନଥିଲା। କିନ୍ତୁ ଏବେ ମାତ୍ର ୧ ଲକ୍ଷ ଟଙ୍କା ଖାତାରେ ରଖିବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ ବାକି ୯ ଲକ୍ଷ ଟଙ୍କା ଉଠାଇପାରିବେ।
ଏହା ସହିତ ଅବସର ପରେ ସମସ୍ତ ଟଙ୍କା ଏକାଥରକେ ଉଠାଇବା ବଦଳରେ ଧୀରେ ଧୀରେ କିସ୍ତି ଆକାରରେ ଟଙ୍କା ଉଠାଇବା ପାଇଁ ସିଷ୍ଟମାଟିକ ୱିଡ୍ରଅଲ ପ୍ଲାନ (Systematic Withdrawal Plan)କୁ ମଧ୍ୟ ଅନୁମୋଦନ ମିଳିଛି। ଏହାଦ୍ୱାରା ଆବଶ୍ୟକ ସମୟରେ ଅଧିକ ଟଙ୍କା ହାତକୁ ଆସିପାରିବ ଏବଂ ବାକି ଟଙ୍କା ଖାତାରେ ରହି ସୁଧ ମଧ୍ୟ ଅର୍ଜନ କରିବ।