EPFO ଜାରି କଲା ନୂଆ ଗାଇଡ୍‌ଲାଇନ୍‌, ଆଧାର ବିନା ଟଙ୍କା ଉଠାଇ ପାରିବେ…

ନୂଆଦିଲ୍ଲୀ,୩୦।୧୧: ଯଦିଓ ପିଏଫ୍‌ କ୍ଲେମ୍‌ ପାଇଁ ଆଧାର କାର୍ଡ ଆବଶ୍ୟକ, ହେଲେ ନିକଟରେ ଇପିଏଫ୍‌ଓ ଆଧାର ସହ ଜଡ଼ିତ ନୂଆ ନିୟମ ଆଣିଛି। ଏଥିରେ କିଛି ଲୋକ ଆଧାର ଲିଙ୍କ ନକଲେ ମଧ୍ୟ ପିଏଫ୍‌ ଟଙ୍କା ପାଇପାରିବେ। ଆସନ୍ତୁ ଜାଣିବା ଇପିଏଫ୍‌ଓର ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ କେଉଁ ଲୋକମାନେ ଛାଡ଼ ପାଇବେ।
ଇପିଏଫ୍‌ଓ ନିୟମ ମୁତାବକ, ଯଦି କୌଣସି କର୍ମଚାରୀ ତାଙ୍କର ପିଏଫ୍‌ କ୍ଲେମ୍‌ କରିବାକୁ ଚାହାନ୍ତି, ଅର୍ଥାତ ପିଏଫ୍‌ରୁ ଟଙ୍କା ଉଠାଇବାକୁ ଚାହାନ୍ତି। ତେବେ ତାଙ୍କର ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ଏବଂ ଆଧାର ନମ୍ବର ଲିଙ୍କ ହେବା ଆବଶ୍ୟକ। ହେଲେ ଇପିଏଫ୍‌ଓ ଏହି ନିୟମରେ କିଛି କର୍ମଚାରୀଙ୍କୁ ରିହାତି ପ୍ରଦାନ କରିଛି, ଯେଉଁମାନେ ଆଧାର ବିନା ପିଏଫ୍‌ରୁ ଟଙ୍କା ଉଠାଇପାରିବେ।

୧- ଏଭଳି କର୍ମଚାରୀ ଯେଉଁମାନେ ପିଏଫ୍‌ ସହ ଜଡ଼ିତ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛନ୍ତି, ହେଲେ ବିଦେଶ ଯାଇଛନ୍ତି। ସେମାନେ ଛାଡ଼ ପାଇବେ।

୨-ଏହା ବ୍ୟତିତ ଯେଉଁମାନେ ଭାରତ ଛାଡ଼ି ବିଦେଶ ଯାଇଛନ୍ତି ଏବଂ ସେଠାର ନାଗରିକତା ଗ୍ରହଣ କରିଛନ୍ତି, ସେମାନଙ୍କୁ ମଧ୍ୟ ରିହାତି ଦିଆଯିବ। ସେମାନେ ମଧ୍ୟ ଆଧାର ବିନା କ୍ଲେମ୍‌ ସେଟଲମେଟ୍‌ କରିପାରିବେ।

ଇପିଏଫ୍‌ଓ କହିଛି ଯେ, ନେପାଳ ଏବଂ ଭୁଟାନର ଲୋକେ ଯଦି ଭାରତର କୌଣସି କମ୍ପାନୀରେ କାର୍ଯ୍ୟ କରୁଛନ୍ତି ଯେଉଁଠାରେ ଇପିଏଫ୍‌ ସୁବିଧା ଉପଲବ୍ଧ ଅଛି। ତେବେ ସେମାନେ ଆଧାର କାର୍ଡ ବିନା କ୍ଲେମ୍‌ କରିପାରିବେ। ହେଲେ ସେମାନଙ୍କୁ ଫାଇନାଲ୍‌ ରିଡମ୍ପସନ୍‌ ଲାଗି ନାଗରିକତ୍ୱ ପ୍ରମାଣପତ୍ର ଦେବାକୁ ହେବ। ଏହା ବିନା ସେ ପୂର୍ଣ୍ଣ ଟଙ୍କା ପାଇବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରେ ଏବେ କୁତୁକୁତୁ ହେଉଛନ୍ତି ଏସବୁ ନେତା: ଆଉ କେତେକ ଅଲୋଡ଼ା

ଭୁବନେଶ୍ୱର, ୨୧।୧(ସୁନିତ୍‌ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିଛିଦିନ ହେଲା ବହୁମାତ୍ରାରେ ଚଳଚଞ୍ଚଳ ହୋଇ ଦଳୀୟ କାର୍ଯ୍ୟକ୍ରମ କରୁଛନ୍ତି।...

ଜଗନ୍ନାଥ କଲ୍ୟାଣ ମଣ୍ଡପ ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଲେ ବିଧାୟକ ସିଦ୍ଧାନ୍ତ, ୪୪୧ ହିତାଧିକାରୀଙ୍କୁ ବାଣ୍ଟିଲେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ଗ୍ରାମ ମଠ ସାହିରେ ୫୦ ଲକ୍ଷରୁ ଉଦ୍ଧର୍‌ବ ଟଙ୍କା ବ୍ୟୟରେ ନବନିର୍ମିତ ଶ୍ରୀ ଜଗନ୍ନାଥ...

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri